ପ୍ରଥମ ‘ନବଗୁଞ୍ଜର ସମ୍ମାନ’ରେ ସମ୍ମାନୀତ ହେବେ ବିଶିଷ୍ଟ ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ଯାମୀ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ “ନବଗୁଞ୍ଜର ସଂସ୍କୃତି ମଞ୍ଚ” ପକ୍ଷରୁ ପ୍ରଥମ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଇଛି। ମଞ୍ଚର ପରିଚାଳନା ମଣ୍ଡଳୀ ଦ୍ୱାରା ଆଜି  ଏହି ସୂଚନା ଦିଆ ଯାଇଛି। ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ଯାମୀ ମିଶ୍ର ଏହି ସମ୍ମାନ ପାଇଁ  ବିବେଚିତ ହୋଇଛନ୍ତି। ଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ପଣ୍ଡିତ ମିଶ୍ର ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ୱ ଓ ବ୍ୟାକରଣ […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ “ନବଗୁଞ୍ଜର ସଂସ୍କୃତି ମଞ୍ଚ” ପକ୍ଷରୁ ପ୍ରଥମ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଇଛି। ମଞ୍ଚର ପରିଚାଳନା ମଣ୍ଡଳୀ ଦ୍ୱାରା ଆଜି  ଏହି ସୂଚନା ଦିଆ ଯାଇଛି। ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ଯାମୀ ମିଶ୍ର ଏହି ସମ୍ମାନ ପାଇଁ  ବିବେଚିତ ହୋଇଛନ୍ତି। ଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ପଣ୍ଡିତ ମିଶ୍ର ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ୱ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ବଳିଷ୍ଠ ଯୋଗଦାନ କରିଆସିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ତାଙ୍କର ଏପର୍ଯ୍ଯନ୍ତ ଏହି ବିଷୟ ଗୁଡିକରେ ପ୍ରାୟ ୩୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ସାରିଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଗବେଷଣା ଏବଂ ପୁସ୍ତକ ରଚନାରେ ଉଲ୍ଲେଖନୀୟ କାର୍ଯ୍ଯ ଯୋଗୁଁ ତାଙ୍କୁ ୨୦୧୯ ରେ ରାଷ୍ଟ୍ରପତି ପୁରସ୍କାର ରେ ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ବିଶାରଦ ରୂପେ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସେ ଓଡିଶାର ପ୍ରଥମ ବ୍ୟକ୍ତି।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଅପରାହ୍ନ ୪.୩୦ ସମୟରେ, ଭୁବନେଶ୍ୱର, ୟୁନିଟ-୯ ବୁଦ୍ଧମନ୍ଦିର ଠାରେ ଏକ ବିଶେଷ ସମ୍ବର୍ଦ୍ଧନା ସଭାରେ ପଣ୍ଡିତ ମିଶ୍ରଙ୍କୁ ଏହି ସମ୍ମାନ ଦିଆଯିବ।  ତାମ୍ରଫଳକରେ ପ୍ରଶସ୍ତିପତ୍ର, ସମ୍ମାନାର୍ଥ ଅର୍ଥରାଶି , ନବଗୁଞ୍ଜର ପଟ୍ଟଚିତ୍ର ଏବଂ ଉତ୍ତରୀୟ ରେ ପଣ୍ଡିତ ମିଶ୍ରଙ୍କୁ ସମ୍ମାନିତ କରାଯିବ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ଏହି ବିଶେଷ ସମ୍ବର୍ଦ୍ଧନା ସଭାରେ, ମୁଖ୍ୟ ଅତିଥି ରୂପେ ଯୋଗଦେବେ ବିଶିଷ୍ଟ ଲେଖକ ଓ ପୂର୍ବତନ ମୁଖ୍ୟସଚିବ ଡକ୍ଟର ଅଜିତ କୁମାର ତ୍ରିପାଠୀ । ଖ୍ୟାତନାମା ଲେଖକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେବେ। ନବଗୁଞ୍ଜର ମଞ୍ଚର ସଂସ୍ଥାପକ ତଥା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ସୂଚନା ଉପଦେଷ୍ଟା ଡ଼କ୍ଟର ଉମାକାନ୍ତ ମିଶ୍ର ଏଥିରେ ସଭାପତିତ୍ୱ କରିବେ ଏବଂ ଟୋରୋଣ୍ଟୋ-କାନାଡା ରୁ ସଂସ୍କୃତି ସମୀକ୍ଷକ ଓ ଓଡ଼ିଆ ଲେଖକ-ପ୍ରକାଶକ ପ୍ରଶାନ୍ତ ଭୂୟାଁ(ପ୍ରଭୁ) କାର୍ଯ୍ଯକ୍ରମ ସଞ୍ଚାଳନ କରିବେ।

19 Sep 2022 By The Sakala

ପ୍ରଥମ ‘ନବଗୁଞ୍ଜର ସମ୍ମାନ’ରେ ସମ୍ମାନୀତ ହେବେ ବିଶିଷ୍ଟ ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ଯାମୀ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ “ନବଗୁଞ୍ଜର ସଂସ୍କୃତି ମଞ୍ଚ” ପକ୍ଷରୁ ପ୍ରଥମ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଇଛି। ମଞ୍ଚର ପରିଚାଳନା ମଣ୍ଡଳୀ ଦ୍ୱାରା ଆଜି  ଏହି ସୂଚନା ଦିଆ ଯାଇଛି। ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ଯାମୀ ମିଶ୍ର ଏହି ସମ୍ମାନ ପାଇଁ  ବିବେଚିତ ହୋଇଛନ୍ତି। ଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ପଣ୍ଡିତ ମିଶ୍ର ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ୱ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ବଳିଷ୍ଠ ଯୋଗଦାନ କରିଆସିଛନ୍ତି।

ତାଙ୍କର ଏପର୍ଯ୍ଯନ୍ତ ଏହି ବିଷୟ ଗୁଡିକରେ ପ୍ରାୟ ୩୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ସାରିଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଗବେଷଣା ଏବଂ ପୁସ୍ତକ ରଚନାରେ ଉଲ୍ଲେଖନୀୟ କାର୍ଯ୍ଯ ଯୋଗୁଁ ତାଙ୍କୁ ୨୦୧୯ ରେ ରାଷ୍ଟ୍ରପତି ପୁରସ୍କାର ରେ ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ବିଶାରଦ ରୂପେ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସେ ଓଡିଶାର ପ୍ରଥମ ବ୍ୟକ୍ତି।

ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଅପରାହ୍ନ ୪.୩୦ ସମୟରେ, ଭୁବନେଶ୍ୱର, ୟୁନିଟ-୯ ବୁଦ୍ଧମନ୍ଦିର ଠାରେ ଏକ ବିଶେଷ ସମ୍ବର୍ଦ୍ଧନା ସଭାରେ ପଣ୍ଡିତ ମିଶ୍ରଙ୍କୁ ଏହି ସମ୍ମାନ ଦିଆଯିବ।  ତାମ୍ରଫଳକରେ ପ୍ରଶସ୍ତିପତ୍ର, ସମ୍ମାନାର୍ଥ ଅର୍ଥରାଶି , ନବଗୁଞ୍ଜର ପଟ୍ଟଚିତ୍ର ଏବଂ ଉତ୍ତରୀୟ ରେ ପଣ୍ଡିତ ମିଶ୍ରଙ୍କୁ ସମ୍ମାନିତ କରାଯିବ।

ଏହି ବିଶେଷ ସମ୍ବର୍ଦ୍ଧନା ସଭାରେ, ମୁଖ୍ୟ ଅତିଥି ରୂପେ ଯୋଗଦେବେ ବିଶିଷ୍ଟ ଲେଖକ ଓ ପୂର୍ବତନ ମୁଖ୍ୟସଚିବ ଡକ୍ଟର ଅଜିତ କୁମାର ତ୍ରିପାଠୀ । ଖ୍ୟାତନାମା ଲେଖକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେବେ। ନବଗୁଞ୍ଜର ମଞ୍ଚର ସଂସ୍ଥାପକ ତଥା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ସୂଚନା ଉପଦେଷ୍ଟା ଡ଼କ୍ଟର ଉମାକାନ୍ତ ମିଶ୍ର ଏଥିରେ ସଭାପତିତ୍ୱ କରିବେ ଏବଂ ଟୋରୋଣ୍ଟୋ-କାନାଡା ରୁ ସଂସ୍କୃତି ସମୀକ୍ଷକ ଓ ଓଡ଼ିଆ ଲେଖକ-ପ୍ରକାଶକ ପ୍ରଶାନ୍ତ ଭୂୟାଁ(ପ୍ରଭୁ) କାର୍ଯ୍ଯକ୍ରମ ସଞ୍ଚାଳନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର