ମନୋରଞ୍ଜନ
ଓଡ଼ିଶା
ମଙ୍ଗଳବାର ରାଶିଫଳ (୨୨-୦୭-୨୦୨୫)
ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଆଶା କରିଥିବା ଦିଗରୁ ଅର୍ଥ ମିଳିପାରେ। ବୃଷ: ବିବାହ ପ୍ରସ୍ତାବ ସ୍ଥିର ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କୋର୍ଟ ମାମଲାରେ ସଫଳତା ହାସଲ କରିବେ। ମହିଳାମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରିବେ। ମିଥୁନ: ରାଜନୀତିରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ […]
ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଆଶା କରିଥିବା ଦିଗରୁ ଅର୍ଥ ମିଳିପାରେ।
ବୃଷ: ବିବାହ ପ୍ରସ୍ତାବ ସ୍ଥିର ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କୋର୍ଟ ମାମଲାରେ ସଫଳତା ହାସଲ କରିବେ। ମହିଳାମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରିବେ।
ମିଥୁନ: ରାଜନୀତିରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ।
କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଏକାଗ୍ରତାର ସହ କାମ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ।
ସିଂହ: ବନ୍ଧୁ ମିଳନ ଯୋଗ ଅଛି। ଘରେ ପୂଜାପାଠ ଆୟୋଜନ କରିବେ। ପ୍ରେମ ସମ୍ବନ୍ଧରେ ତିକ୍ତତା ଦେଖା ଦେବ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦୂର ହେବ। ଅଚାନକ ଖୁସି ଖବର ପାଇ ପାରନ୍ତି।
କନ୍ୟା: ଭାଇଭଉଣୀଙ୍କ ମଧ୍ୟରେ ଭୁଲ ବୁଝମଣା ଦୂର ହେବ। ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରିବେ। ନିବେଶ ପାଇଁ ଅନୁକୂଳ ସମୟ ନୁହେଁ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ।
ତୁଳା: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସରକାରୀ ଚାକିରି ପାଇଁ ସମୟ ଲାଗିବ। ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ।
ବିଛା: ଅଫିସ୍ କାର୍ଯ୍ୟ ଠିକ୍ ସମୟରେ ପୂରା କରିବେ। ବରିଷ୍ଠ ଅଧିକାରୀ କାମ ପାଇଁ ପ୍ରଶଂସା କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଦୂରଯାତ୍ରା କରିପାରନ୍ତି।
ଧନୁ: ଶାନ୍ତ ମନରେ କାର୍ଯ୍ୟ କରିବେ। ବ୍ୟବସାୟରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଚକ୍ଷୁ ସମସ୍ୟା ହୋଇପାରେ।
ମକର: ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବନ୍ଧୁଙ୍କ ସହ ଆଲୋଚନା କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
କୁମ୍ଭ: ଇଚ୍ଛା ପୂରଣ ହେବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ହେବ।
ମୀନ: ମନ ପ୍ରସନ୍ନ ରହିବ। ନୂଆ ଯୋଜନା ସହ କାମ ଆରମ୍ଭ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସାଙ୍ଗସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।






