ସୋମବାର ରାଶିଫଳ ( ୧୫-୧୨-୨୦୨୫ )

Madhusudan Das Picture
Published On

ମେଷ: କାର୍ଯ୍ୟ କ୍ଷେତ୍ରରେ କୌଣସି  ନୂତନ ପଦକ୍ଷେପ ନେଇପାରନ୍ତି।  ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ।

ଆହୁରି ପଢ଼ନ୍ତୁ: Friday horoscope; ଶୁକ୍ରବାର ରାଶିଫଳ ( ୧୨-୧୨-୨୦୨୫ )

ବୃଷ: ପାରିବାରିକ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଅବସର ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ବେପାରୀଙ୍କ ଆମଦାନି ବଢ଼ିପାରେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। 

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୩-୧୨-୨୦୨୫)

ମିଥୁନ: ଗୁରୁଜନଙ୍କ ଆଶିର୍ବାଦ ପାଇବେ। ମହିଳାମାନଙ୍କ ପାଇଁ ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଆକସ୍ମିକ ଧନଲାଭର ଯୋଗ ଅଛି। ବୈବାହିକ ଜୀବନରେ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: ସୋମବାର ରାଶିଫଳ ( ୦୮-୧୨-୨୦୨୫ )

କର୍କଟ: ଏକାଗ୍ରତା ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ସନ୍ତାନଙ୍କ ସୁଖ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ବ୍ୟବସାୟ ବୃଦ୍ଧି ପାଇବା ସହ ଖ୍ୟାତି ବଢ଼ିବ ।

ସିଂହ: ଜୀବନରେ ପରିବର୍ତ୍ତନ ଦେଖାଦେବ। କର୍ମକ୍ଷେତ୍ରରେ  ସଫଳତା ପାଇବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରବର୍ଗଙ୍କ  ପୂରା ସହଯୋଗ ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଭିନ୍ନ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ନିଜ ଆଚରଣରେ ମଧୁରତା ଆଣିବେ। ଆର୍ଥିକ ମାମଲାରେ ଲାଭ ମିଳିବ। ପରିବାର ସହ ତୀର୍ଥଯାତ୍ରା ପାଇଁ ଯୋଜନା କରିବେ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

ବିଛା: ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇ ନୂତନ ନିେବଶ କରିବେ। ସନ୍ତୋଷଜନକ ଫଳ ପାଇବେ। ପ୍ରେମ ଓ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇପାରେ ।

ଧନୁ: କାର୍ଯ୍ୟକ୍ଷେତ୍ରରେ ବିଚାରକୁ ମାନ୍ୟତା ମିଳିବ। ମହିଳାଙ୍କ ଦାୟିତ୍ବ ବିକଶିତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମକର: କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିପାରେ। ହଠାତ୍‌ କୌଣସି ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମି ଓ ଭିତ୍ତିଭୂମିରେ ନିବେଶ ପାଇଁ ଜୀବନସାଥୀଙ୍କ ପରାର୍ମଶ ଲୋଡ଼ିବେ। 

କୁମ୍ଭ: ମହିଳାମାନେ ଅଯଥା କଥାରେ ପଡ଼ି ମାନସିକ ଶାନ୍ତି ହରାଇବେ। ଅନ୍ୟଠାରୁ ସାହାଯ୍ୟ ଆଶା କରି ଦୁଃଖ ପାଇବେ।  ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ମୀନ: ନୂତନ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ମହିଳାମାନଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ। ସନ୍ତାନଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ।

Join Us @ WhatsApp

About The Author

Google News
Join Us @ WhatsApp