୫ଟି ସଚିବଙ୍କ ନୟାଗଡ଼ ଗସ୍ତର ୨ୟ ଦିନ: ବଲାଙ୍ଗୀ ପାର୍କ ବୁଲିଲେ, ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଉନ୍ନତୀ କରଣ ପାଇଁ ଦେଲେ ପ୍ରତିଶୃତି

The Sakala Picture
Published On

ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା […]

ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରକଳ୍ପକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ବନବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷରୋପଣ, ଆମ୍ବ ବଗିଚା ପ୍ରଭୃତି ସମ୍ପର୍କରେ ସଚିବଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହା ପରେ ୫ଟି ସଚିବ ନୟାଗଡ଼ର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିଥିଲେ । ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତିତ୍ୱ ସଚିବଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ସଚିବ ଏହାର ଉନ୍ନତୀ ପାଇଁ ସ୍ଥାନୀୟ ଲୋକ ଏବଂ ପୂଜକଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହାର ଉନ୍ନତୀ କରଣ ପାଇଁ ବ୍ୟବସ୍ଥା କରିବାକୁ ସଚିବ ପ୍ରତିଶୃତି ଦେଇଥିଲେ । ଏହା ପରେ କଣ୍ଟିଲୋଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ନୀଳମାଧବ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ପାଇଁ ସଚିବ ଗସ୍ତ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

21 Jul 2023 By The Sakala

୫ଟି ସଚିବଙ୍କ ନୟାଗଡ଼ ଗସ୍ତର ୨ୟ ଦିନ: ବଲାଙ୍ଗୀ ପାର୍କ ବୁଲିଲେ, ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଉନ୍ନତୀ କରଣ ପାଇଁ ଦେଲେ ପ୍ରତିଶୃତି

ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରକଳ୍ପକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ବନବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷରୋପଣ, ଆମ୍ବ ବଗିଚା ପ୍ରଭୃତି ସମ୍ପର୍କରେ ସଚିବଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହା ପରେ ୫ଟି ସଚିବ ନୟାଗଡ଼ର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିଥିଲେ । ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତିତ୍ୱ ସଚିବଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ସଚିବ ଏହାର ଉନ୍ନତୀ ପାଇଁ ସ୍ଥାନୀୟ ଲୋକ ଏବଂ ପୂଜକଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହାର ଉନ୍ନତୀ କରଣ ପାଇଁ ବ୍ୟବସ୍ଥା କରିବାକୁ ସଚିବ ପ୍ରତିଶୃତି ଦେଇଥିଲେ । ଏହା ପରେ କଣ୍ଟିଲୋଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ନୀଳମାଧବ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ପାଇଁ ସଚିବ ଗସ୍ତ କରିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର