ଅସହ୍ୟ ହେଲା ଘରୋଇ ଆଇଟିଆଇ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା : ରାତିରେ ୩୦ କିମି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ୧୨ ଆଦିବାସୀ ଛାତ୍ର

The Sakala Picture
Published On

ବାରିପଦା : ଏକ ଘରୋଇ ଆଇଟିଆଇ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଜୁଲମ ସହି ନପାରି ରାତିର ଅନ୍ଧାରରେ ୩୦କିମି ଚାଲି ଚାଲି ଏକ ଘରୋଇ ଆଇଟିଆଇ ଛାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ବାରଣ୍ଡାରେ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଠାରେ ଥିବା ‘ରୀତୟନୀ’ ବୈଷୟିକ ତାଲିମ କେନ୍ଦ୍ରରେ କର୍ତ୍ତୃପକ୍ଷଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର […]

ବାରିପଦା : ଏକ ଘରୋଇ ଆଇଟିଆଇ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଜୁଲମ ସହି ନପାରି ରାତିର ଅନ୍ଧାରରେ ୩୦କିମି ଚାଲି ଚାଲି ଏକ ଘରୋଇ ଆଇଟିଆଇ ଛାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ବାରଣ୍ଡାରେ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଠାରେ ଥିବା ‘ରୀତୟନୀ’ ବୈଷୟିକ ତାଲିମ କେନ୍ଦ୍ରରେ କର୍ତ୍ତୃପକ୍ଷଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ମଙ୍ଗଳବାର ରାତିରେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୧୨ ଜଣ ଛାତ୍ର ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ପିଲାମାନଙ୍କ କହିବା ମୁତାବକ ମାତ୍ର ୧ ମାସ ପୂର୍ବରୁ ହିଁ ପାଠପଢ଼ା ଆରମ୍ଭହୋଇଛି ଏବଂ ତାହାରି ମଧ୍ୟରେ ସେମାନଙ୍କୁ ପରୀକ୍ଷା ଦେବାପାଇଁ ବାଧ୍ୟ କରାଯାଉଛି । ବିନା ପାଠପଢ଼ାରେ କେମିତି ପରୀକ୍ଷା ଦେବା ବୋଲି ପ୍ରଶ୍ନ କରିବାରୁ ପିଲାମାନଙ୍କୁ ନାଲିଆଖି ଦେଖାଇଥିଲେ କଲେଜ୍ କର୍ତ୍ତୃପକ୍ଷ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ; ପିଲାମାନଙ୍କୁ କେତେବେଳେ ପରୀକ୍ଷା ପାଇଁ ଆଇଟିଆଇ କଲେଜ୍‌ ପକ୍ଷରୁ ଆଡମିଟ୍ କାର୍ଡ଼ ଦିଆଯାଇଥିଲା ସେଥିରେ ଅନେକ ପିଲାଙ୍କର ଟ୍ରେଡ୍ ବଦଳିଯାଇଥିଲା । ଯାହାକି ସେମାନଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଥିଲା । ତେଣୁ ଏ ବାବଦରେ ପିଲାମାନେ କଲେଜ୍‌ କର୍ତ୍ତୃପକ୍ଷ ତଥା ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବାରୁ ନକରି ପରୀକ୍ଷା ଦେବାପାଇଁ ବାଧ୍ୟ କରିଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଆଉ ପିଲାମାନେ ଏଥିରେ ରାଜି ନହେବାରୁ ପ୍ରିନ୍ସିପାଲଙ୍କ ସାନ ଭାଇ ଆସି ପିଲାମାନଙ୍କୁ ଅନେକ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଏହି ଆଦିବାସୀ ଛାତ୍ରମାନେ । ଏହାର କୌଣସି ସମାଧାନ ନକରି କିଛି ପିଲା ମାନଙ୍କୁ ହଷ୍ଟେଲରୁ ବାହାର କରିଦେଇଥିବା ବେଳେ ୧୨ଜଣ ପିଲା ଗତକାଲି ସଂଧ୍ୟାରେ ପାଖାପାଖି ୧୨ କିମି ଚାଲିଚାଲି ଯାଇ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନ୍ୟାୟ ପାଇଁ ପୁଣି ରାତିରେ ୧୮ କିମି ଚାଲିଚାଲି ଆସି ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋର ୪ ଟାରେ ପହଂଚିଛନ୍ତି । ଆଶା ରଖିଛନ୍ତି ଜିଲ୍ଲାପାଳ ସେମାନଙ୍କୁ ଉଚିତ୍ ନ୍ୟାୟ ଦେବେ । ଆଦିବାସୀ ଛାତ୍ରଙ୍କୁ ନ୍ୟାୟ ପାଇଁ ଅନେକ ଆଦିବାସୀ ସଂଗଠନ କର୍ମକର୍ତ୍ତା ଆସିବା ସହ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର