୧୭ ଫେବ୍ରୁଆରୀରେ ଆସିବ ‘ମୈଦାନ’

The Sakala Picture
Published On

ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ହାତରେ ଏବେ ଅନେକ ବିଗ୍‌ ବିଜେଟ୍‌ର ଫିଲ୍ମ ରହିଛି। ଏଇ କିଛିଦିନ ପୂର୍ବରୁ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୨’ର ଟିଜର୍‌ ଜାରି ହୋଇଥିଲା। ଏବେ ଅଜୟଙ୍କ ଫିଲ୍ମ ‘ମୈଦାନ୍‌’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ‘ମୈଦାନ’ ୧୩ ବର୍ଷ ଧରି ଭାରତୀୟ ଜାତୀୟ ଫୁଟବଲ୍‌ ଟିମ୍‌ର ମ୍ୟାନେଜର ତଥା କୋଚ୍‌ ଥିବା ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଅଜୟ, ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ। […]

ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ହାତରେ ଏବେ ଅନେକ ବିଗ୍‌ ବିଜେଟ୍‌ର ଫିଲ୍ମ ରହିଛି। ଏଇ କିଛିଦିନ ପୂର୍ବରୁ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୨’ର ଟିଜର୍‌ ଜାରି ହୋଇଥିଲା। ଏବେ ଅଜୟଙ୍କ ଫିଲ୍ମ ‘ମୈଦାନ୍‌’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ‘ମୈଦାନ’ ୧୩ ବର୍ଷ ଧରି ଭାରତୀୟ ଜାତୀୟ ଫୁଟବଲ୍‌ ଟିମ୍‌ର ମ୍ୟାନେଜର ତଥା କୋଚ୍‌ ଥିବା ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଅଜୟ, ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଜୁନ୍‌ ୩, ୨୦୨୨ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ଅଜୟ ଏକ ଟ୍ବିଟ୍ କରି ‘ମୈଦାନ’ର ରିଲିଜ୍‌ ବିଷୟରେ ଘୋଷଣା କରିଛନ୍ତି। ଅଜୟ ଟ୍ବିଟ୍‌ କରିଥିଲେ ଯେ- ‘ଜଣେ ଅଜ୍ଞାତ ନାୟକ, ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ସତ୍ୟ ଘଟଣାକୁ ଅନୁଭବ କରନ୍ତୁ, ଯିଏ ଭାରତକୁ ଗୌରବାନ୍ବିତ କରିଥିଲେ।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

‘ମୈଦାନ’ ଫେବ୍ରୁଆରୀ ୧୭ରେ ରିଲିଜ୍‌ ହେବ।’ ଅଜୟଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଚଳଚ୍ଚିତ୍ରରେ ଅଜୟଙ୍କ ବିପକ୍ଷରେ ସାଉଥ୍‌ ସୁନ୍ଦରୀ ପ୍ରିୟାମଣି ନାୟିକା ଭାବେ ଦେଖାଯିବେ। ‘ମୈଦାନ’ ଫିଲ୍ମର ପ୍ରଯୋଜକ ହେଉଛନ୍ତି ବୋନି କପୁର ଓ ଆକାଶ ଚାୱଲା । ଅମିତ୍‌ ରବୀନ୍ଦ୍ରନାଥ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଅମିତ୍‌ ପୂର୍ବରୁ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଚାରୋଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ୍‌ ହେବ । ଅଜୟଙ୍କ କାମ କଥା କହିବାକୁ ଗଲେ, ସେ ଖୁବ୍‌ଶୀଘ୍ର ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ୍‌ ପ୍ରୀତ୍‌ ସିଂହ ଦେଖାଯିବେ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

03 Oct 2022 By The Sakala

୧୭ ଫେବ୍ରୁଆରୀରେ ଆସିବ ‘ମୈଦାନ’

ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ହାତରେ ଏବେ ଅନେକ ବିଗ୍‌ ବିଜେଟ୍‌ର ଫିଲ୍ମ ରହିଛି। ଏଇ କିଛିଦିନ ପୂର୍ବରୁ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୨’ର ଟିଜର୍‌ ଜାରି ହୋଇଥିଲା। ଏବେ ଅଜୟଙ୍କ ଫିଲ୍ମ ‘ମୈଦାନ୍‌’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ‘ମୈଦାନ’ ୧୩ ବର୍ଷ ଧରି ଭାରତୀୟ ଜାତୀୟ ଫୁଟବଲ୍‌ ଟିମ୍‌ର ମ୍ୟାନେଜର ତଥା କୋଚ୍‌ ଥିବା ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଅଜୟ, ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଜୁନ୍‌ ୩, ୨୦୨୨ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ଅଜୟ ଏକ ଟ୍ବିଟ୍ କରି ‘ମୈଦାନ’ର ରିଲିଜ୍‌ ବିଷୟରେ ଘୋଷଣା କରିଛନ୍ତି। ଅଜୟ ଟ୍ବିଟ୍‌ କରିଥିଲେ ଯେ- ‘ଜଣେ ଅଜ୍ଞାତ ନାୟକ, ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ସତ୍ୟ ଘଟଣାକୁ ଅନୁଭବ କରନ୍ତୁ, ଯିଏ ଭାରତକୁ ଗୌରବାନ୍ବିତ କରିଥିଲେ।

‘ମୈଦାନ’ ଫେବ୍ରୁଆରୀ ୧୭ରେ ରିଲିଜ୍‌ ହେବ।’ ଅଜୟଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଚଳଚ୍ଚିତ୍ରରେ ଅଜୟଙ୍କ ବିପକ୍ଷରେ ସାଉଥ୍‌ ସୁନ୍ଦରୀ ପ୍ରିୟାମଣି ନାୟିକା ଭାବେ ଦେଖାଯିବେ। ‘ମୈଦାନ’ ଫିଲ୍ମର ପ୍ରଯୋଜକ ହେଉଛନ୍ତି ବୋନି କପୁର ଓ ଆକାଶ ଚାୱଲା । ଅମିତ୍‌ ରବୀନ୍ଦ୍ରନାଥ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଅମିତ୍‌ ପୂର୍ବରୁ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଚାରୋଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ୍‌ ହେବ । ଅଜୟଙ୍କ କାମ କଥା କହିବାକୁ ଗଲେ, ସେ ଖୁବ୍‌ଶୀଘ୍ର ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ୍‌ ପ୍ରୀତ୍‌ ସିଂହ ଦେଖାଯିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର