ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ରେଳବାଇକୁ ୩ କୋଟିର ଝଟ୍‌କା: ଚାକିରି ହରାଇଲେ ଷ୍ଟେସନ ମାଷ୍ଟର ! ସ୍ତ୍ରୀକୁ ଛାଡ଼ପତ୍ର ପାଇଁ କୋର୍ଟ ଗଲେ….

The Sakala Picture
Published On

ରାୟପୁର: ଗୋଟିଏ ଶବ୍ଦ କିପରି ଜୀବନରେ ବଡ଼ ବିପର୍ଯ୍ୟୟ ଆଣେ ତାହାର ଅନେକ ଉଦାହରଣ ରହିଛି । ମାତ୍ର ଜଣେ ରେଳବାଇ ଅଧିକାରୀଙ୍କ ‘ଓକେ’ ତାଙ୍କ ଚାକିରି ନେବା, ତାଙ୍କ ପତ୍ନୀଙ୍କ ଛାଡ଼ପତ୍ର ଓ ରେଳବାଇର କୋଟିକୋଟି ଟଙ୍କା କ୍ଷତିର କାରଣ ପାଲଟିବା ସମ୍ଭବତଃ ଭାରତର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ରୋଚକ ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳରେ। ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ଷ୍ଟେସନମାଷ୍ଟରଙ୍କ ଦାୟିତ୍ବ କେତେ ସମସ୍ତେ ଜାଣନ୍ତି। ତାଙ୍କର ସାମାନ୍ୟ […]

ରାୟପୁର: ଗୋଟିଏ ଶବ୍ଦ କିପରି ଜୀବନରେ ବଡ଼ ବିପର୍ଯ୍ୟୟ ଆଣେ ତାହାର ଅନେକ ଉଦାହରଣ ରହିଛି । ମାତ୍ର ଜଣେ ରେଳବାଇ ଅଧିକାରୀଙ୍କ ‘ଓକେ’ ତାଙ୍କ ଚାକିରି ନେବା, ତାଙ୍କ ପତ୍ନୀଙ୍କ ଛାଡ଼ପତ୍ର ଓ ରେଳବାଇର କୋଟିକୋଟି ଟଙ୍କା କ୍ଷତିର କାରଣ ପାଲଟିବା ସମ୍ଭବତଃ ଭାରତର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ରୋଚକ ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ଷ୍ଟେସନମାଷ୍ଟରଙ୍କ ଦାୟିତ୍ବ କେତେ ସମସ୍ତେ ଜାଣନ୍ତି। ତାଙ୍କର ସାମାନ୍ୟ ଅସାବଧାନତା ମୁହୂର୍ତ୍ତକ ମଧ୍ୟରେ ବାହାନଗା ପରି ଘଟଣା ଘଟାଇପାରେ। ବିଶାଖାପାଟଣାରେ କାର୍ଯ୍ୟ କରୁଥିବା ଏହି ଷ୍ଟେସନମାଷ୍ଟରଙ୍କୁ ତାଙ୍କ ପତ୍ନୀ କାର୍ଯ୍ୟ ଅବଧି ମଧ୍ୟରେ ପ୍ରତିଦିନ ବାରମ୍ବାର ଫୋନ କରନ୍ତି। ଘଟଣା ଘଟିବା ଦିନ କୌଣସି କାରଣକୁ ନେଇ ଷ୍ଟେସନମାଷ୍ଟର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗୋଟିଏ ଫୋନରେ ଷ୍ଟେସନ ମାଷ୍ଟର ପତ୍ନୀଙ୍କ ସହ ଝଗଡ଼ା କରୁଥିବା ସମୟରେ ତାଙ୍କର ଅନ୍ୟ ଏକ ଫୋନ୍ ବାଜିଥିଲା। ଦ୍ବିତୀୟ ଫୋନ୍ କଲ ଟି ତାଙ୍କର ସିଗନାଲ୍ ସହକର୍ମୀଙ୍କର ଥିଲା ଓ ଯିଏ ସେହି ସମୟରେ ଗୋଟିଏ ଟ୍ରେନ୍ ଷ୍ଟେସନ ଅତିକ୍ରମ କରିବା ପାଇଁ ଷ୍ଟେସନମାଷ୍ଟରଙ୍କ ସିଗନାଲ ଲୋଡ଼ୁଥିଲେ। ସହକର୍ମୀଙ୍କ ଜରୁରୀ ଫୋନକୁ ଅନ୍ କରି ଷ୍ଟେସନ ମାଷ୍ଟର ପତ୍ନୀଙ୍କ ଉଦ୍ଦେଶ୍ୟରେ ଯେଉଁ ’ଘରକୁ ଗଲେ କଥା ହେବା, ଓକେ’ କହିଲେ ତାହା ହିଁ ସବୁ ଅଡ଼ୁଆକୁ ଡ଼ାକି ଆଣିଲା। ଅନ୍ୟ ଫୋନ୍‌ରେ ଅପରପାର୍ଶ୍ବରେ ଥିବା ସହକର୍ମୀ ଜଣକ ଷ୍ଟେସନ ମାଷ୍ଟର କହିଥିବା ସମ୍ପୂର୍ଣ୍ଣ ବାକ୍ୟ ଶୁଣି ନ ଥିଲେ। ସେ କେବଳ ଷ୍ଟେସନ ମାଷ୍ଟରଙ୍କ ’ଓକେ’ ଶବ୍ଦଟି ଶୁଣି ଟ୍ରେନ୍ ଯିବା ପାଇଁ ସିଗନାଲ ଦେଇଦେଲେ । ଫଳରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ ଥିବା ମାଓ ଅଧ୍ୟୁଷିତ ଅଞ୍ଚଳ ରାସ୍ତାରେ ଟ୍ରେନଟି ଚାଲି ଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ସହକର୍ମୀଙ୍କୁ ଷ୍ଟେସନ ମାଷ୍ଟରଙ୍କ ଦାୟିତ୍ବହୀନ ‘ଓକେ’ ଶବ୍ଦ ଯୋଗୁଁ ରେଳବାଇ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲା ଓ ପ୍ରାୟ ୩ କୋଟି ଟଙ୍କା ଆର୍ଥିକ କ୍ଷତି ଘଟିଥିବା ଦର୍ଶାଇ ଉଚ୍ଚ ରେଳ ଅଧିକାରୀ ସମ୍ପୃକ୍ତ ଷ୍ଟେସନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଦେଲେ । ନିଲମ୍ବନ ପରେ ଷ୍ଟେସନମାଷ୍ଟର ତାଙ୍କ ପତ୍ନୀ କାର୍ଯ୍ୟ ସମୟରେ ବାରମ୍ବାର ଫୋନ୍ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ମାନସିକ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହ ପରିବାର ଅଦାଲତର ଦ୍ବାରସ୍ଥ ହେଲେ । ଏହା ସହିତ ପତ୍ନୀଙ୍କଠାରୁ ମୁକ୍ତି ପାଇବା ପାଇଁ ବିବାହ ବିଚ୍ଛେଦ ଆବେଦନ କଲେ। ଅନ୍ୟପକ୍ଷରେ ଷ୍ଟେସନମାଷ୍ଟରଙ୍କ ପତ୍ନୀ ମଧ୍ୟ ସ୍ବାମୀ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ଉତ୍ପୀଡ଼ନ ମାମଲା ରୁଜୁ କଲେ । ନିମ୍ନ ଅଦାଲତରୁ ମାମଲା ଉଚ୍ଚ ଅଦାଲତ ପର୍ଯ୍ୟନ୍ତ ଗଲା। ଶେଷରେ ଛତିଶଗଡ଼ ହାଇକୋର୍ଟଙ୍କ ରାୟ ଏହି ମାମଲାରେ ଷ୍ଟେସନମାଷ୍ଟରଙ୍କୁ ଆଶ୍ବସ୍ତି ଦେଇଛି । ପତ୍ନୀଙ୍କ ଏପରି ବ୍ୟବହାର ଓ କାର୍ଯ୍ୟ ତାଙ୍କ ପତି ତଥା ଷ୍ଟେସନମାଷ୍ଟରଙ୍କ ବୃତ୍ତିଗତ ଜୀବନରେ ଗଭୀର ପ୍ରଭାବ ପକାଇଛି । ଯାହା ଛାଡ଼ପତ୍ର ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ସମ୍ପୃକ୍ତ ଷ୍ଟେସନ ମାଷ୍ଟର ୨୦୧୧ ଅକ୍ଟୋବର ୧୨ରେ ଭିଲାଇର ଯୁବତୀଙ୍କୁ ବିବାହ କରିଥିଲେ। ମାତ୍ର ଏହି ବିବାହରେ ସମ୍ପୃକ୍ତ ଯୁବତୀ କୁଆଡ଼େ ଖୁସି ନ ଥିଲେ। ଏକ ଇଞ୍ଜିନିଅରିଂ କଲେଜରେ ଲାଇବ୍ରେରିଆନ ଥିବା ତାଙ୍କର ପୁରୁଣା ପ୍ରେମିକଙ୍କୁ ସେ ଭୂଲି ପାରୁ ନଥିଲେ । ତାଙ୍କ ସହ ଘଣ୍ଟାଘଣ୍ଟା ଗପୁଥିଲେ । ଷ୍ଟେସନମାଷ୍ଟର ଏ ସମ୍ପର୍କରେ ଜାଣିବା ପରେ ନିଜ ଶଶ୍ବରଙ୍କୁ ମଧ୍ୟ ଏହା ଜଣାଇଥିଲେ ଓ ସେ ତାଙ୍କ ଝିଅ ଆଉ ଏପରି କିଛି କରିବ ନାହିଁ ବୋଲି ଷ୍ଟେସନମାଷ୍ଟର ଜ୍ବାଇଁଙ୍କୁ ଆଶ୍ବାସନା ଦେଇଥିଲେ। ମାତ୍ର ଏହା ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଅଭ୍ୟାସରେ କିଛି ପରିବର୍ତ୍ତନ ଘଟି ନ ଥିଲା ଓ ପତି-ପତ୍ନୀଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ନିରନ୍ତର ଝଗଡ଼ା ଲାଗୁଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳକୁ ନିଷିଦ୍ଧ ସମୟରେ ଟ୍ରେନ୍ ଯିବା ଦିନ ମଧ୍ୟ ପତ୍ନୀ ଷ୍ଟେସନମାଷ୍ଟରଙ୍କ ସହ ଝଗଡ଼ା କରୁଥିଲେ । ସେହି ସମୟରେ ପତ୍ନୀଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ଯେଉଁ ‘ଓକେ ’ ଶବ୍ଦ ପ୍ରୟୋଗ କରିଥିଲେ, ତାହା ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଆଇନଗତ ଲଢ଼େଇ ପରେ ସେ ପତ୍ନୀଙ୍କ ମାନସିକ ଯନ୍ତ୍ରଣାରୁ ମୁକ୍ତ ହୋଇଥିଲେ ସତ, ଏହି ଓକେ ଶବ୍ଦ ତାଙ୍କ ବୃତ୍ତିଗତ ଜୀବନରେ କଳା ଧାଡ଼ି ଟାଣି ଦେଇଥିଲା।

08 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର