ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

The Sakala Picture
Published On

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ। ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଯାଇପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯାଇପାରିବେ । ନିର୍ବାଚନ ମଣ୍ଡଳୀକୁ ଯିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥି ସହିତ ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭାସମିତି କରିପାରିବେ ନାହିଁ ଚିଲିକା […]

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ। ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଯାଇପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯାଇପାରିବେ । ନିର୍ବାଚନ ମଣ୍ଡଳୀକୁ ଯିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥି ସହିତ ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭାସମିତି କରିପାରିବେ ନାହିଁ ଚିଲିକା ବିଧାୟକ । ଏନେଇ ଆଇନଜୀବୀ ମାନସ ଚାନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବାକୁ ନେଇ ଗିରଫ ହୋଇ ଜେଲ ଯାଇଥିଲେ। ଗାଡ଼ି ଧକ୍କାରେ ମୋଟ୍‍ ୨୭ ଜଣ ଲୋକ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆହତଙ୍କ ମଧ୍ୟରେ ଜଣେ ଆଇଆଇସିଙ୍କ ସହ ୭ଜଣ ପୁଲିସ କର୍ମଚାରୀ ରହିଥିଲେ। ବିଧାୟକଙ୍କ ଗାଡ଼ି ଆଗରୁ ସାମ୍ବାଦିକ ବି ବର୍ତ୍ତି ନ ଥିଲେ। ୨ଜଣ ସମ୍ବାଦିକ ମଧ୍ୟ ଏହି ଘଟଣାରେ ଆହତ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର