ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ

The Sakala Picture
Published On

ଭୁବନେଶ୍ୱର : ବାଲିଅନ୍ତା ଥାନା ବେଣୁପୁର ସାଇ ହୋମ୍ସ ସୋସାଇଟିରେ ଆତଙ୍କ ଖେଳାଉଛନ୍ତି ରାକେଶ ଶ୍ରୀଚନ୍ଦନ ନାମକ ଯୁବକ। ଲୋକଙ୍କ ଘରେ ପଶି ଜବରଦସ୍ତ ଦାଦାବଟି ମାଗିବା ସହ ବିଭିନ୍ନ ଧମକ ଚମକ ଦେଉଛନ୍ତି। ଯଦି କେହି ତା’ର ବିରୋଧରେ ବାହାରୁଛି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛନ୍ତି। ଅଭିଯୋଗ ଅନୁସାରେ, ରାକେଶ ଶ୍ରୀଚନ୍ଦନଙ୍କ ବାପା ସୋସାଇଟି ହୋଇଥିବା ଜାଗାକୁ ଜଣେ ବିଲ୍ଡରକୁ ସେୟାରିଂ ହିସାବରେ ଦେଇଛନ୍ତି। ବିଲ୍ଡର ଉକ୍ତ ସ୍ଥାନରେ ଘର କରି ଲୋକଙ୍କୁ ଦେଇଛନ୍ତି। […]

ଭୁବନେଶ୍ୱର : ବାଲିଅନ୍ତା ଥାନା ବେଣୁପୁର ସାଇ ହୋମ୍ସ ସୋସାଇଟିରେ ଆତଙ୍କ ଖେଳାଉଛନ୍ତି ରାକେଶ ଶ୍ରୀଚନ୍ଦନ ନାମକ ଯୁବକ। ଲୋକଙ୍କ ଘରେ ପଶି ଜବରଦସ୍ତ ଦାଦାବଟି ମାଗିବା ସହ ବିଭିନ୍ନ ଧମକ ଚମକ ଦେଉଛନ୍ତି। ଯଦି କେହି ତା’ର ବିରୋଧରେ ବାହାରୁଛି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛନ୍ତି।

ଅଭିଯୋଗ ଅନୁସାରେ, ରାକେଶ ଶ୍ରୀଚନ୍ଦନଙ୍କ ବାପା ସୋସାଇଟି ହୋଇଥିବା ଜାଗାକୁ ଜଣେ ବିଲ୍ଡରକୁ ସେୟାରିଂ ହିସାବରେ ଦେଇଛନ୍ତି। ବିଲ୍ଡର ଉକ୍ତ ସ୍ଥାନରେ ଘର କରି ଲୋକଙ୍କୁ ଦେଇଛନ୍ତି। ଏହି କାରଣରୁ ଅଭିଯୁକ୍ତ ରାକେଶର ଆତଙ୍କରାଜ ବଢ଼ି ଯାଇଛି। ବିଲ୍ଡର ଠାରୁ ଘର ନେଇ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ସେ ଅତ୍ୟାଚାର କରୁଛି। ଗତ ଫେବୃୟାରୀ ୯ରେ ସାଇ ହୋମ୍ସ ପ୍ଲଟ ନଂ-୩୮ରେ ରହୁଥିବା ନିହାରିକା ପରିଡ଼ା ନାମକ ଜଣେ ମହିଳାଙ୍କ ଘରେ ପଶି କାମ କରୁଥିବା ଶ୍ରମିକମାନଙ୍କୁ ମାଡ଼ ମାରିଥିଲେ। ଏଭଳି ଆକ୍ରମଣକୁ ସୋସାଇଟିରେ ରହୁଥିବା ଏକାଧିକ ବ୍ୟକ୍ତି ବିରୋଧ କରି ଥାନାରେ ଅଭିଯୋଗ କରିଥିଲେ। ବାଲିଅନ୍ତା ପୁଲିସ କେସ ନଂ-୪୧/୨୧ରେ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ନିହାରିକାଙ୍କ ସମର୍ଥନରେ ବାହାରିଥିବା ସୋସାଇଟିର ଅନ୍ୟମାନଙ୍କୁ ସେ ହତ୍ୟାଧମକ ଦେଇଥିଲା।

ନିହାରିକାଙ୍କୁ ସମର୍ଥନ କରିଥିବା ଉକ୍ତ ସୋସାଇଟିର ଫ୍ଲାଟ ନଂ-୧୧ରେ ରହୁଥିବା ବିକାଶ କୁମାର ମିଶ୍ରଙ୍କୁ ମଧ୍ୟ ଅଭିଯୁକ୍ତ ଧମକ ଚମକ ଦେଇଥିଲା। ଆଗାମୀ ଦିନରେ ଯଦି ନିହାରିକାରଙ୍କ ସମର୍ଥନରେ ବାହାରୁ ପରିସ୍ଥିତି ଭୟଙ୍କର ହେବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା। କିନ୍ତୁ ଏହାକୁ ଖାତିରି କରି ନ ଥିଲେ ବିକାଶ। ଶେଷରେ ଗତ ୨ ତାରିଖ ଅପରାହ୍ଣ ୫ଟା ସମୟରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ବିକାଶ ତାଙ୍କ କୁକୁରକୁ ଧରି ବୁଲାଉଥିଲେ। ଏହି ସମୟରେ ଅଭିଯୁକ୍ତ ରାକେଶ ବୁଲେଟରେ ଆସି ହଠାତ୍‍ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇ ଧମକ ଦେଇଥିଲେ। ଥାନାରେ ବିକାଶ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗକୁ ଗ୍ରହଣ କରିନଥିଲା। ଅଭିଯୋଗକାରୀ ଡିସିପିଙ୍କୁ ଜଣାଇବା ପରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା।

ଏନେଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି ଯେ, କୋଭିଡ଼ ପାଇଁ ସୁପ୍ରିମ୍‍କୋର୍ଟଙ୍କ ଗାଇଡ଼ ଲାଇନ୍‍ ରହିଛି ଗିରଫ ନ କରିବାକୁ। ଯେଉଁ ଅପରାଧର ସଜା ୭ ବର୍ଷରୁ କମ୍‍ ସେହି ମାମଲାରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରୁନୁ। ଜୁନ୍‍ ୩୦ ପରେ ଦେଖିବା ରାକେଶକୁ ଗିରଫ କରିବା ବୋଲି କହିଛନ୍ତି।

10 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର