ମହିଳା ଏସ୍‍ଆଇଙ୍କ ଠାରୁ ୧୫ଲକ୍ଷ ଠକେଇ

The Sakala Picture
Published On

ଭୁବନେଶ୍ୱର : କିଡନୀ ପ୍ରତ୍ୟାରୋପଣ ଆଳରେ ରାଜଧାନୀର ଜଣେ ଅବକାରୀ ବିଭାଗ ମହିଳା ଏସ୍‍ଆଇଙ୍କଠାରୁୁ ୧୫ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଠକାମୀର ଶିକାର ହୋଇଥିବା ଅବକାରୀ ବିଭାଗର ମହିଳା ଏସ୍‍ଆଇଙ୍କ ସ୍ୱାମୀ ମାଧବ ଚନ୍ଦ୍ର ବିଶ୍ୱାଳ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ମାଧବ ୟୁନିଟ୍‍-୬ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଅବକାରୀ ବିଭାଗରେ ଜଣେ ଏସ୍‍ଆଇ ଭାବେ କାର୍ଯ୍ୟ କରନ୍ତି। ୨୦୧୮ ମସିହା ଜୁଲାଇ ମାସରେ ମାଧବଙ୍କ ସ୍ତ୍ରୀଙ୍କ […]

ଭୁବନେଶ୍ୱର : କିଡନୀ ପ୍ରତ୍ୟାରୋପଣ ଆଳରେ ରାଜଧାନୀର ଜଣେ ଅବକାରୀ ବିଭାଗ ମହିଳା ଏସ୍‍ଆଇଙ୍କଠାରୁୁ ୧୫ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଠକାମୀର ଶିକାର ହୋଇଥିବା ଅବକାରୀ ବିଭାଗର ମହିଳା ଏସ୍‍ଆଇଙ୍କ ସ୍ୱାମୀ ମାଧବ ଚନ୍ଦ୍ର ବିଶ୍ୱାଳ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ମାଧବ ୟୁନିଟ୍‍-୬ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଅବକାରୀ ବିଭାଗରେ ଜଣେ ଏସ୍‍ଆଇ ଭାବେ କାର୍ଯ୍ୟ କରନ୍ତି। ୨୦୧୮ ମସିହା ଜୁଲାଇ ମାସରେ ମାଧବଙ୍କ ସ୍ତ୍ରୀଙ୍କ ଦେହ ଖରାପ ହୋଇଥିଲେ। ଓଲ୍ଡଟାଉନର ସୁଶାନ୍ତ କୁମାର ଗରାବଡୁ ନାମକ ଜଣେ ବ୍ୟକ୍ତି କିଡନୀ ପ୍ରତ୍ୟାରୋପଣ ପାଇଁ ତାଙ୍କୁ କଟକ ବକି୍ସବଜାରରେ ଜୟନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଇଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ୨୦୨୬: କ୍ୟାମ୍ପସରେ ହିଂସା ଓ ବାହାର ଲୋକଙ୍କ ପ୍ରବେଶକୁ ନେଇ ଡିଜିପିଙ୍କ କଡ଼ା ଚେତାବନୀ

କିଡ୍‍ନୀ ୨୨ଲକ୍ଷରେ କରାଇ ଦେବାକୁ ମାଧବକୁ ଜୟନ୍ତ କହିଥିଲେ। ତେଣୁ ପ୍ରଥମ ପର୍ଯ୍ୟାୟରେ ୧୫ଲକ୍ଷ ଏବଂ ପରବର୍ତ୍ତୀ ସମୟରେ ୭ଲକ୍ଷ ଟଙ୍କା ଦେବେ ବୋଲି ମାଧବ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ମାଧବ ୧୫ ଲକ୍ଷ ଟଙ୍କା ଜୟନ୍ତଙ୍କୁ ଦେଇଥିଲେ। ମାଧବ ଠାରୁ ୧୫ଲକ୍ଷ ଟଙ୍କା ନେବା ପରେ ହାଇଦରାବାଦ ଷ୍ଟାର ହସ୍ପିଟାଲ ଯିବାକୁ କହିଥିଲେ ସୁଶାନ୍ତ। ମାଧବ ପତ୍ନୀଙ୍କୁ ନେଇ ହାଇଦରାବାଦ ଯାଇଥିଲେ। ସେଠାରେ ଜୟନ୍ତ ବିଭିନ୍ନ ଆଳରେ ୪୦ହଜାର ଟଙ୍କା ସେଠାରୁ ନେଇଯାଇଥିଲା। ମାଧବ ତାଙ୍କ ସ୍ତ୍ରୀ ନେଇ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ ଜୟନ୍ତଙ୍କ ଦେଖା ନ ଥିଲା। ଶେଷରେ ନିରାଶ ହୋଇ ମାଧବ ପତ୍ନୀଙ୍କ ଧରି ଭୁବନେଶ୍ୱରକୁ ଫେରିଆସିଥିଲେ।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ

ଏହାପରେ ମାଧବ ସୁଶାନ୍ତକୁ ଜଣାଇବା ସହ କିଡ୍‍ନୀ ପାଇଁ ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲେ। ମାତ୍ର ସେ ଟଙ୍କା ଦେଉ ନ ଥିବାରୁ ଶେଷରେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୬ମାସ ତଳେ ହିମାଂଶୁ ନନ୍ଦ ନାମକ ଜଣେ ଯୁବକ ରାଜଧାନୀର ଏକାଧିକ ବ୍ୟକ୍ତିଙ୍କ କିଡ୍‍ନୀ୍‍ ଦେବାକୁ କହି କୋଟିଏ ଟଙ୍କା ଠକେଇ କରିଥିଲା। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଆ ପାଖକୁ ଯାଇଥିଲେ ମହିଳା, ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର