ବେକାବୁ କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୩୧୪୪ ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କରୋନା। ଧିରେ ଧିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩୨୧ଟି ହେଉଛି ଲୋକାଲ୍ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା […]

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କରୋନା। ଧିରେ ଧିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩୨୧ଟି ହେଉଛି ଲୋକାଲ୍ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଉପାନ୍ତ ଓ ଆଦିବାସୀ ଅଞ୍ଚଳରେ ଲାଗିବ ୭୦୭ ନୂଆ ୪ଜି ଟାୱାର, ଜମି ହସ୍ତାନ୍ତର ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୩୧୪୪ ପଜିଟିଭଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗୀର ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, କୋରାପୁଟରେ ୧୮, ମାଲକାନଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁର ୪, ଓ ଷ୍ଟେଟ୍ ପୁଲରୁ ୧୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଆଜି ୩୧୪୪ଟି ନୂଆ କେସ୍ ସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩,୬୪,୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୩୫୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଉ ୪ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଯାଇଛି। ​ଏବେ ସୁଦ୍ଧା ରାଜ୍ୟରେ ୯୫୬୫୪୨୭ ସାମ୍ପୁଲ ଟେଷ୍ଟ୍ ହୋଇଛି

17 Apr 2021 By The Sakala

ବେକାବୁ କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୩୧୪୪ ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କରୋନା। ଧିରେ ଧିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩୨୧ଟି ହେଉଛି ଲୋକାଲ୍ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୩୧୪୪ ପଜିଟିଭଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗୀର ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, କୋରାପୁଟରେ ୧୮, ମାଲକାନଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁର ୪, ଓ ଷ୍ଟେଟ୍ ପୁଲରୁ ୧୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଆଜି ୩୧୪୪ଟି ନୂଆ କେସ୍ ସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩,୬୪,୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୩୫୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଉ ୪ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଯାଇଛି। ​ଏବେ ସୁଦ୍ଧା ରାଜ୍ୟରେ ୯୫୬୫୪୨୭ ସାମ୍ପୁଲ ଟେଷ୍ଟ୍ ହୋଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର