ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଦେଲା ଯୁବକ

The Sakala Picture
Published On

ଖୋର୍ଦ୍ଧା: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଯୁବତୀ ଜଣଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ତୁଳସୀପୁର ଗ୍ରାମର ୩୦ବର୍ଷୀୟ ଜଣେ ଯୁବତୀଙ୍କୁ ସେହି ଗ୍ରାମର ଦାଶରଥି ବେହେରା […]

ଖୋର୍ଦ୍ଧା: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଯୁବତୀ ଜଣଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଖବର ଅନୁଯାୟୀ, ତୁଳସୀପୁର ଗ୍ରାମର ୩୦ବର୍ଷୀୟ ଜଣେ ଯୁବତୀଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା । କିନ୍ତୁ ସେ ଏବେ ଜେଲରୁ ଆସିବା ପରେ ପୁର୍ନବାର ପ୍ରେମ ନିବେଦନ କରିଥିଲା କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଦାଶରଥି ଯୁବତୀର ଦୁଇଗୋଡକୁ ଭୂଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅଭିଯୁକ୍ତ ଦାଶରଥି ଫେରାର ଥିବା ବେଳେ ତାକୁ ଧରିବାଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଥାନାଧିକାରୀ ଅର୍ଚନା ମଲିକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର