ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ କଙ୍କାଳ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଲା ସୁରାକ!

The Sakala Picture
Published On

ଭୁବନେଶ୍ୱର : ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୁଲିସ ହାତରେ ଏକ ସୁରାକ ଲାଗିଛି। ଏହି କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ହୋଇଥିବା ଚର୍ଚ୍ଚା ହେଉଛି। ଗତ ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ମିଳୁ ନ ଥିବା ବେଳେ ଜବତ କଙ୍କାଳ ତାଙ୍କର ହୋଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତଦନ୍ତକାରୀ ଅଧିକାରୀ ବନିତା ମହାରଣା ନିଖୋଜ ଗୀତା ବାୟାଣୀଙ୍କ ବିଷୟରେ ଖୋଳତାଡ଼ […]

ଭୁବନେଶ୍ୱର : ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୁଲିସ ହାତରେ ଏକ ସୁରାକ ଲାଗିଛି। ଏହି କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ହୋଇଥିବା ଚର୍ଚ୍ଚା ହେଉଛି। ଗତ ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ମିଳୁ ନ ଥିବା ବେଳେ ଜବତ କଙ୍କାଳ ତାଙ୍କର ହୋଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତଦନ୍ତକାରୀ ଅଧିକାରୀ ବନିତା ମହାରଣା ନିଖୋଜ ଗୀତା ବାୟାଣୀଙ୍କ ବିଷୟରେ ଖୋଳତାଡ଼ କରୁଛନ୍ତି। ସୋମବାର ମହିଳା ଥାନା ଅଧିକାରୀ ଗୀତାଙ୍କ ଘରକୁ ଯାଇ ତଦନ୍ତ କରିବେ। ଏପରିକି ଗୀତା ବିଷୟରେ ଅଧିକ ଜାଣିବା ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ଏହାସହ ତଦନ୍ତ ଅଧିକାରୀ ପରିବାର ଲୋକଙ୍କ ଡିଏନ୍‍ଏ ଟେଷ୍ଟ ପାଇଁ ପକ୍ରିୟା ଆରମ୍ଭ କରିବେ। ଆବଶ୍ୟକ ପଡ଼ିଲେ ଡିଏନ୍‍ଏ ଟେଷ୍ଟ ପାଇଁ ପରିବାର ଲୋକଙ୍କୁ ଅନୁମତି ନେଇ ନମୁନା ପାଇଁ ଦିନ ଧାର୍ଯ୍ୟ କରିବ ପୁଲିସ। ଅନ୍ୟପଟରେ ଏମସ୍‌ରୁ ପୁଲିସ ନିକଟରୁ ପୁନର୍ବାର ଆଉ ଏକ ମେଡିକାଲ ରିପୋର୍ଟ ଆସିଛି। ଯେଉଁଥିରେ ମହିଳାଙ୍କ ମୃତ ସମ୍ପର୍କରେ ଅନେକ ତଥ୍ୟ ଉଲ୍ଲେଖ ରହିଛି। ପୁଲିସ ମହିଳା ମେଡିକାଲ ରିପୋର୍ଟ ଏବଂ ଅନ୍ୟା ପାରିପାର୍ଶ୍ବିକ ସ୍ଥିତି ଆଧାରରେ ତଦନ୍ତକୁ ଆଗକୁ ବଢ଼ିାଇଛି।

ଆହୁରି ପଢ଼ନ୍ତୁ: ‎ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର

ସ୍ଥାନୀୟ ଅଞ୍ଚଳରେ ଗୀତା ବାୟାଣୀ ପରିବାର ସହ ରହୁଥିଲେ। ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ମାନସିକ ବିକାର ଗ୍ରସ୍ତ। ଦୀର୍ଘବର୍ଷ ହେଲା ଗୀତା ଘର ଛାଡ଼ି ବାହାରେ ବୁଲୁଥିଲେ। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବୁଲିବା ଓ ରାସ୍ତାକଡ଼ରେ ଶୋଇବା ଇତ୍ୟାଦି ତାର ଦୈନଦିନ କାମ ଥିଲା। ଖାଦ୍ୟପେୟ ଅଭାବରୁ ସେ ରୋଗିଣା ହୋଇଯାଇଥିଲେ। ତାଙ୍କ ମଧ୍ୟ ୪୫ରୁ ୫୦ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏହାସହ ପୁଲିସ ଜାରି କରିଥିବା ଫଟୋ ମଧ୍ୟ ଗୀତାର ଚେହେରା ସହ କିଛିଟା ସାମଞ୍ଜସ ରହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ପ୍ରାୟ ୭ ମାସ ହେବ ଗୀତାକୁ ଆଉ ଦେଖିବାକୁ ପାଉନାହାନ୍ତି ଲୋକେ। ଗୀତା ଏକ ଟ୍ରେନ ଦୁର୍ଘଟଣାରେ ମରିଯାଇଥିବା ପରିବାର ଲୋକେ କହୁଥିଲେ ମଧ୍ୟ ଏହାକୁ ଅଞ୍ଚଳର ଲୋକେ ବିଶ୍ୱାସ କରୁନାହାନ୍ତି। ଗୀତା ଜାତୀୟ ରାଜପଥ ଡେଇଁ ଅନ୍ୟତ୍ର ଯାଉ ନ ଥିବା ବେଳେ ସେ କିଭଳି ଟ୍ରେନଲାଇନ୍‍କୁ ଗଲେ ବୋଲି ପ୍ରଶ୍ନ ଉଠୁଛି।

ଅନ୍ୟପଟେ କମିଶନରେଟ ପୁଲିସ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରିଥିବା ବେଳେ  ଏବେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି । ୪ଟି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼କୁ ପୋଷ୍ଟର ପଠାଇଛି କମିଶନରେଟ ପୁଲିସ । ଏସବୁ ରାଜ୍ୟ ଏଡିଜିଙ୍କ ସହ କଥା ହୋଇଛି କମିଶନରେଟ ପୁଲିସ । SCRB ୱେବସାଇଟରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯାଆଁ ଫାଣ୍ଡି ପରିସରରେ ଥିବା ଏକ ଏସୟୁଭି ଭିତରୁ ଗତ ଫେବ୍ରୁଆରୀ ମାସରେ ନରକଙ୍କାଳ ଜବତ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ କଙ୍କାଳ ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ମୃତକଙ୍କ ବୟସ ୪୦-୪୫ ବର୍ଷ ଭିତରେ ହେବ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବି ଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ଫାଣ୍ଡି ପରିସରରେ ଥିବା ଗାଡ଼ି ଭିତରକୁ ମହିଳା ଆସିଲେ କେମିତି ? ସେ କିଏ ? କଣ ତାଙ୍କର ପରିଚୟ ଓ ଠିକଣା କଣ ? ତାଙ୍କର ମୃତ୍ୟୁ ହେଲା କେମିତି ? ଏଭଳି ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି କଙ୍କାଳ ରହସ୍ୟ ।

05 Apr 2021 By The Sakala

ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ କଙ୍କାଳ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଲା ସୁରାକ!

ଭୁବନେଶ୍ୱର : ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୁଲିସ ହାତରେ ଏକ ସୁରାକ ଲାଗିଛି। ଏହି କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ହୋଇଥିବା ଚର୍ଚ୍ଚା ହେଉଛି। ଗତ ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ମିଳୁ ନ ଥିବା ବେଳେ ଜବତ କଙ୍କାଳ ତାଙ୍କର ହୋଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତଦନ୍ତକାରୀ ଅଧିକାରୀ ବନିତା ମହାରଣା ନିଖୋଜ ଗୀତା ବାୟାଣୀଙ୍କ ବିଷୟରେ ଖୋଳତାଡ଼ କରୁଛନ୍ତି। ସୋମବାର ମହିଳା ଥାନା ଅଧିକାରୀ ଗୀତାଙ୍କ ଘରକୁ ଯାଇ ତଦନ୍ତ କରିବେ। ଏପରିକି ଗୀତା ବିଷୟରେ ଅଧିକ ଜାଣିବା ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।

ଏହାସହ ତଦନ୍ତ ଅଧିକାରୀ ପରିବାର ଲୋକଙ୍କ ଡିଏନ୍‍ଏ ଟେଷ୍ଟ ପାଇଁ ପକ୍ରିୟା ଆରମ୍ଭ କରିବେ। ଆବଶ୍ୟକ ପଡ଼ିଲେ ଡିଏନ୍‍ଏ ଟେଷ୍ଟ ପାଇଁ ପରିବାର ଲୋକଙ୍କୁ ଅନୁମତି ନେଇ ନମୁନା ପାଇଁ ଦିନ ଧାର୍ଯ୍ୟ କରିବ ପୁଲିସ। ଅନ୍ୟପଟରେ ଏମସ୍‌ରୁ ପୁଲିସ ନିକଟରୁ ପୁନର୍ବାର ଆଉ ଏକ ମେଡିକାଲ ରିପୋର୍ଟ ଆସିଛି। ଯେଉଁଥିରେ ମହିଳାଙ୍କ ମୃତ ସମ୍ପର୍କରେ ଅନେକ ତଥ୍ୟ ଉଲ୍ଲେଖ ରହିଛି। ପୁଲିସ ମହିଳା ମେଡିକାଲ ରିପୋର୍ଟ ଏବଂ ଅନ୍ୟା ପାରିପାର୍ଶ୍ବିକ ସ୍ଥିତି ଆଧାରରେ ତଦନ୍ତକୁ ଆଗକୁ ବଢ଼ିାଇଛି।

ସ୍ଥାନୀୟ ଅଞ୍ଚଳରେ ଗୀତା ବାୟାଣୀ ପରିବାର ସହ ରହୁଥିଲେ। ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ମାନସିକ ବିକାର ଗ୍ରସ୍ତ। ଦୀର୍ଘବର୍ଷ ହେଲା ଗୀତା ଘର ଛାଡ଼ି ବାହାରେ ବୁଲୁଥିଲେ। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବୁଲିବା ଓ ରାସ୍ତାକଡ଼ରେ ଶୋଇବା ଇତ୍ୟାଦି ତାର ଦୈନଦିନ କାମ ଥିଲା। ଖାଦ୍ୟପେୟ ଅଭାବରୁ ସେ ରୋଗିଣା ହୋଇଯାଇଥିଲେ। ତାଙ୍କ ମଧ୍ୟ ୪୫ରୁ ୫୦ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏହାସହ ପୁଲିସ ଜାରି କରିଥିବା ଫଟୋ ମଧ୍ୟ ଗୀତାର ଚେହେରା ସହ କିଛିଟା ସାମଞ୍ଜସ ରହିଥିବା କୁହାଯାଉଛି।

ପ୍ରାୟ ୭ ମାସ ହେବ ଗୀତାକୁ ଆଉ ଦେଖିବାକୁ ପାଉନାହାନ୍ତି ଲୋକେ। ଗୀତା ଏକ ଟ୍ରେନ ଦୁର୍ଘଟଣାରେ ମରିଯାଇଥିବା ପରିବାର ଲୋକେ କହୁଥିଲେ ମଧ୍ୟ ଏହାକୁ ଅଞ୍ଚଳର ଲୋକେ ବିଶ୍ୱାସ କରୁନାହାନ୍ତି। ଗୀତା ଜାତୀୟ ରାଜପଥ ଡେଇଁ ଅନ୍ୟତ୍ର ଯାଉ ନ ଥିବା ବେଳେ ସେ କିଭଳି ଟ୍ରେନଲାଇନ୍‍କୁ ଗଲେ ବୋଲି ପ୍ରଶ୍ନ ଉଠୁଛି।

ଅନ୍ୟପଟେ କମିଶନରେଟ ପୁଲିସ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରିଥିବା ବେଳେ  ଏବେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି । ୪ଟି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼କୁ ପୋଷ୍ଟର ପଠାଇଛି କମିଶନରେଟ ପୁଲିସ । ଏସବୁ ରାଜ୍ୟ ଏଡିଜିଙ୍କ ସହ କଥା ହୋଇଛି କମିଶନରେଟ ପୁଲିସ । SCRB ୱେବସାଇଟରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯାଆଁ ଫାଣ୍ଡି ପରିସରରେ ଥିବା ଏକ ଏସୟୁଭି ଭିତରୁ ଗତ ଫେବ୍ରୁଆରୀ ମାସରେ ନରକଙ୍କାଳ ଜବତ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ କଙ୍କାଳ ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ମୃତକଙ୍କ ବୟସ ୪୦-୪୫ ବର୍ଷ ଭିତରେ ହେବ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବି ଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ଫାଣ୍ଡି ପରିସରରେ ଥିବା ଗାଡ଼ି ଭିତରକୁ ମହିଳା ଆସିଲେ କେମିତି ? ସେ କିଏ ? କଣ ତାଙ୍କର ପରିଚୟ ଓ ଠିକଣା କଣ ? ତାଙ୍କର ମୃତ୍ୟୁ ହେଲା କେମିତି ? ଏଭଳି ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି କଙ୍କାଳ ରହସ୍ୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର