ଜାଣନ୍ତୁ କେଉଁ ସମୟରେ ପାଣି ପିଇବା ଉତ୍ତମ…..

The Sakala Picture
Published On

ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ। ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଶରୀର ହାଇଡ୍ରେଡ୍‌ ରହିଥାଏ ଏବଂ ଅନେକ ପ୍ରକାର ହଜମଜନିତ ରୋଗ ଦୂର ହୁଏ। -ଭୋକ ଲାଗିଲେ କିଛି ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଶରୀର […]

ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ। ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଶରୀର ହାଇଡ୍ରେଡ୍‌ ରହିଥାଏ ଏବଂ ଅନେକ ପ୍ରକାର ହଜମଜନିତ ରୋଗ ଦୂର ହୁଏ।

ଆହୁରି ପଢ଼ନ୍ତୁ: ଆପଣଙ୍କ ଡିଏନ୍ଏରେ ଲୁଚି ରହିଛି କି ଆଲଜାଇମର୍ସ? ପରିବାରର ଇତିହାସ ବିଷୟରେ କ'ଣ କହୁଛନ୍ତି ଡାକ୍ତର ଜାଣନ୍ତୁ

-ଭୋକ ଲାଗିଲେ କିଛି ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଉତ୍ତମ ହୋଇଥାଏ।

ଆହୁରି ପଢ଼ନ୍ତୁ: ଭିଟାମିନ୍ 'ଡି' ସପ୍ଲିମେଣ୍ଟ: ହାଡ଼ର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୦ଟି ଶ୍ରେଷ୍ଠ ବିକଳ୍ପ

-ବିମାନଯାତ୍ରା ସମୟରେ ମଧ୍ୟ ଅଧିକ ପାଣି ପିଇବା ଉଚିତ। କାରଣ ବିମାନଟି ଯେତେ ଊର୍ଦ୍ଧ୍ବକୁ ଯାଏ, ତା’ ଭିତରର ବାୟୁ ସେତିକି ଶୁଷ୍କ ହୋଇଯାଏ। ତେଣୁ ଶରୀରକୁ ହାଇଡ୍ରେଡ୍‌ ରଖିବା ପାଇଁ କିଛି କିଛି ସମୟ ବ୍ୟବଧାନରେ ଅଧିକ ପାଣି ପିଇବା ଉଚିତ।

ଆହୁରି ପଢ଼ନ୍ତୁ: ଅଙ୍ଗ ପ୍ରତିରୋପଣ ପରେ ବଢିପାରେ ସାଇନସ୍ ସମସ୍ୟା: ଜାଣନ୍ତୁ କ’ଣ କହୁଛି ନୂଆ ଗବେଷଣା

-ମସାଜ୍‌ କରିବା ପୂର୍ବରୁ ମଧ୍ୟ ପାଣି ପିଇବା ଆବଶ୍ୟକ।

-ଜ୍ବର, ଝାଡ଼ା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଇତ୍ୟାଦି ରୋଗରେ ଅଧିକ ପାଣି ପିଇବା ଉଚିତ। ଏହି ସମସ୍ୟା ଦେଖାଦେଲେ ପାଣିରେ ଓଆର୍‌ଏସ୍‌ ପକାଇ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

-ଯେଉଁମାନଙ୍କ ଶରୀରରୁ ଅଧିକ ଝାଳ ବାହାରେ ସେମାନେ ଅଧିକ ପାଣି ପିଇବା ଆବଶ୍ୟକ। ଜିମ୍‌ରେ ୱାର୍କଆଉଟ୍‌ ସରିବା ସଙ୍ଗେ ସଙ୍ଗେ କିମ୍ବା ସକାଳୁ ରନିଙ୍ଗ୍ ସରିବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ଅନେକ ପ୍ରକାର

-ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। କଠିନ ଶାରୀରିକ ପରିଶ୍ରମ ପରେ କିଛି ସମୟ ବିଶ୍ରାମ ନେଇ ପାଣି ପିଇବା ଉତ୍ତମ ଅଭ୍ୟାସ।

-ମାସିକ ଧର୍ମ ସମୟରେ ମହିଳାଙ୍କୁ ଅଧିକ ପାଣି ପିଇବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି।

-ଆମେରିକାର ରାଷ୍ଟ୍ରୀୟ ବିଜ୍ଞାନ ଇଞ୍ଜିନିୟରିଂ ଏବଂ ଚିକିତ୍ସା ଆକାଡେମୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ପୁରୁଷଙ୍କୁ ପ୍ରତିଦିନ ୧୫.୫ କପ୍‌ ପାଣି ପିଇବା ଉତ୍ତମ ହୋଇଥିବାବେଳେ ମହିଳାଙ୍କ ପାଇଁ ଏହାର ପରିମାଣ ହେଉଛି ୧୧.୫ କପ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp