‘ଦ କାଶ୍ମୀର ଫାଇଲ୍ସ’ ଦେଖି ଭାବବିହ୍ବଳ ହେଲେ ଦର୍ଶକ, ନିିର୍ଦ୍ଦେଶକଙ୍କ ପାଦ ଛୁଇଁଲେ ମହିଳା

The Sakala Picture
Published On

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ ଦୃଶ୍ୟ ଦେଖି ଦର୍ଶକେ ଭାବବିହ୍ବଳ ହୋଇଯାଇଛନ୍ତି। ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ସ୍କ୍ରିନିଂ ସମୟରେ […]

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ ଦୃଶ୍ୟ ଦେଖି ଦର୍ଶକେ ଭାବବିହ୍ବଳ ହୋଇଯାଇଛନ୍ତି। ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ସ୍କ୍ରିନିଂ ସମୟରେ ଅଧିକାଂଶ ଲୋକେ ଭାବବିହ୍ବଳ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଦେଖାଯାଇଛି, ସ୍କ୍ରିନିଂ ଦେଖି ସମସ୍ତେ ପଦାକୁ ବାହାରୁଛନ୍ତି, ଏହି ସମୟରେ ଜଣେ ମହିଳା ବିବେକଙ୍କ ପାଦସ୍ପର୍ଶ କରୁଛନ୍ତି। ମହିଳା ଜଣକ ଏତେମାତ୍ରାରେ ଭାବପ୍ରବଣ ହୋଇଯାଇଛନ୍ତି ଯେ, ସେ ଜୋରରେ କାନ୍ଦୁଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି । ଏହାସହ ବିବେକଙ୍କୁ ମହିଳା ଜଣକ କହିଛନ୍ତି, ‘ଆପଣଙ୍କ ବିନା ଅନ୍ୟ କେହି ଏହି କାମ କରିପାରି ନଥାନ୍ତା। ଆପଣ ଆସିବାରୁ ମତେ ଲାଗିଲା, ମୁଁ ଆପଣଙ୍କ ପାଦ ଛୁଇଁ ଆଶୀର୍ବାଦ ନେବି। ଆପଣ ଆମମାନଙ୍କ ପାଇଁ ଭଗବାନ। ସେଠାରେ ଉପସ୍ଥିତ ଅନ୍ୟ ଲୋକେ ମଧ୍ୟ ଏଭଳି ଏକ ଫିଲ୍ମ ନିର୍ମାଣ କରିଥିବାରୁ ବିବେକଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ ଦର୍ଶନ ଆସି ସେଠାରେ ମହିଳାଙ୍କୁ ଆଶ୍ବସନା ଦେଉଥିବାର ଦେଖାଯାଇଛି। ଏହି ଫିଲ୍ମକୁ ହରିୟାଣାରେ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

14 Mar 2022 By The Sakala

‘ଦ କାଶ୍ମୀର ଫାଇଲ୍ସ’ ଦେଖି ଭାବବିହ୍ବଳ ହେଲେ ଦର୍ଶକ, ନିିର୍ଦ୍ଦେଶକଙ୍କ ପାଦ ଛୁଇଁଲେ ମହିଳା

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ ଦୃଶ୍ୟ ଦେଖି ଦର୍ଶକେ ଭାବବିହ୍ବଳ ହୋଇଯାଇଛନ୍ତି। ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ସ୍କ୍ରିନିଂ ସମୟରେ ଅଧିକାଂଶ ଲୋକେ ଭାବବିହ୍ବଳ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଦେଖାଯାଇଛି, ସ୍କ୍ରିନିଂ ଦେଖି ସମସ୍ତେ ପଦାକୁ ବାହାରୁଛନ୍ତି, ଏହି ସମୟରେ ଜଣେ ମହିଳା ବିବେକଙ୍କ ପାଦସ୍ପର୍ଶ କରୁଛନ୍ତି। ମହିଳା ଜଣକ ଏତେମାତ୍ରାରେ ଭାବପ୍ରବଣ ହୋଇଯାଇଛନ୍ତି ଯେ, ସେ ଜୋରରେ କାନ୍ଦୁଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି । ଏହାସହ ବିବେକଙ୍କୁ ମହିଳା ଜଣକ କହିଛନ୍ତି, ‘ଆପଣଙ୍କ ବିନା ଅନ୍ୟ କେହି ଏହି କାମ କରିପାରି ନଥାନ୍ତା। ଆପଣ ଆସିବାରୁ ମତେ ଲାଗିଲା, ମୁଁ ଆପଣଙ୍କ ପାଦ ଛୁଇଁ ଆଶୀର୍ବାଦ ନେବି। ଆପଣ ଆମମାନଙ୍କ ପାଇଁ ଭଗବାନ। ସେଠାରେ ଉପସ୍ଥିତ ଅନ୍ୟ ଲୋକେ ମଧ୍ୟ ଏଭଳି ଏକ ଫିଲ୍ମ ନିର୍ମାଣ କରିଥିବାରୁ ବିବେକଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ ଦର୍ଶନ ଆସି ସେଠାରେ ମହିଳାଙ୍କୁ ଆଶ୍ବସନା ଦେଉଥିବାର ଦେଖାଯାଇଛି। ଏହି ଫିଲ୍ମକୁ ହରିୟାଣାରେ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର