ପରଦାକୁ ଫେରିବେ ଶେହନାଜ୍

The Sakala Picture
Published On

ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ବିୟୋଗ ପରେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ମାନସିକ ସ୍ତରରେ ପୂରାପୂରି ଭାଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶେହନାଜ୍। ଏଯାବତ୍ ସେ ସୁଟିଂ ସେଟ୍‌କୁ ଫେରିନାହାନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଶେହନାଜ ପଞ୍ଜାବୀ ଫିଲ୍ମ ‘ହୋସ୍‌ଲା ରଖ’ ଏକ ପ୍ରମୋସନାଲ ଗୀତର ସୁଟିଂ ଆରମ୍ଭ କରିଥାନ୍ତେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅଭିନେତା ତଥା […]

ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ବିୟୋଗ ପରେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ମାନସିକ ସ୍ତରରେ ପୂରାପୂରି ଭାଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶେହନାଜ୍। ଏଯାବତ୍ ସେ ସୁଟିଂ ସେଟ୍‌କୁ ଫେରିନାହାନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଶେହନାଜ ପଞ୍ଜାବୀ ଫିଲ୍ମ ‘ହୋସ୍‌ଲା ରଖ’ ଏକ ପ୍ରମୋସନାଲ ଗୀତର ସୁଟିଂ ଆରମ୍ଭ କରିଥାନ୍ତେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅଭିନେତା ତଥା ଗାୟକ ଦିଲଜିତ୍‌ ଦୋସାଞ୍ଜ । କିନ୍ତୁ ଶେହନାଜଙ୍କ ଅବସ୍ଥା ଦେଖି ସୁଟିଂକୁ ଘୁଞ୍ଚାଇ ଦିଆଯାଇଛି। ଆଶା କରାଯାଉଛି ସେପ୍ଟେମ୍ବର ଶେଷ ଆଡକୁ ଶେହନାଜ୍ ସୁଟିଂ ସେଟ୍‌କୁ ଫେରିବେ ।

ଆହୁରି ପଢ଼ନ୍ତୁ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଆଜି ବି ଘାରୁଛି କାମର ଚାପ: କହିଲେ, "ରାତିରେ ନିଦ ହେଉନାହିଁ"

ଏସମ୍ପର୍କରେ ଦିଲଜିତ୍ କହିଛନ୍ତି ଯେ, ‘ଅମେ ଅପେକ୍ଷା କରୁଛୁ ଶେହନାଜ ଏ ଦୁଃଖରୁ ଶୀଘ୍ର ମୁକୁଳି ଆସନ୍ତୁ । ଆମେ ସେପ୍ଟେମ୍ବର ୧୫ ତାରିଖରେ ଏକ ଗୀତର ସୁଟ୍ କରିଥାନ୍ତୁ । ଏହାର ସୁଟିଂ ଲଣ୍ଡନରେ ହେବାର ଥିଲା । କିନ୍ତୁ ଶେହନାଜଙ୍କ ଯୋଗୁଁ ଏହାର ସୁଟ୍ ହୋଇପାରିନାହିଁ । ଏକ ନୂଆ ତାରିଖ ସ୍ଥିର କରି ସୁଟିଂ ବିଷୟରେ ଆମେ ତାଙ୍କ ସହ କଥାବାର୍ତ୍ତା କରିବୁ।” ଏଠାରେ ପ୍ରକାଶ ଥାଉ କି, ରିଅଲିଟି ଶୋ’ ବିଗ୍‌ବସ୍‌ ସିଜିନ୍ -୧୩ରେ ଶେହନାଜ୍ ଓ ସିଦ୍ଧାର୍ଥଙ୍କର ସାକ୍ଷାତ ହୋଇଥିଲା। ଶୋ’ରେ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହି ଯୋଡ଼ିକୁ ଲୋକ ମଧ୍ୟ ପସନ୍ଦ କରି ‘ସିଦନାଜ’ ନାଁ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ି ରାସ୍ତାରେ ପରିବା ବିକିବି, କିନ୍ତୁ ମୁଣ୍ଡ ନୁଆଁଇବି ନାହିଁ: ଟିଭି ପ୍ରଯୋଜକଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ

27 Sep 2021 By The Sakala

ପରଦାକୁ ଫେରିବେ ଶେହନାଜ୍

ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ବିୟୋଗ ପରେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ମାନସିକ ସ୍ତରରେ ପୂରାପୂରି ଭାଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶେହନାଜ୍। ଏଯାବତ୍ ସେ ସୁଟିଂ ସେଟ୍‌କୁ ଫେରିନାହାନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଶେହନାଜ ପଞ୍ଜାବୀ ଫିଲ୍ମ ‘ହୋସ୍‌ଲା ରଖ’ ଏକ ପ୍ରମୋସନାଲ ଗୀତର ସୁଟିଂ ଆରମ୍ଭ କରିଥାନ୍ତେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅଭିନେତା ତଥା ଗାୟକ ଦିଲଜିତ୍‌ ଦୋସାଞ୍ଜ । କିନ୍ତୁ ଶେହନାଜଙ୍କ ଅବସ୍ଥା ଦେଖି ସୁଟିଂକୁ ଘୁଞ୍ଚାଇ ଦିଆଯାଇଛି। ଆଶା କରାଯାଉଛି ସେପ୍ଟେମ୍ବର ଶେଷ ଆଡକୁ ଶେହନାଜ୍ ସୁଟିଂ ସେଟ୍‌କୁ ଫେରିବେ ।

ଏସମ୍ପର୍କରେ ଦିଲଜିତ୍ କହିଛନ୍ତି ଯେ, ‘ଅମେ ଅପେକ୍ଷା କରୁଛୁ ଶେହନାଜ ଏ ଦୁଃଖରୁ ଶୀଘ୍ର ମୁକୁଳି ଆସନ୍ତୁ । ଆମେ ସେପ୍ଟେମ୍ବର ୧୫ ତାରିଖରେ ଏକ ଗୀତର ସୁଟ୍ କରିଥାନ୍ତୁ । ଏହାର ସୁଟିଂ ଲଣ୍ଡନରେ ହେବାର ଥିଲା । କିନ୍ତୁ ଶେହନାଜଙ୍କ ଯୋଗୁଁ ଏହାର ସୁଟ୍ ହୋଇପାରିନାହିଁ । ଏକ ନୂଆ ତାରିଖ ସ୍ଥିର କରି ସୁଟିଂ ବିଷୟରେ ଆମେ ତାଙ୍କ ସହ କଥାବାର୍ତ୍ତା କରିବୁ।” ଏଠାରେ ପ୍ରକାଶ ଥାଉ କି, ରିଅଲିଟି ଶୋ’ ବିଗ୍‌ବସ୍‌ ସିଜିନ୍ -୧୩ରେ ଶେହନାଜ୍ ଓ ସିଦ୍ଧାର୍ଥଙ୍କର ସାକ୍ଷାତ ହୋଇଥିଲା। ଶୋ’ରେ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହି ଯୋଡ଼ିକୁ ଲୋକ ମଧ୍ୟ ପସନ୍ଦ କରି ‘ସିଦନାଜ’ ନାଁ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp