୪୧ କେଜି ଗଞ୍ଜେଇ ସହ କାର ଜବତ, ୨ ଗିରଫ

The Sakala Picture
Published On

ବୌଦ୍ଧ/ବାଉଁଶୁଣି: ଦିନ ଦ୍ବିପହରେ ଚାଲୁଛି ଗଂଜେଇ ଚାଲାଣ । ପୋଲିସ ଯେତେ ସ୍ମାର୍ଟ ହେଲେ ମଧ୍ୟ ମାନୁନାହାନ୍ତି ଚାଲାଣକାରୀ । ଶନିବାର ବାଉଁଶୁଣୀ ପୋଲିସ ୪୧ କିଲୋ ଗଂଜେଇ ସହ ଏକ କାରକୁ ଜବତ କରି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଦ୍ବୟ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨) ବୋଲି ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ […]

ବୌଦ୍ଧ/ବାଉଁଶୁଣି: ଦିନ ଦ୍ବିପହରେ ଚାଲୁଛି ଗଂଜେଇ ଚାଲାଣ । ପୋଲିସ ଯେତେ ସ୍ମାର୍ଟ ହେଲେ ମଧ୍ୟ ମାନୁନାହାନ୍ତି ଚାଲାଣକାରୀ । ଶନିବାର ବାଉଁଶୁଣୀ ପୋଲିସ ୪୧ କିଲୋ ଗଂଜେଇ ସହ ଏକ କାରକୁ ଜବତ କରି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଦ୍ବୟ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨) ବୋଲି ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ଠାରୁ ପ୍ରକାଶ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମିଳିଥିବା ସୂଚନା ମୁତାବକ ଶନିବାର ଦିନ ପ୍ରାୟ ୩ଟା ସମୟରେ ବୌଦ୍ଧ ବ୍ଲକର ଜଡାପାଲ ଗ୍ରାମରୁ ସାହଜପାଲ ଆଡକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିଲା। ଖବର ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ମୁଣ୍ଡିପଦର ଗ୍ରାମ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଭିତରୁ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ୪୧ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରାଯିବା ସହିତ ଚାଲାଣରେ ସମ୍ପୃକ୍ତ ଅଜୟ ସାହୁ(୩୪) ଓ ଗରିଆ ମାଝି(୩୨)ଙ୍କୁ ଗିରଫ କରିଥିଲେ। ଗଂଜେଇ ଚାଲାଣ ମାମଲାରେ ବ୍ୟବହୃତ କାର(ଓଡ଼ି ୦୨ କ୍ୟୁ ୭୧୦୩)କୁ ମଧ୍ୟ ପୋଲିସ ଜବତ କରିଛି । ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

17 Jul 2021 By The Sakala

୪୧ କେଜି ଗଞ୍ଜେଇ ସହ କାର ଜବତ, ୨ ଗିରଫ

ବୌଦ୍ଧ/ବାଉଁଶୁଣି: ଦିନ ଦ୍ବିପହରେ ଚାଲୁଛି ଗଂଜେଇ ଚାଲାଣ । ପୋଲିସ ଯେତେ ସ୍ମାର୍ଟ ହେଲେ ମଧ୍ୟ ମାନୁନାହାନ୍ତି ଚାଲାଣକାରୀ । ଶନିବାର ବାଉଁଶୁଣୀ ପୋଲିସ ୪୧ କିଲୋ ଗଂଜେଇ ସହ ଏକ କାରକୁ ଜବତ କରି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଦ୍ବୟ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨) ବୋଲି ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ଠାରୁ ପ୍ରକାଶ ।

ମିଳିଥିବା ସୂଚନା ମୁତାବକ ଶନିବାର ଦିନ ପ୍ରାୟ ୩ଟା ସମୟରେ ବୌଦ୍ଧ ବ୍ଲକର ଜଡାପାଲ ଗ୍ରାମରୁ ସାହଜପାଲ ଆଡକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିଲା। ଖବର ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ମୁଣ୍ଡିପଦର ଗ୍ରାମ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଭିତରୁ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ୪୧ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରାଯିବା ସହିତ ଚାଲାଣରେ ସମ୍ପୃକ୍ତ ଅଜୟ ସାହୁ(୩୪) ଓ ଗରିଆ ମାଝି(୩୨)ଙ୍କୁ ଗିରଫ କରିଥିଲେ। ଗଂଜେଇ ଚାଲାଣ ମାମଲାରେ ବ୍ୟବହୃତ କାର(ଓଡ଼ି ୦୨ କ୍ୟୁ ୭୧୦୩)କୁ ମଧ୍ୟ ପୋଲିସ ଜବତ କରିଛି । ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର