ମନୋରଞ୍ଜନ

ପାକିସ୍ତାନୀ ଡ୍ରୋନ୍‌, କ୍ଷେପଣାସ୍ତ୍ରକୁ କେମିତି ଖସାଉଛି ଭାରତ

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନକୁ ଦୃଢ଼ ଜବାବ ଦେଇ ଭାରତ ନିଜ ଶକ୍ତି ପ୍ରଦର୍ଶନ କରିଛି। ଅଜେୟ, ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଦେଖାଇ କେବଳ ପାକିସ୍ତାନ ନୁହେଁ, ଏହାର ସମର୍ଥକଙ୍କୁ ମଧ୍ୟ ଦୃଢ଼ ଜବାବ ଦେଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଉ ଥିବା ତୁର୍କୀ ଏବଂ ଚୀନ୍‌କୁ ମଧ୍ୟ କଡ଼ା ପ୍ରହାର ଲାଗିଛି। ଏହି ଦେଶ ଦ୍ବାରା ପ୍ରଦତ୍ତ ଡ୍ରୋନ ଏବଂ ଲଢୁଆ ବିମାନକୁ ଭାରତ ସହଜରେ ଧ୍ବଂସ କରିଦେଇଛି। ତେଣୁ ଗୋଟିଏ ଗୁଳିରେ […]

ନୂଆଦିଲ୍ଲୀ : ପାକିସ୍ତାନକୁ ଦୃଢ଼ ଜବାବ ଦେଇ ଭାରତ ନିଜ ଶକ୍ତି ପ୍ରଦର୍ଶନ କରିଛି। ଅଜେୟ, ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଦେଖାଇ କେବଳ ପାକିସ୍ତାନ ନୁହେଁ, ଏହାର ସମର୍ଥକଙ୍କୁ ମଧ୍ୟ ଦୃଢ଼ ଜବାବ ଦେଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଉ ଥିବା ତୁର୍କୀ ଏବଂ ଚୀନ୍‌କୁ ମଧ୍ୟ କଡ଼ା ପ୍ରହାର ଲାଗିଛି। ଏହି ଦେଶ ଦ୍ବାରା ପ୍ରଦତ୍ତ ଡ୍ରୋନ ଏବଂ ଲଢୁଆ ବିମାନକୁ ଭାରତ ସହଜରେ ଧ୍ବଂସ କରିଦେଇଛି। ତେଣୁ ଗୋଟିଏ ଗୁଳିରେ ଭାରତ ଅନେକ ନିଶାଣ କରିଛି ବୋଲି କୁହାଯାଉଛି। ତେବେ ଭାରତର ଏହି ସୁରକ୍ଷାରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ୟୁଏଭି, ବାଲିଷ୍ଟିକ ମିସାଇଲ, ଷ୍ଟିଲଥ୍‌ ଏୟାରକ୍ରାଫ୍ଟ, ଦିଗ ବଦଳାଇ ଆସୁଥିବା ଅସ୍ତ୍ରଶସ୍ତ୍ର ଆଦିକୁ ଖସାଇବା ପାଇଁ ବହୁସ୍ତରୀୟ ବିଶିଷ୍ଟ ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଡିଜାଇନ କରାଯାଇଛି। ୧୮୦୦ କିମି ଭିତରେ ଥିବା ଭାରତର ୧୫ ସାମରିକ ଘାଟୀକୁ ନିଶାଣ କରି ପାକିସ୍ତାନ କରିଥିବା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ରୋକି ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିଜର କ୍ଷମତା ପ୍ରଦର୍ଶନ କରିଛି।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଟ୍ରଷ୍ଟକୁ ଆର୍ଥିକ ହିସାବ ମାଗିଲା ପିଏମଓ: ଏସଆଇଟି ତଦନ୍ତର ବାହାନା ଦେଖାଇ ତଥ୍ୟ ଦେବାକୁ ମନା କଲା ଟ୍ରଷ୍ଟ

ଭାରତର ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥାଏ। ଅଲଗା ଅଲଗା ସ୍ଥାନରୁ ଏବଂ ଦୂରରୁ ଆସୁଥିବା ବିପଦକୁ ଚିହ୍ନଟ କରି ଧ୍ବଂସ କରିଥାଏ। ଏହା ବାୟୁସେନାର ଇଣ୍ଟିଗ୍ରେଟେଡ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (ଆଇଏସିସିଏସ) ସହ ସଂଯୋଗ ରହିଛି। ଏଥିରେ ରାଡାର ନେଟୱର୍କ, ସେନ୍‌ସର, କମାଣ୍ଡ ପୋଷ୍ଟ, ହାଇସ୍ପିଡ ଅପ୍‌ଟିକ ଫାଇବର, ରିଅଲ ଟାଇମ ଟ୍ରାକିଂ ଏବଂ ରାପିଡ ରେସପନ୍ସ ପ୍ରକ୍ରିୟା ସାମିଲ ରହିଛି। ଭାରତର ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଏସ୍‌-୪୦୦ ସୁଦର୍ଶନ ଚକ୍ର ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଏହା ୬୦୦ କିମି ଦୂରରୁ ଶତ୍ରୁକୁ ଚିହ୍ନଟ କରି ୪୦୦ କିମି ଭିତରେ ଧ୍ବଂସ କରିଦେଇଥାଏ। ଏବେ ଏହାର ତିନୋଟି ସ୍କ୍ବାଡ୍ରନ କାର୍ଯ୍ୟକ୍ଷମ। ସେହିପରି ଭାରତର ବାଲିଷ୍ଟିକ ମିସାଇଲ ଡିଫେନ୍ସ (ବିଏମଡି) କାର୍ଯ୍ୟକ୍ରମରେ ବାହ୍ୟ ଆକ୍ରମଣକୁ ଚିହ୍ନଟ ପାଇଁ ପୃଥିବୀ ଏୟାର ଡିଫେନ୍ସ (ପ୍ୟାଡ) ଏବଂ ଶହେ କିମି ଭିତରର ଲାଗି ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ (ଏଏଡି) ଲାଗିଛି। ଏହା ୫ ହଜାର କିମି ଦୂରରୁ ମାଡ଼ କରାଯାଇଥିବା ବାଲିଷ୍ଟିକ ମିସାଇଲକୁ ଚିହ୍ନଟ କରିପାରିବ। ୮୦ କିମି ଦୂରରୁ ପ୍ୟାଡ୍‌ ଏହାକୁ ଖସାଇ ଦେବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଭିକଥାଳ ଧରି ଚୀନ ଯାଇନଥିଲେ: ସାମ୍ବାଦିକଙ୍କ ପ୍ରଶ୍ନରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ତୀବ୍ର ପ୍ରତିକ୍ରିୟା

ମଝି ସ୍ତରରେ ଏମଆରଏସଏମ/ ବାରାକ-୮ ରହିଛି। ଇସ୍ରାଏଲ ଏବଂ ଭାରତ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ ଏହି ସିଷ୍ଟମ ୭୦ରୁ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହା ଦ୍ରୁତଗାମୀ ଲଢୁଆ ବିମାନ, କ୍ରୁଜ ମିସାଇଲ ଏବଂ ଡ୍ରୋନକୁ ଉଡ଼ାଇ ଦେବ। ଏହାକୁ ଏସ୍-୪୦୦ ସହ ମଧ୍ୟ ସଂଯୋଗ କରାଯାଇଛି। ସେହିପରି ନିମ୍ନରୁ ମଧ୍ୟମ ସ୍ତର ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶ (୩୦-୩୫ କିମି), ଆକାଶ-ଏନଜି (୭୦ କିମି), କ୍ବିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (୩୦ କିମି) ରହିଛି। କମ୍‌ ଉଚ୍ଚତାରେ ଉଡୁଥିବା ବିମାନ, ହେଲିକପ୍ଟର, ଡ୍ରୋନ, ବିଭିନ୍ନ ଦିଗରୁ ଆସୁଥିବା ଲକ୍ଷ୍ୟକୁ ଧ୍ବଂସ କରିଦେବ। ଏହା ବ୍ୟତୀତ ଅତି ନିକଟରୁ ଶତ୍ରୁକୁ ମାତ୍‌ ଦେବା ପାଇଁ ସ୍ପାଇଡର, ଜୁ-୨୩-୨, ସିଲ୍‌କା, ତୁଙ୍ଗୁସ୍କା, ଭେରି ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଏହା ବ୍ୟତୀତ କାଉଣ୍ଟର-ୟୁଏଏସ ଏବଂ ଇଲେକ୍‌ଟ୍ରୋନିକ ୱାରଫେୟାର ଲାଗି ସି-ୟୁଏସ ରହିଛି। ଏଥିରେ ଲାଗିଥିବା ଜାମର, ଟ୍ରାକର, ସ୍ପୁଫର ଆଦି ଡ୍ରୋନଗୁଡିକୁ ଚିହ୍ନଟ କରି ଧ୍ବଂସ କରିଦେବ।

ଆହୁରି ପଢ଼ନ୍ତୁ: କୁକ୍‌ଙ୍କୁ ମାଡ଼ ମାରିବା ଅଭିଯୋଗ: ଆଇପିଏଲ୍ କ୍ରିକେଟର ଶଶାଙ୍କ ସିଂହ ଓ ତାଙ୍କ ଅବସରପ୍ରାପ୍ତ ଆଇପିଏସ୍ ବାପାଙ୍କ ନାଁରେ ଏଫ୍‌ଆଇଆର୍

ଅଭେଦ୍ୟ ପ୍ରାଚୀର ‘ପେଚୋରା’

ପାକିସ୍ତାନର ସମସ୍ତ ଆକ୍ରମଣ ବିଫଳ ହୋଇଯାଇଛି। ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଭାରତର ଅଭେଦ୍ୟ ପ୍ରାଚୀର ନିଷ୍ପଳ କରିଦେଇଛି। ଆକାଶରେ ଉଡ଼ାଇ ପାଉଁଶ କରିଦେଇଛି। ଭାରତର ସୁଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଏ ସବୁ ସମ୍ଭବ ହୋଇପାରିଛି। ଏଗୁଡିକ ମଧ୍ୟରେ ପେଚୋରା ଏୟାର ଡିଫେନ୍ସ ସିଷ୍ଟମ ସାମିଲ ରହିଛି। ଗୁରୁବାର ରାତିରେ ପାକିସ୍ତାନ କରିଥିବା ଡ୍ରୋନ ଆକ୍ରମଣକୁ ପେଚୋରା ନିଷ୍ଫଳ କରି ଜନତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି। ଗୁରୁବାର ରାତିରେ ଭାରତ ସିୟୁଏଏସ, ପେଚୋରା, ସମର ଏବଂ ଏଡି ଗନ ବ୍ୟବହାର କରିଥିଲା। ଏହି ସବୁ ଅଭେଦ୍ୟ ପ୍ରାଚୀର ସତର୍କ ହୋଇ ରହିଥିଲା। ଏମାନଙ୍କ ମଧ୍ୟରେ ପେଚୋରା ତଥା ଏସ୍‌-୧୨୫ ନେଭା ଆଗରେ ରହିଥିଲା। ୧୯୭୦ରୁ ଭାରତୀୟ ସେନା ଏହାକୁ ବ୍ୟବହାର କରିଆସୁଛି।

ସୋଭିଏତ କାଳର ଭୂପୃଷ୍ଠକୁ ଆକାଶକୁ ଆକ୍ରମଣ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ସାମ୍) ପେଚୋରା ସିଷ୍ଟମକୁ ନିମ୍ନରୁ ମଧ୍ୟମ ଦୂରଗାମୀ ଲକ୍ଷ୍ୟଭେଦ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଗୋଟିଏ ରାଡାର ଗାଇଡେଡ ମିଶାଇଲ ଲଞ୍ଚର, ଫାୟାର କଣ୍ଟ୍ରୋଲ, ଭି-୬୦୦ କ୍ଷେପଣାସ୍ତ୍ର ରହିଛି। ଏହା ଶତ୍ରୁର ଆକ୍ରମଣକୁ ଚିହ୍ନଟ କରି ଟ୍ରାକ କରିଥାଏ। ପରେ ଲକ୍ଷ୍ୟ ଧାର୍ଯ୍ୟ କରି ଉଡ଼ାଇ ଦେଇଥାଏ। ପେଚୋରା ୩୦ରୁ ୩୫.୪ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଏହା ୨୦ ମିଟରରୁ ୨୫ କିମି ଭିତରେ ଉଡୁଥିବା ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ। ଏହା ଶହେ କିମି ଦୂରରୁ ଶତ୍ରୁକୁ ଚିହ୍ନଟ କରିପାରିବ। ପେଚୋରା ସେକେଣ୍ଡକୁ ୯୦୦ ମିଟର ବେଗରେ ଗତି କରି ଏକାସଙ୍ଗେ ଦୁଇଟି ଲକ୍ଷ୍ୟ ଭେଦ କରିପାରିବ।

10 May 2025 By The Sakala

ପାକିସ୍ତାନୀ ଡ୍ରୋନ୍‌, କ୍ଷେପଣାସ୍ତ୍ରକୁ କେମିତି ଖସାଉଛି ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ ଦୃଢ଼ ଜବାବ ଦେଇ ଭାରତ ନିଜ ଶକ୍ତି ପ୍ରଦର୍ଶନ କରିଛି। ଅଜେୟ, ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଦେଖାଇ କେବଳ ପାକିସ୍ତାନ ନୁହେଁ, ଏହାର ସମର୍ଥକଙ୍କୁ ମଧ୍ୟ ଦୃଢ଼ ଜବାବ ଦେଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଉ ଥିବା ତୁର୍କୀ ଏବଂ ଚୀନ୍‌କୁ ମଧ୍ୟ କଡ଼ା ପ୍ରହାର ଲାଗିଛି। ଏହି ଦେଶ ଦ୍ବାରା ପ୍ରଦତ୍ତ ଡ୍ରୋନ ଏବଂ ଲଢୁଆ ବିମାନକୁ ଭାରତ ସହଜରେ ଧ୍ବଂସ କରିଦେଇଛି। ତେଣୁ ଗୋଟିଏ ଗୁଳିରେ ଭାରତ ଅନେକ ନିଶାଣ କରିଛି ବୋଲି କୁହାଯାଉଛି। ତେବେ ଭାରତର ଏହି ସୁରକ୍ଷାରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ୟୁଏଭି, ବାଲିଷ୍ଟିକ ମିସାଇଲ, ଷ୍ଟିଲଥ୍‌ ଏୟାରକ୍ରାଫ୍ଟ, ଦିଗ ବଦଳାଇ ଆସୁଥିବା ଅସ୍ତ୍ରଶସ୍ତ୍ର ଆଦିକୁ ଖସାଇବା ପାଇଁ ବହୁସ୍ତରୀୟ ବିଶିଷ୍ଟ ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଡିଜାଇନ କରାଯାଇଛି। ୧୮୦୦ କିମି ଭିତରେ ଥିବା ଭାରତର ୧୫ ସାମରିକ ଘାଟୀକୁ ନିଶାଣ କରି ପାକିସ୍ତାନ କରିଥିବା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ରୋକି ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିଜର କ୍ଷମତା ପ୍ରଦର୍ଶନ କରିଛି।

ଭାରତର ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥାଏ। ଅଲଗା ଅଲଗା ସ୍ଥାନରୁ ଏବଂ ଦୂରରୁ ଆସୁଥିବା ବିପଦକୁ ଚିହ୍ନଟ କରି ଧ୍ବଂସ କରିଥାଏ। ଏହା ବାୟୁସେନାର ଇଣ୍ଟିଗ୍ରେଟେଡ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (ଆଇଏସିସିଏସ) ସହ ସଂଯୋଗ ରହିଛି। ଏଥିରେ ରାଡାର ନେଟୱର୍କ, ସେନ୍‌ସର, କମାଣ୍ଡ ପୋଷ୍ଟ, ହାଇସ୍ପିଡ ଅପ୍‌ଟିକ ଫାଇବର, ରିଅଲ ଟାଇମ ଟ୍ରାକିଂ ଏବଂ ରାପିଡ ରେସପନ୍ସ ପ୍ରକ୍ରିୟା ସାମିଲ ରହିଛି। ଭାରତର ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଏସ୍‌-୪୦୦ ସୁଦର୍ଶନ ଚକ୍ର ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଏହା ୬୦୦ କିମି ଦୂରରୁ ଶତ୍ରୁକୁ ଚିହ୍ନଟ କରି ୪୦୦ କିମି ଭିତରେ ଧ୍ବଂସ କରିଦେଇଥାଏ। ଏବେ ଏହାର ତିନୋଟି ସ୍କ୍ବାଡ୍ରନ କାର୍ଯ୍ୟକ୍ଷମ। ସେହିପରି ଭାରତର ବାଲିଷ୍ଟିକ ମିସାଇଲ ଡିଫେନ୍ସ (ବିଏମଡି) କାର୍ଯ୍ୟକ୍ରମରେ ବାହ୍ୟ ଆକ୍ରମଣକୁ ଚିହ୍ନଟ ପାଇଁ ପୃଥିବୀ ଏୟାର ଡିଫେନ୍ସ (ପ୍ୟାଡ) ଏବଂ ଶହେ କିମି ଭିତରର ଲାଗି ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ (ଏଏଡି) ଲାଗିଛି। ଏହା ୫ ହଜାର କିମି ଦୂରରୁ ମାଡ଼ କରାଯାଇଥିବା ବାଲିଷ୍ଟିକ ମିସାଇଲକୁ ଚିହ୍ନଟ କରିପାରିବ। ୮୦ କିମି ଦୂରରୁ ପ୍ୟାଡ୍‌ ଏହାକୁ ଖସାଇ ଦେବ।

ମଝି ସ୍ତରରେ ଏମଆରଏସଏମ/ ବାରାକ-୮ ରହିଛି। ଇସ୍ରାଏଲ ଏବଂ ଭାରତ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ ଏହି ସିଷ୍ଟମ ୭୦ରୁ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହା ଦ୍ରୁତଗାମୀ ଲଢୁଆ ବିମାନ, କ୍ରୁଜ ମିସାଇଲ ଏବଂ ଡ୍ରୋନକୁ ଉଡ଼ାଇ ଦେବ। ଏହାକୁ ଏସ୍-୪୦୦ ସହ ମଧ୍ୟ ସଂଯୋଗ କରାଯାଇଛି। ସେହିପରି ନିମ୍ନରୁ ମଧ୍ୟମ ସ୍ତର ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶ (୩୦-୩୫ କିମି), ଆକାଶ-ଏନଜି (୭୦ କିମି), କ୍ବିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (୩୦ କିମି) ରହିଛି। କମ୍‌ ଉଚ୍ଚତାରେ ଉଡୁଥିବା ବିମାନ, ହେଲିକପ୍ଟର, ଡ୍ରୋନ, ବିଭିନ୍ନ ଦିଗରୁ ଆସୁଥିବା ଲକ୍ଷ୍ୟକୁ ଧ୍ବଂସ କରିଦେବ। ଏହା ବ୍ୟତୀତ ଅତି ନିକଟରୁ ଶତ୍ରୁକୁ ମାତ୍‌ ଦେବା ପାଇଁ ସ୍ପାଇଡର, ଜୁ-୨୩-୨, ସିଲ୍‌କା, ତୁଙ୍ଗୁସ୍କା, ଭେରି ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଏହା ବ୍ୟତୀତ କାଉଣ୍ଟର-ୟୁଏଏସ ଏବଂ ଇଲେକ୍‌ଟ୍ରୋନିକ ୱାରଫେୟାର ଲାଗି ସି-ୟୁଏସ ରହିଛି। ଏଥିରେ ଲାଗିଥିବା ଜାମର, ଟ୍ରାକର, ସ୍ପୁଫର ଆଦି ଡ୍ରୋନଗୁଡିକୁ ଚିହ୍ନଟ କରି ଧ୍ବଂସ କରିଦେବ।

ଅଭେଦ୍ୟ ପ୍ରାଚୀର ‘ପେଚୋରା’

ପାକିସ୍ତାନର ସମସ୍ତ ଆକ୍ରମଣ ବିଫଳ ହୋଇଯାଇଛି। ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଭାରତର ଅଭେଦ୍ୟ ପ୍ରାଚୀର ନିଷ୍ପଳ କରିଦେଇଛି। ଆକାଶରେ ଉଡ଼ାଇ ପାଉଁଶ କରିଦେଇଛି। ଭାରତର ସୁଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଏ ସବୁ ସମ୍ଭବ ହୋଇପାରିଛି। ଏଗୁଡିକ ମଧ୍ୟରେ ପେଚୋରା ଏୟାର ଡିଫେନ୍ସ ସିଷ୍ଟମ ସାମିଲ ରହିଛି। ଗୁରୁବାର ରାତିରେ ପାକିସ୍ତାନ କରିଥିବା ଡ୍ରୋନ ଆକ୍ରମଣକୁ ପେଚୋରା ନିଷ୍ଫଳ କରି ଜନତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି। ଗୁରୁବାର ରାତିରେ ଭାରତ ସିୟୁଏଏସ, ପେଚୋରା, ସମର ଏବଂ ଏଡି ଗନ ବ୍ୟବହାର କରିଥିଲା। ଏହି ସବୁ ଅଭେଦ୍ୟ ପ୍ରାଚୀର ସତର୍କ ହୋଇ ରହିଥିଲା। ଏମାନଙ୍କ ମଧ୍ୟରେ ପେଚୋରା ତଥା ଏସ୍‌-୧୨୫ ନେଭା ଆଗରେ ରହିଥିଲା। ୧୯୭୦ରୁ ଭାରତୀୟ ସେନା ଏହାକୁ ବ୍ୟବହାର କରିଆସୁଛି।

ସୋଭିଏତ କାଳର ଭୂପୃଷ୍ଠକୁ ଆକାଶକୁ ଆକ୍ରମଣ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ସାମ୍) ପେଚୋରା ସିଷ୍ଟମକୁ ନିମ୍ନରୁ ମଧ୍ୟମ ଦୂରଗାମୀ ଲକ୍ଷ୍ୟଭେଦ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଗୋଟିଏ ରାଡାର ଗାଇଡେଡ ମିଶାଇଲ ଲଞ୍ଚର, ଫାୟାର କଣ୍ଟ୍ରୋଲ, ଭି-୬୦୦ କ୍ଷେପଣାସ୍ତ୍ର ରହିଛି। ଏହା ଶତ୍ରୁର ଆକ୍ରମଣକୁ ଚିହ୍ନଟ କରି ଟ୍ରାକ କରିଥାଏ। ପରେ ଲକ୍ଷ୍ୟ ଧାର୍ଯ୍ୟ କରି ଉଡ଼ାଇ ଦେଇଥାଏ। ପେଚୋରା ୩୦ରୁ ୩୫.୪ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଏହା ୨୦ ମିଟରରୁ ୨୫ କିମି ଭିତରେ ଉଡୁଥିବା ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ। ଏହା ଶହେ କିମି ଦୂରରୁ ଶତ୍ରୁକୁ ଚିହ୍ନଟ କରିପାରିବ। ପେଚୋରା ସେକେଣ୍ଡକୁ ୯୦୦ ମିଟର ବେଗରେ ଗତି କରି ଏକାସଙ୍ଗେ ଦୁଇଟି ଲକ୍ଷ୍ୟ ଭେଦ କରିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର