Tuesday Horoscope: ମଙ୍ଗଳବାର ରାଶିଫଳ (୦୮-୦୯-୨୦୨୬)

Madhusudan Das Picture
Published On

ମେଷ: ବ୍ୟବସାୟରୁ ସଫଳତା ମିଳିବ। ସନ୍ତାନଙ୍କ ପ୍ରଗତିରେ ଅଭିଭାବକ ଖୁସି ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରହିବ। 

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୫-୦୯-୨୦୨୬)

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ବହୁତ ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ ପୂଜାର୍ଚ୍ଚନା କରିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: କୌଣସି କ୍ଷେତ୍ରରୁ ଆଘାତ ପାଇପାରନ୍ତି। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୭-୦୯-୨୦୨୬)

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। 

ସିଂହ: ଶତ୍ରୁଙ୍କୁ ଦୁର୍ବଳ ମନେ କରନ୍ତୁନି। ଉଧାର ଟଙ୍କା ଫେରି ପାଇବେ। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।   

କନ୍ୟା: ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେବ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ନୂତନ ଜମି କ୍ରୟ କରିପାରନ୍ତି। 

ତୁଳା: ଭୂମି, ଯାନବାହନ କିଣିବାର ଅଧିକ ସମ୍ଭାବନା ରହିଛି। ଅଭିଭାବକମାନେ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। 

ବିଛା: ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଚାନକ ଖୁସି ଖବର ମିଳିବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ  ଜରୁରି।

ଧନୁ: ସୃଜନାଶୀଳତା ବୃଦ୍ଧ଄ ପାଇବ। ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରେମ  ବ୍ୟାପାରରେ ସଫଳ  ହେବେ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ  ମିଳିପାରେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।       

ମକର: ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ । ଦିନଟି ବେଶ୍‌ ହସଖୁସିରେ ବିତିବ। ଘରେ ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। 

କୁମ୍ଭ: ଅଚାନକ ମନ ଭିତରେ ପରିବର୍ତ୍ତନ ଆସିପାରେ। ଆର୍ଥିକ ସମସ୍ୟା ରହିବନି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ। 

ମୀନ: ଜମି କିଣାବିକା ଯୋଗ ରହିଛି। ଅଧିକ ଲାଭ ପାଇବା ଆଶାରେ ଭୁଲ୍‌ କରନ୍ତୁନି। ପାରିବାରିକ ସମସ୍ୟା ସମାଧାନ ହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp