ସ୍ୱାମୀ ସୋହେଲ ଖତୁରିଆଙ୍କୁ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ଦେଲେ ଅଭିନେତ୍ରୀ ହଂସିକା ମୋଟୱାନୀ, ନେଲେ ନାହିଁ କୌଣସି ଭରଣପୋଷଣ

Tapas Ranjan Nanda Picture
Published On

ହଂସିକା ମୋଟୱାନୀ ଏବଂ ବ୍ୟବସାୟୀ ସ୍ୱାମୀ ସୋହେଲ ଖତୁରିଆଙ୍କର ଆନୁଷ୍ଠାନିକ ଭାବେ ବିବାହ ବିଚ୍ଛେଦ ହୋଇଛି। ମୁମ୍ବାଇର ବାନ୍ଦ୍ରା ପରିବାର ଅଦାଲତ ଏହି ଦମ୍ପତିଙ୍କୁ ପାରସ୍ପରିକ ସମ୍ମତି ଭିତ୍ତିରେ ଛାଡ଼ପତ୍ର ପ୍ରଦାନ କରିଛନ୍ତି। ଏହି ଛାଡ଼ପତ୍ର ପ୍ରକ୍ରିୟାରେ ଅଭିନେତ୍ରୀ ଜଣକ କୌଣସି ପ୍ରକାର ଭରଣପୋଷଣ ବା ସ୍ତ୍ରୀଧନ ଦାବି ନକରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

କାହିଁକି ଭାଙ୍ଗିଲା ସମ୍ପର୍କ?

ଅଦାଲତରେ ପ୍ରକ୍ରିୟା ସମୟରେ ହଂସିକାଙ୍କ ପକ୍ଷରୁ ଓକିଲ ଅଦନାନ ଶେଖ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ମତରେ, ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ଦେଖାଦେଇଥିଲା। ସେମାନଙ୍କ ସ୍ୱଭାବ, ଦୃଷ୍ଟିକୋଣ ଏବଂ ଜୀବନଶୈଳୀରେ ଥିବା ଅମେଳ ଯୋଗୁଁ ବାରମ୍ବାର ବିବାଦ ସୃଷ୍ଟି ହେଉଥିଲା। ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ଏକାଠି ଗୋଟିଏ ଛାତ ତଳେ ରହିବା ଅସମ୍ଭବ ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

ପରିବାରର ଉଦ୍ୟମ ବିଫଳ

କୋର୍ଟରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ, ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସମ୍ପର୍କକୁ ସୁଧାରିବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ। କିନ୍ତୁ ଏହି ସବୁ ପ୍ରୟାସ ବିଫଳ ହୋଇଥିଲା। ଶେଷରେ ଉଭୟ ପକ୍ଷ ଆପୋଷ ବୁଝାମଣା ମାଧ୍ୟମରେ ବିବାହ ଶେଷ କରିବାକୁ ରାଜି ହୋଇଥିଲେ ଏବଂ ଜୁଲାଇ ୨, ୨୦୨୪ ରୁ ସେମାନେ ଅଲଗା ରହୁଥିଲେ।

୨୦୨୨ ରେ ହୋଇଥିଲା ବିବାହ

ସୂଚନାଯୋଗ୍ୟ ଯେ, ହଂସିକା ମୋଟୱାନୀ ଡିସେମ୍ବର ୨୦୨୨ ରେ ସୋହେଲ ଖତୁରିଆଙ୍କୁ ବିବାହ କରିଥିଲେ। ଗତ ବର୍ଷଠାରୁ ସେମାନଙ୍କ ଛାଡ଼ପତ୍ର ନେଇ ଚର୍ଚ୍ଚା ଜୋର ଧରିଥିଲା, ବିଶେଷକରି ଯେତେବେଳେ ହଂସିକା ନିଜ ସୋସିଆଲ ମିଡିଆରୁ ବିବାହର ଫଟୋଗୁଡ଼ିକୁ ହଟାଇ ଦେଇଥିଲେ। ବର୍ତ୍ତମାନ ଉଭୟ କୌଣସି ଆର୍ଥିକ କିମ୍ବା ଆଇନଗତ ଦାବି କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ଏହି ଦମ୍ପତିଙ୍କର କୌଣସି ସନ୍ତାନ ନାହାଁନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp