ତଡ଼ିପାର୍ ହେବେ ୪ ନିଶା ମାଫିଆ
ଭୁବନେଶ୍ୱର : ଏଥର ନିଶା ମାଫିଆ ହେବେ ସାବାଡ଼। ୪ଜଣ ନିଶା ମାଫିଆ ଶେଖ୍ ଆଜବାହାର, ଇରଫାନ୍, ଶେଖ ରାଜା ଓ ଶେଖ୍ ଅମିରକୁ ତଡ଼ିପାର କରାଯିବ। ଏଥିଲାଗି ଏସ୍ଟିଏଫ ସମସ୍ତ ପକ୍ରିୟା ଆରମ୍ଭ କରିଦେଇଛି। ଖୋର୍ଦ୍ଧାର ନିଶା ମାଫିଆ ସୋମନାଥ ଭୁଜବଳଙ୍କ ୨.୩୪ କୋଟିର ସମ୍ପତ୍ତି ବାଜ୍ୟାପ୍ତି ପରେ ବାଲେଶ୍ୱରର ଆନ୍ତଃରାଜ୍ୟ ନିଶା ମାଫିଆ ଟକୁଲ ରାଜା ଓରଫ ସମିରୁର୍ଦ୍ଦିନର ୨କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଏସ୍ଟିଏଫ। ବ୍ରାଉନସୁଗର ବେପାର କରି ଟକୁଲ ରାଜା ୬ବର୍ଷ […]
ଭୁବନେଶ୍ୱର : ଏଥର ନିଶା ମାଫିଆ ହେବେ ସାବାଡ଼। ୪ଜଣ ନିଶା ମାଫିଆ ଶେଖ୍ ଆଜବାହାର, ଇରଫାନ୍, ଶେଖ ରାଜା ଓ ଶେଖ୍ ଅମିରକୁ ତଡ଼ିପାର କରାଯିବ। ଏଥିଲାଗି ଏସ୍ଟିଏଫ ସମସ୍ତ ପକ୍ରିୟା ଆରମ୍ଭ କରିଦେଇଛି। ଖୋର୍ଦ୍ଧାର ନିଶା ମାଫିଆ ସୋମନାଥ ଭୁଜବଳଙ୍କ ୨.୩୪ କୋଟିର ସମ୍ପତ୍ତି ବାଜ୍ୟାପ୍ତି ପରେ ବାଲେଶ୍ୱରର ଆନ୍ତଃରାଜ୍ୟ ନିଶା ମାଫିଆ ଟକୁଲ ରାଜା ଓରଫ ସମିରୁର୍ଦ୍ଦିନର ୨କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଏସ୍ଟିଏଫ। ବ୍ରାଉନସୁଗର ବେପାର କରି ଟକୁଲ ରାଜା ୬ବର୍ଷ ମଧ୍ୟରେ ଏହି ସମ୍ପତ୍ତି କରିଥିବା ଏସ୍ଟିଏଫ ତଦନ୍ତ ବେଳେ ପ୍ରମାଣ ପାଇଥିଲା। ଏସ୍ଟିଏଫ ତାର ୨କୋଟି ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କଲିକତାରେ ଥିବା କମ୍ପିଟେଣ୍ଡ୍ ଅଥରିଟି (ଆଡ୍ମିନିଷ୍ଟ୍ରେଟର ଅଫ୍ ଏନ୍ଡିପିଏସ୍ ଆକ୍ଟ)ଙ୍କୁ ଅନୁମତି ମାଗିଥିଲା।
ଅନୁମତିି ମିଳିବା ପରେ ଏସ୍ଟିଏଫ ଟକୁଲର ୨କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି। ଏହି ସମ୍ପତ୍ତି ମଧ୍ୟରେ ତା’ର ୧୧ଟି ପ୍ଲଟ ଏବଂ ବ୍ୟାଙ୍କ ଖାତାରେ ୮୦ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଅଧିକାଂଶ ଟଙ୍କା ଟକୁଲ ନିଜ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ନାମରେ ରଖିଥିବା ଏସ୍ଟିଏଫ ଏସ୍ପି ତେଜରାଜ ପଟେଲ ସୂଚନା ଦେଇଛନ୍ତି। ୨୦୨୦ ଫେବୃୟାରୀ ୨୩ ତାରିଖରେ ଏସ୍ଟିଏଫ ଖୋର୍ଦ୍ଧାରୁ ୪୦୫ ଗ୍ରାମର ବ୍ରାଉନ୍ସୁଗର ଜବତ କରିଥିଲା। ଏହି ବ୍ରାଉନ୍ ସୁଗାର କାରବାର କରୁଥିବା ସେକ୍ ସାରୁକ୍ ଏବଂ ସଞ୍ଜିତ୍ କୁମାର ଦେହୁରିକୁ ଏସ୍ଟିଏଫ୍ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ବାଲେଶ୍ୱରର ଟକୁଲ ରାଜା ନାମ ପଦାକୁ ଆସିଥିଲା। ସେ ପଶ୍ଚିମବଙ୍ଗରୁ ବ୍ରାଉନ୍ ସୁଗାର ଆଣି ବାଲେଶ୍ୱର ଏବଂ ଏହାର ଉପକୂଳବର୍ତ୍ତି ଜିଲ୍ଲାକୁ ପଠାଉଥିଲା।
ତେଣୁ ଏସ୍ଟିଏଫ୍ କେସ୍ ନଂ-୧୪/୨୦ ମାମଲାରେ ତାକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ତାକୁ ଖୋଜୁଥିଲା। ହେଲେ ସେ ୨୦୨୧ ମାର୍ଚ୍ଚ ୩୦ରେ ବାଲେଶ୍ୱର କୋର୍ଟରେ ଆତ୍ମସର୍ମପଣ କରିଥିଲା। ତେଣୁ ଏସ୍ଟିଏଫ କେସ୍ ନଂ-୧୪ ମାମଲା ଟକୁଲ ରାଜାକୁ ରିମାଣ୍ଡ ଦେଇଥିଲା। ଏସ୍ଟିଏଫ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଟକୁଲ ରାଜା ବ୍ରାଉନ୍ ସୁଗାର ବିକ୍ରି କରି ୬ ମାସରେ କୋଟିପତି ହୋଇଥିଲା। ସେ ବାଲେଶ୍ୱର ମୁଶିର୍ଦ୍ଦାବାଦରୁ ବ୍ରାଉନ ସୁଗର ଆଣି ଖୋର୍ଦ୍ଧାକୁ ପଠାଉଥିଲା। ଯାହାଫଳରେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା। ତେଣୁ ତାକୁ ସାବାଡ଼ କରିବା ପାଇଁ ଏସ୍ଟିଏଫ ତା’ର ସମ୍ପତ୍ତକୁ ବାଜ୍ୟାପ୍ତି କରିଛି।