ନୂତନ ଗବେଷଣା: କରୋନାକୁ ମାରିବ କରୋନା

The Sakala Picture
Published On

ବିଗତ ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ବିଶ୍ବ କରୋନା ମହାମାରୀ ସହିତ ସଂଘର୍ଷ କରିଆସୁଛି। କରୋନା ସଂକ୍ରମଣ ‘ସାର୍‌ସ କୋଭ୍‌ ୨’ ନାମକ ଏକ ଭାଇରସ୍‌ ଦ୍ବାରା ହୋଇଥାଏ। ଜଳବାୟୁରେ କରୋନା ପୂର୍ବରୁ ଏମିତି ଅନେକ ଭାଇରସ୍‌ ଅଛି, ଯାହାକୁ କରୋନା ବୋଲି କହିହେବ। କିନ୍ତୁ ସେଗୁଡ଼ିକ ଦ୍ବାରା ଆମର ସାଧାରଣ ସର୍ଦ୍ଦି, ଥଣ୍ଡା, କାଶ ଓ ଜ୍ବର ହୋଇଥାଏ। ଏହିସବୁ ଭାଇରସ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କରୋନାର ମୁକାବିଲା କରିବାରେ ସମର୍ଥ। […]

ବିଗତ ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ବିଶ୍ବ କରୋନା ମହାମାରୀ ସହିତ ସଂଘର୍ଷ କରିଆସୁଛି। କରୋନା ସଂକ୍ରମଣ ‘ସାର୍‌ସ କୋଭ୍‌ ୨’ ନାମକ ଏକ ଭାଇରସ୍‌ ଦ୍ବାରା ହୋଇଥାଏ। ଜଳବାୟୁରେ କରୋନା ପୂର୍ବରୁ ଏମିତି ଅନେକ ଭାଇରସ୍‌ ଅଛି, ଯାହାକୁ କରୋନା ବୋଲି କହିହେବ। କିନ୍ତୁ ସେଗୁଡ଼ିକ ଦ୍ବାରା ଆମର ସାଧାରଣ ସର୍ଦ୍ଦି, ଥଣ୍ଡା, କାଶ ଓ ଜ୍ବର ହୋଇଥାଏ। ଏହିସବୁ ଭାଇରସ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କରୋନାର ମୁକାବିଲା କରିବାରେ ସମର୍ଥ। ଏକ ନୂଆ ବୈଜ୍ଞାନିକ ଗବେଷଣା ଦ୍ବାରା ଏସବୁ ତଥ୍ୟ ଜଣାପଡ଼ିଛି। ଇମ୍ପିରିଅଲ୍‌ କଲେଜ୍‌ ଅଫ୍ ଲଣ୍ଡନ୍‌ର ବୈଜ୍ଞାନିକମାନେ ଏ ସମ୍ପର୍କିତ ଗବେଷଣା କରିଥିଲେ।

ଗବେଷଣାରୁ ଜଣାପଡ଼ିଥିଲା ଯେ, ଆମ ଶରୀରରେ ସାଧାରଣ ଥଣ୍ଡାକାଶ ସୃଷ୍ଟି କରୁଥିବା ଭାଇରସ୍‌ କରୋନା ବିପକ୍ଷରେ ଆଣ୍ଟିବଡି ଉତ୍ପନ୍ନ କରିଥାଏ। ଏହା ଶରୀରରେ ‘ଟି ସେଲ୍‌ସ’ର ମାତ୍ରା ବୃଦ୍ଧି କରିଥାଏ। ‘ଟି-ସେଲ୍‌ସ’ ହେଉଛି ଶରୀରରେ ଥିବା ସେହି ସବୁ କୋଷିକା, ଯାହା ଭାଇରସ୍‌କୁ ନଷ୍ଟ କରିଦେଇଥାଏ। ‘ଟି-ସେଲ୍‌’ର ମାତ୍ରା ବୃଦ୍ଧି ଅର୍ଥ ନୁହେଁ ଯେ, ଜଣେ ବ୍ୟକ୍ତି ସଂକ୍ରମିତ ହେବନାହିଁ। କିନ୍ତୁ ‘ଟି- ସେଲ୍’ର କାମ ହେଉଛି, ଯଦି କୌଣସି ଭାଇରସ୍‌ ଶରୀର ଭିତରକୁ ଆସୁଛି, ତେବେ ଏହା ତା’କୁ ଶରୀର ଭିତରେ ହିଁ ମାରିଦେଇଥାଏ। ଏହାପରେ ଅନ୍ୟ କୋଷିକାଗୁଡ଼ିକ ସହିତ ମିଶି ଶରୀରରେ ଆଣ୍ଟିବଡିଜ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏଭଳି ଏକ ତଥ୍ୟ ସାମନାକୁ ଆସିବା ପରେ ବୈଜ୍ଞାନିକମାନେ ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, କରୋନା ହିଁ କରୋନାକୁ ମାରିବ ଏବଂ ଶରୀରରେ ‘ଟିସେଲ୍‌’ ବୃଦ୍ଧି କରିବା ପାଇଁ ଏକ ବିଶ୍ବବ୍ୟାପି ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇପାରିବ। ଏହା ଦ୍ବାରା ଆଗାମୀ ଦିନରେ କରୋନା ଓ ଓମିକ୍ରନ୍‌ ଭଳି ଅନ୍ୟ ମାରାତ୍ମକ ରୋଗରୁ ମଧ୍ୟ ସୁରକ୍ଷା ମିଳିପାରିବ।

11 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର