ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ବୀମା ମେଡିକାଲ ଅଫିସର, ମୁଖ୍ୟମନ୍ତ୍ରୀ ଦେଲେ ଦିଗଦର୍ଶନ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆଜି ଆୟୋଜିତ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ବୀମା ମେଡିକାଲ ଅଫିସରଙ୍କୁ ଦିଗଦର୍ଶନ ଦେଇଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ୍ୟ ପୂରଣ […]

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆଜି ଆୟୋଜିତ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ବୀମା ମେଡିକାଲ ଅଫିସରଙ୍କୁ ଦିଗଦର୍ଶନ ଦେଇଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ୍ୟ ପୂରଣ ହୋଇପାରିବ । ସବୁ ଜୀବନ ମୁଲ୍ୟବାନ । କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ଆହୁରି ପଢ଼ନ୍ତୁ: ବେଆଇନ ବୋମା କାରଖାନା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର: ହ୍ୱାଟ୍ସଆପ୍ ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ଇଏସଆଇ ହସ୍ପିଟାଲ ଏବେ ୮ ଲକ୍ଷ ଲୋକଙ୍କ ଚିକିତ୍ସା ଭାର ବହନ କରୁଛି । ମେଡିକାଲରେ କ୍ୟାରିୟର କରିବା ଏକ ମହାନ ପେଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଏସଆଇ ମେଡିକାଲ ଅଫିସରମାନଙ୍କୁ ଡିଏସିପି ଓ ଡିଏନବି ସୁବିଧା ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗୀୟ ସଚିବ ଆରଏସ ଗୋପାଲନ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରମ ଓ ଇଏସଆଇ ବିଭାଗ ଅଧିନରେ ଏବେ ୪୫ଟି ହସ୍ପିଟାଲ ଓ ୧୨ଟି ଡିସେପନସରି କାମ କରୁଛି । ଆଗକୁ ଆଉ ୫ଟି ହସ୍ପିଟାଲ ସାମିଲ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: ବିଜେଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp