ଭୁବନେଶ୍ବରରେ ହାତୀ ଆତଙ୍କ, ଘଉଡାଇବାକୁ ନାକେଦମ ହେଲେ ବନ କର୍ମଚାରୀ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ। ବୁଧବାର ବିଳମ୍ବିତ ରାତିରେ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିରେ ହାତୀପଲ ତାଣ୍ଡବ ରଚିଛନ୍ତି। ରାତିରେ ଆସିଲେ ଘର ଭାଙ୍ଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିିଛି। ସୂଚନା ଅନୁଯାୟୀ, ଚନ୍ଦାକା ଜଙ୍ଗଲରୁ ଏକ ଛୁଆ ହାତୀ ସରସ୍ବତୀ ବସ୍ତିକୁ ଚାଲି ଆସିଥିଲା । ଛୁଆକୁ ନେବାକୁ ପରେ ଦୁଇଟି ବଡ଼ ହାତୀ ଆସିଥିଲେ। ସେମାନେ ବସ୍ତିରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଏକ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ। ବୁଧବାର ବିଳମ୍ବିତ ରାତିରେ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିରେ ହାତୀପଲ ତାଣ୍ଡବ ରଚିଛନ୍ତି। ରାତିରେ ଆସିଲେ ଘର ଭାଙ୍ଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିିଛି।

ଆହୁରି ପଢ଼ନ୍ତୁ: ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର; ତଣ୍ଟି ଚିପି ହତ୍ୟା ସନ୍ଦେହ, ମାଇଁ ଅଟକ

ସୂଚନା ଅନୁଯାୟୀ, ଚନ୍ଦାକା ଜଙ୍ଗଲରୁ ଏକ ଛୁଆ ହାତୀ ସରସ୍ବତୀ ବସ୍ତିକୁ ଚାଲି ଆସିଥିଲା । ଛୁଆକୁ ନେବାକୁ ପରେ ଦୁଇଟି ବଡ଼ ହାତୀ ଆସିଥିଲେ। ସେମାନେ ବସ୍ତିରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଏକ ଅଟୋକୁ ହାତୀ ଓଲଟାଇ ଦେଇଥିଲେ । ଭୟରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ବସ୍ତିରେ ପହଞ୍ଚି ଥିଲେ। ଏହାପରେ ହାତୀ ଘଉଡାଇବା ଆରମ୍ଭ ହୋଇଥିଲା । ଏଥିପାଇଁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ୩ ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ବନ ବିଭାଗ ସକ୍ଷମ ହୋଇଥିଲା ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

30 Dec 2021 By The Sakala

ଭୁବନେଶ୍ବରରେ ହାତୀ ଆତଙ୍କ, ଘଉଡାଇବାକୁ ନାକେଦମ ହେଲେ ବନ କର୍ମଚାରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ। ବୁଧବାର ବିଳମ୍ବିତ ରାତିରେ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିରେ ହାତୀପଲ ତାଣ୍ଡବ ରଚିଛନ୍ତି। ରାତିରେ ଆସିଲେ ଘର ଭାଙ୍ଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିିଛି।

ସୂଚନା ଅନୁଯାୟୀ, ଚନ୍ଦାକା ଜଙ୍ଗଲରୁ ଏକ ଛୁଆ ହାତୀ ସରସ୍ବତୀ ବସ୍ତିକୁ ଚାଲି ଆସିଥିଲା । ଛୁଆକୁ ନେବାକୁ ପରେ ଦୁଇଟି ବଡ଼ ହାତୀ ଆସିଥିଲେ। ସେମାନେ ବସ୍ତିରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଏକ ଅଟୋକୁ ହାତୀ ଓଲଟାଇ ଦେଇଥିଲେ । ଭୟରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ବସ୍ତିରେ ପହଞ୍ଚି ଥିଲେ। ଏହାପରେ ହାତୀ ଘଉଡାଇବା ଆରମ୍ଭ ହୋଇଥିଲା । ଏଥିପାଇଁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ୩ ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ବନ ବିଭାଗ ସକ୍ଷମ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର