ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ: ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

The Sakala Picture
Published On

ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ପୁଣି ଜବତ ହେଲା  ପୁଳାପୁଳା ବ୍ରାଉନସୁଗର । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ […]

ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ପୁଣି ଜବତ ହେଲା  ପୁଳାପୁଳା ବ୍ରାଉନସୁଗର । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ ଅନ୍ୟନ୍ୟା ଜିନିଷ ଜବତ କରିଛି ଏସଟିଏଫ୍ । ଅଭିଯୁକ୍ତ ଯୁବକ ଜଣକ ହେଉଛି ଜଟଣି ମୁଣ୍ଡିଆ ସାହିର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶିବ ପ୍ରସାଦ ଦାସ । ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁସାରେ, ୨୦୨୦ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୪୯ କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଥିବା ବେଳେ ୮୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ ଟିମ୍ । ଏହି ସବୁ ମାମଲାରେ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

21 Feb 2022 By The Sakala

ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ: ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ପୁଣି ଜବତ ହେଲା  ପୁଳାପୁଳା ବ୍ରାଉନସୁଗର । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ ଅନ୍ୟନ୍ୟା ଜିନିଷ ଜବତ କରିଛି ଏସଟିଏଫ୍ । ଅଭିଯୁକ୍ତ ଯୁବକ ଜଣକ ହେଉଛି ଜଟଣି ମୁଣ୍ଡିଆ ସାହିର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶିବ ପ୍ରସାଦ ଦାସ । ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।

ସୂଚନା ଅନୁସାରେ, ୨୦୨୦ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୪୯ କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଥିବା ବେଳେ ୮୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ ଟିମ୍ । ଏହି ସବୁ ମାମଲାରେ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର