ମଙ୍ଗଳବାର ରାଶିଫଳ ( ୨୬-୦୯-୨୦୨୩ )

The Sakala Picture
Published On

ମେଷ: ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମହିଳାମାନେ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦେବେ। ବୃଷ: ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂର ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ପିତାଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟାରମ୍ଭ କରିବେ। ମିଥୁନ: ଅକସ୍ମାତ୍‌ ଖୁସି ଖବର ପାଇପାରନ୍ତି। ନୂତନ ରୋଜଗାରର ସୁଯୋଗ ରହିଛି। ଛାତ୍ରଛାତ୍ରୀ ନିଜ ପରିଶ୍ରମର ଉଚିତ ଫଳ […]

ମେଷ: ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମହିଳାମାନେ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦେବେ।

ଆହୁରି ପଢ଼ନ୍ତୁ: ମହାଶିବରାତ୍ରିରେ ଦୁର୍ଲଭ ସଂଯୋଗ: ମହାଦେବଙ୍କ କୃପାରୁ ଏହି ୪ ରାଶି ହେବେ ମାଲାମାଲ, ଜାଣନ୍ତୁ କାହା ପାଇଁ ଶୁଭ?

ବୃଷ: ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂର ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ପିତାଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟାରମ୍ଭ କରିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଅକସ୍ମାତ୍‌ ଖୁସି ଖବର ପାଇପାରନ୍ତି। ନୂତନ ରୋଜଗାରର ସୁଯୋଗ ରହିଛି। ଛାତ୍ରଛାତ୍ରୀ ନିଜ ପରିଶ୍ରମର ଉଚିତ ଫଳ ପାଇବେ। ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ପାଇବେ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୦୬-୦୨-୨୦୨୬ )

କର୍କଟ: ପ୍ରଶାସନିକ ଅଧିକାରୀଙ୍କ ଠାରୁ ସହଯୋଗ ପାଇବେ। କ୍ୟାରିୟରରେ ସଫଳତା ପାଇଁ କଠିନ ପରିଶ୍ରମ ଜାରି ରଖନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ।

ସିଂହ: ପ୍ରଶଂସାର ପାତ୍ର ହେବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ। ବନ୍ଧୁ ଏବଂ ପ୍ରିୟଜନଙ୍କ ଠାରୁ ସମର୍ଥନ ପାଇବେ । ପରିବାରରେ ସମ୍ପତ୍ତି ସମ୍ବନ୍ଧରେ ଏକ ବିବାଦ ଦେଖାଦେଇପାରେ ।

କନ୍ୟା: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ମନମୁତାବକ କାର୍ଯ୍ୟରେ ନିୟୋଜିତ ହେବେ। ଆର୍ଥିକ ଯୋଜନାରୁ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀମାନେ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି।

ତୁଳା: ପ୍ରିୟଜନଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ।

ବିଛା: ପରିବାର ସଦସ୍ୟଙ୍କ ଆଚରଣ ଆପଣଙ୍କୁ କଷ୍ଟ ଦେଇପାରେ। ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ମହିଳାମାନେ ଭାବପ୍ରବଣ ହେବେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ଧନୁ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କ୍ୟାରିୟରରେ ବଡ଼ ସଫଳତା ପାଇ ପାରନ୍ତି। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। କୌଣସି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

ମକର: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ କ୍ଷେତ୍ରରେ ସକ୍ରିୟ ରହିବେ। ବ୍ୟବସାୟ ବୃଦ୍ଧି କରିବା ନିମନ୍ତେ ନୂତନ ରାସ୍ତା ପାଇବେ।

କୁମ୍ଭ: ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। ଆପଣଙ୍କ କଥା ଅନୁସାରେ ସବୁ କାର୍ଯ୍ୟ ହୋଇପାରେ। ଘରେ ଲାଗିରହିଥିବା ତିକ୍ତତା ଭିନ୍ନମୋଡ଼ ନେବ। ପୂଜାର୍ଚ୍ଚନା କରନ୍ତୁ।

ମୀନ: ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp