ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ : ସହର ଶୂନଶାନ, ଯାନବାହନ ଚଳାଚଳ ଠପ୍‌

The Sakala Picture
Published On

ସୁନ୍ଦରଗଡ଼ : ସୁନ୍ଦରଗଡ଼ଠାରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶା ଯୁଵମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ସକାଳୁ ସକାଳୁ ଯାନବାହନ ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିବା ସହରର ଦୋକାନ ବଜରେ ବନ୍ଦ ରହିଛି। ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ କାର୍ଯ୍ୟକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ରାଣୀ ବଗିଚା ବାଇପାସ୍ , କିରେଇ ବାଇପାସ୍ ଓ କଲେଜ ବାଇପାସ୍‌ଠାରେ ରାସ୍ତା ଅବରୋଧ […]

ସୁନ୍ଦରଗଡ଼ : ସୁନ୍ଦରଗଡ଼ଠାରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶା ଯୁଵମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ସକାଳୁ ସକାଳୁ ଯାନବାହନ ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିବା ସହରର ଦୋକାନ ବଜରେ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ କାର୍ଯ୍ୟକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ରାଣୀ ବଗିଚା ବାଇପାସ୍ , କିରେଇ ବାଇପାସ୍ ଓ କଲେଜ ବାଇପାସ୍‌ଠାରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ରାଉରକେଲା ଏବଂ ଝାରସୁଗୁଡ଼ା ପଟକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋଇଲା ପରିବହନ ବି ଠପ୍‌ ରହିଛି। ବନ୍ଦ ଯୋଗୁ ସହରର ଦୋକାନ ବଜାର ବନ୍ଦ ଥିବା ବେଳେ ସ୍କୁଲ, କଲେ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ସମୟରେ ପୁଲିସ୍‌ ପାଟ୍ରୋଲିଂକୁ ବି ଜୋରଦାର କରାଯାଇଛି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ୟ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର ଓ ସୁମିତ ଦାସ ଜାରି ରଖିଥିବା ଆମରଣ ଅନଶନକୁ ୪ ଦିନ ବିତିଛି। ଏହିକ୍ରମରେ ଆଜି ମଞ୍ଚସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ସୁନ୍ଦରଗଡ଼ ସହର ସମେତ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ମଞ୍ଚର ବନ୍ଦକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ସମେତ ସାଧାରଣ ଜନତା ସମର୍ଥନ କରିଥିବାରୁ ସହରରୁ ଗାଁ ଶୂନଶାନ୍ ରହିଛି। ବସ୍, ଟ୍ରକ ଓ ଅନ୍ୟ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବାବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ସମେତ ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ଦୋକାନ ବଜାରରେ ତାଲା ପଡ଼ିଛି। ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେରେ ଶହଶହ ଭାରୀଯାନ ଅଟକି ରହିଛି। ଆନ୍ଦୋଳନକାରୀ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ବିଜେପି, ବିଜେଡି ସହ କୋଶଳ ସମାଜ, କୋଶଳ କ୍ରାନ୍ତି ଦଳ, ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ, ସଦର ମସଜିଦ, ଗୁରୁଦ୍ବାର କମିଟି ଆଦି ବିଭିନ୍ନ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ବର୍ଷ ହେଲା ଅବହେଳିତ ହୋଇ ରହିଥିବା ପଶ୍ଚିମ ଓଡ଼ିଶାର ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ପ୍ରତିଷ୍ଠା ଜରୁରୀ। କିନ୍ତୁ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବପୋଷଣ କରି କେନ୍ଦ୍ର ସରକାର ଏହାକୁ ନା କରି ଦେବା ପରେ ସୁନ୍ଦରଗଡ଼ର ଜନତା ତାତିଛନ୍ତି। ରାଜ୍ୟ ସରକାର ଗତ ୨୦୨୦ ନଭେମ୍ବରରେ ସୁନ୍ଦରଗଡ଼ ଠାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ୨୦୨୧ ଏପ୍ରିଲ ୩ ତାରିଖରେ ଦିଲ୍ଲୀର ଏକ ବୈଷୟିକ ଟିମ୍‌ ସୁନ୍ଦରଗଡ଼ ଆସି ଏହାର ଭିତ୍ତିଭୂମି ପରିଦର୍ଶନ କରିଥିଲେ। କିନ୍ତୁ ଅନୁଧ୍ୟାନ ରିପୋର୍ଟ ପାଇବା ପରେ କେନ୍ଦ୍ର ଏ ପ୍ରସଙ୍ଗରେ ନିରବ ହୋଇଯାଇଥିଲା।

ଚଳିତ ରାଜ୍ୟସଭାରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଥିଲେ  ଯେ ସୁନ୍ଦରଗଡ଼ ଠାରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ; କିନ୍ତୁ ସୁନ୍ଦରଗଡ଼ରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମନ୍ତ୍ରାଳୟ ନିକଟରେ କୌଣସି ପ୍ରସ୍ତାବ ନାହିଁ । ଓଡ଼ିଶା ସରକାର ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ନୁହନ୍ତି ବୋଲି ସିଧାସିଧା କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ଼. ଭାରତୀ ପ୍ରବୀଣ ପାୱାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର