ପ୍ରକାଶ ପାଇଲା ମାଟ୍ରିକ ଅଫ୍‌ଲାଇନ୍‌ ରେଜଲ୍ଟ : ୨୭୧ ଜଣଙ୍କ ବଢିଲା, ୪୫୯ ଜଣଙ୍କର କମିଲା ମାର୍କ

The Sakala Picture
Published On

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ରେଜଲ୍ଟ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ତେବେ କରୋନା କାଳରେ […]

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ରେଜଲ୍ଟ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍‌ରେ ୮୪୬ଜଣ, ଇ ଗ୍ରେଡ୍‌ରେ ୨୬୮୫ ଜଣ ପାସ୍ କରିଛନ୍ତି। ଅଫ୍‌ଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢ଼ିଥିବା ବେଳେ ୪୫୯ ଜଣଙ୍କର ନମ୍ବର କମିଛି। ତେବେ ଅଫ୍‌ଲାଇନ୍‌ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଛାତ୍ରଛାତ୍ରୀ ପୁଣି ଥରେ ଆବେଦନ କରିପାରିବେ। ଆସନ୍ତା ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।  ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

 

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର