୨୦ ଟଙ୍କିଆ ସିମ୍‌ରେ କୋଟିଏ ଟଙ୍କା ଲୁଟ୍‌

The Sakala Picture
Published On

ଭୁବନେଶ୍ୱର: ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ରେ ସାଇବର ଠକେଇ ମାମଲାରେ ୩ଜଣ ସାଇବର ଠକକୁ ଦିନିକିଆ ରିମାଣ୍ଡରେ ଆଣିଛି ସହିଦନଗର ଥାନା ପୁଲିସ। ସେମାନଙ୍କୁ ପଚରାଉରା ପରେ ପୁଲିସ ବିସ୍ଫୋରଣ ତଥ୍ୟ ହାସଲ କରିଛି। ସେମାନେ ସିମ୍‍ ଯୋଗାଇଥିବା କଥା ସ୍ୱୀକାର କରିବା ସହ ଦିଲ୍ଲୀକୁ ବେନାମୀ ସିମ୍‍ ପଠାଉଥିଲେ ବୋଲି ପୁଲିସ ଆଗରେ କହିଛନ୍ତି। ସେହିପରି ରାଜ୍ୟର ୪ଟି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାର କରାଯାଉଛି। ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ […]

ଭୁବନେଶ୍ୱର: ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ରେ ସାଇବର ଠକେଇ ମାମଲାରେ ୩ଜଣ ସାଇବର ଠକକୁ ଦିନିକିଆ ରିମାଣ୍ଡରେ ଆଣିଛି ସହିଦନଗର ଥାନା ପୁଲିସ। ସେମାନଙ୍କୁ ପଚରାଉରା ପରେ ପୁଲିସ ବିସ୍ଫୋରଣ ତଥ୍ୟ ହାସଲ କରିଛି। ସେମାନେ ସିମ୍‍ ଯୋଗାଇଥିବା କଥା ସ୍ୱୀକାର କରିବା ସହ ଦିଲ୍ଲୀକୁ ବେନାମୀ ସିମ୍‍ ପଠାଉଥିଲେ ବୋଲି ପୁଲିସ ଆଗରେ କହିଛନ୍ତି। ସେହିପରି ରାଜ୍ୟର ୪ଟି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାର କରାଯାଉଛି। ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ଗୁଡିକୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ଓଡ଼ିଶାରୁ ସିମ୍‍ ନେଇ ସାଇବର୍‍ ଠକ ଅନ୍ୟ ରାଜ୍ୟରେ ଠକେଇ କରୁଛନ୍ତି। ତେଣୁ ଓଡ଼ିଶାର ସିମ୍‍କୁ ଅନ୍ୟ ରାଜ୍ୟରେ କେତେ ଠକେଇ ହୋଇଛି ସେ ବିଷୟରେ ମଧ୍ୟ କିଛି ସୁରାକ୍‍ ପାଇଛି କମିସନରେଟ ପୁଲିସ। ପୂର୍ବରୁ ଅଭିଯୁକ୍ତମାନେ ପଠାଇଥିବା ସିମ୍‍ରେ ତାମିଲନାଡୁ, ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଠକେଇରେ ସିମ୍‍ଗୁଡ଼ିକ ବ୍ୟବହାର କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ସିମ୍‍କୁ ସେମାନେ ୨୦ଟଙ୍କାରେ ବିକ୍ରି କରୁଥିବା ବେଳେ ଠକ ଏହାକୁ କିଣି କୋଟି କୋଟି ଟଙ୍କା ରୋଜଗାର କରିଥିଲା। ଏହି ଠକେଇ ଘଟଣାରେ ଓଡ଼ିଶାର ଆଉ କିଛି ଯୁବକ ସମ୍ପୃକ୍ତି ରହିଛନ୍ତି। ସେମାନଙ୍କୁ କମିସନରେଟ ପୁଲିସ ସ୍କାନରକୁ ଆଣିଛି। କାରଣ ଓଡ଼ିଶାର ୪ଟି ଜିଲ୍ଲା ପରେ ଭୁବନେଶ୍ୱର ସେମାନଙ୍କ ଟାର୍ଗେଟ୍‍ରେ ଥିଲା। ତେଣୁ ଭୁବନେଶ୍ୱରରେ ଯେଉଁ ବ୍ୟକ୍ତି ଏହି କାରବାର କରିଥାନ୍ତା ସେ ଏହି ଘଟଣାରେ ସମ୍ପୃକ୍ତି ରହିଛି। ତାକୁ ଧରିବା ଲାଗି ପ୍ରୟାସ କରାଯାଉଛି ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ସେପଟେ ସହିଦନଗର ଥାନା ପୁଲିସ ସୁକାନ୍ତ କୁମାର ଦାଶ, ସୁବ୍ରତ କୁମାର ପାଣିଗ୍ରାହୀ ଓ ଶ୍ରୀନିବାସ ଘଡେଇକୁ ୨ଦିନିଆ ରିମାଣ୍ଡରେ ଆଣିବ ଲାଗି କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଗୋଟିଏ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଥିଲେ। ସେମାନଙ୍କୁ ପଚରାଉଚରା କରି ପୁଣି କୋର୍ଟରେ ହଜାର କରାଯାଇ ଜେଲକୁ ପଠାଇଦେଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ରିମାଣ୍ଡରେ ଆସିଥିବା ଠକ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାରର ମୁଖ୍ୟ ବିଷୟରେ ପୁଲିସ ଆଗରେ କହିଛନ୍ତି। ଉକ୍ତ ଯୁବକର ନାଁ ଡେଭିଲ୍‍। ସେ ହିଁ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାରକୁ ଅପରେଟ୍‍ କରୁଥିଲା। ସେ ହରିୟାଣାରେ ରହି ଏହାକୁ ଅପରେଟ୍‍ କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ରିମାଣ୍ଡରେ ଆସିଥିବା ୩ ସାଇବର ଠକ ଅଲ୍‍ ଇଣ୍ଡିଆ ଗ୍ରୁପ୍‍ ବିଷୟରେ ପୁଲିସ ଆଗରେ ବଖାଣିଛନ୍ତି। ଉକ୍ତ ଗ୍ରୁପ୍‍ରୁ ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଝାଡଖଣ୍ଡ ସମେତ ବିଭିନ୍ନ ରାଜ୍ୟର ଏଜେଣ୍ଟଙ୍କୁ ନେଇ ଗ୍ରୁପ୍‍ ଖୋଲାଯାଇଛି। ଏଥିରେ କେହି କାହାକୁ ଜାଣିନାହାନ୍ତି। କେବଳ ଫୋନ୍‍ରେ ସିମ୍‍ ଓ ଟଙ୍କା ନେଣଦେଣ ବିଷୟରେ କଥାବାର୍ତ୍ତା ହୋଇଥାଏ। ଅଲ୍‍ ଇଣ୍ଡିଆ ଓଟିପି ନାଁରେ କରାଯାଇଥିବା ଗ୍ରୁପ୍‍ରେ ସିମ୍‍ଗୁଡିକ ଓଡ଼ିଶାରେ ରହିଥିବା ବେଳେ ୱାଟ୍ସଆପ୍‍ରେ ଅନ୍ୟ ରାଜ୍ୟ ଖୋଲାଯାଇଛି।
ସୂଚନାଯୋଗ୍ୟ ଯେ, ଜୁନ୍‍ ୨୮ତାରିଖରେ ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ ଘଟଣାରେ ୭ଜଣ ସାଇବର ଠକଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧୬ହଜାର ସିମ୍‍, ୧୧୦ଟି ମୋବାଇଲ ଫୋନ୍‍ ଜବତ କରିଥିଲା। ସେମାନଙ୍କ ମଧ୍ୟରେ ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇଥିଲା।

ମିଳିଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନେଇ ଖୁବ୍‍ଶୀଘ୍ର କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‍ ହରିୟାଣା ଯିବ। ସେଠାରେ ସ୍ଥାନୀୟ ପୁଲିସ ସହାୟତାରେ ମାଷ୍ଟରମାଇଣ୍ଡ୍‍ ଡେଭିଲ୍‍ ବିଷୟରେ ଖୋଳତାଡ କରିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

05 Aug 2021 By The Sakala

୨୦ ଟଙ୍କିଆ ସିମ୍‌ରେ କୋଟିଏ ଟଙ୍କା ଲୁଟ୍‌

ଭୁବନେଶ୍ୱର: ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ରେ ସାଇବର ଠକେଇ ମାମଲାରେ ୩ଜଣ ସାଇବର ଠକକୁ ଦିନିକିଆ ରିମାଣ୍ଡରେ ଆଣିଛି ସହିଦନଗର ଥାନା ପୁଲିସ। ସେମାନଙ୍କୁ ପଚରାଉରା ପରେ ପୁଲିସ ବିସ୍ଫୋରଣ ତଥ୍ୟ ହାସଲ କରିଛି। ସେମାନେ ସିମ୍‍ ଯୋଗାଇଥିବା କଥା ସ୍ୱୀକାର କରିବା ସହ ଦିଲ୍ଲୀକୁ ବେନାମୀ ସିମ୍‍ ପଠାଉଥିଲେ ବୋଲି ପୁଲିସ ଆଗରେ କହିଛନ୍ତି। ସେହିପରି ରାଜ୍ୟର ୪ଟି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାର କରାଯାଉଛି। ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ଗୁଡିକୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ଓଡ଼ିଶାରୁ ସିମ୍‍ ନେଇ ସାଇବର୍‍ ଠକ ଅନ୍ୟ ରାଜ୍ୟରେ ଠକେଇ କରୁଛନ୍ତି। ତେଣୁ ଓଡ଼ିଶାର ସିମ୍‍କୁ ଅନ୍ୟ ରାଜ୍ୟରେ କେତେ ଠକେଇ ହୋଇଛି ସେ ବିଷୟରେ ମଧ୍ୟ କିଛି ସୁରାକ୍‍ ପାଇଛି କମିସନରେଟ ପୁଲିସ। ପୂର୍ବରୁ ଅଭିଯୁକ୍ତମାନେ ପଠାଇଥିବା ସିମ୍‍ରେ ତାମିଲନାଡୁ, ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଠକେଇରେ ସିମ୍‍ଗୁଡ଼ିକ ବ୍ୟବହାର କରାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ସିମ୍‍କୁ ସେମାନେ ୨୦ଟଙ୍କାରେ ବିକ୍ରି କରୁଥିବା ବେଳେ ଠକ ଏହାକୁ କିଣି କୋଟି କୋଟି ଟଙ୍କା ରୋଜଗାର କରିଥିଲା। ଏହି ଠକେଇ ଘଟଣାରେ ଓଡ଼ିଶାର ଆଉ କିଛି ଯୁବକ ସମ୍ପୃକ୍ତି ରହିଛନ୍ତି। ସେମାନଙ୍କୁ କମିସନରେଟ ପୁଲିସ ସ୍କାନରକୁ ଆଣିଛି। କାରଣ ଓଡ଼ିଶାର ୪ଟି ଜିଲ୍ଲା ପରେ ଭୁବନେଶ୍ୱର ସେମାନଙ୍କ ଟାର୍ଗେଟ୍‍ରେ ଥିଲା। ତେଣୁ ଭୁବନେଶ୍ୱରରେ ଯେଉଁ ବ୍ୟକ୍ତି ଏହି କାରବାର କରିଥାନ୍ତା ସେ ଏହି ଘଟଣାରେ ସମ୍ପୃକ୍ତି ରହିଛି। ତାକୁ ଧରିବା ଲାଗି ପ୍ରୟାସ କରାଯାଉଛି ବୋଲି ପୁଲିସ କହିଛି।

ସେପଟେ ସହିଦନଗର ଥାନା ପୁଲିସ ସୁକାନ୍ତ କୁମାର ଦାଶ, ସୁବ୍ରତ କୁମାର ପାଣିଗ୍ରାହୀ ଓ ଶ୍ରୀନିବାସ ଘଡେଇକୁ ୨ଦିନିଆ ରିମାଣ୍ଡରେ ଆଣିବ ଲାଗି କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଗୋଟିଏ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଥିଲେ। ସେମାନଙ୍କୁ ପଚରାଉଚରା କରି ପୁଣି କୋର୍ଟରେ ହଜାର କରାଯାଇ ଜେଲକୁ ପଠାଇଦେଇଛି।

ରିମାଣ୍ଡରେ ଆସିଥିବା ଠକ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାରର ମୁଖ୍ୟ ବିଷୟରେ ପୁଲିସ ଆଗରେ କହିଛନ୍ତି। ଉକ୍ତ ଯୁବକର ନାଁ ଡେଭିଲ୍‍। ସେ ହିଁ ଏହି ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ କାରବାରକୁ ଅପରେଟ୍‍ କରୁଥିଲା। ସେ ହରିୟାଣାରେ ରହି ଏହାକୁ ଅପରେଟ୍‍ କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ରିମାଣ୍ଡରେ ଆସିଥିବା ୩ ସାଇବର ଠକ ଅଲ୍‍ ଇଣ୍ଡିଆ ଗ୍ରୁପ୍‍ ବିଷୟରେ ପୁଲିସ ଆଗରେ ବଖାଣିଛନ୍ତି। ଉକ୍ତ ଗ୍ରୁପ୍‍ରୁ ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଝାଡଖଣ୍ଡ ସମେତ ବିଭିନ୍ନ ରାଜ୍ୟର ଏଜେଣ୍ଟଙ୍କୁ ନେଇ ଗ୍ରୁପ୍‍ ଖୋଲାଯାଇଛି। ଏଥିରେ କେହି କାହାକୁ ଜାଣିନାହାନ୍ତି। କେବଳ ଫୋନ୍‍ରେ ସିମ୍‍ ଓ ଟଙ୍କା ନେଣଦେଣ ବିଷୟରେ କଥାବାର୍ତ୍ତା ହୋଇଥାଏ। ଅଲ୍‍ ଇଣ୍ଡିଆ ଓଟିପି ନାଁରେ କରାଯାଇଥିବା ଗ୍ରୁପ୍‍ରେ ସିମ୍‍ଗୁଡିକ ଓଡ଼ିଶାରେ ରହିଥିବା ବେଳେ ୱାଟ୍ସଆପ୍‍ରେ ଅନ୍ୟ ରାଜ୍ୟ ଖୋଲାଯାଇଛି।
ସୂଚନାଯୋଗ୍ୟ ଯେ, ଜୁନ୍‍ ୨୮ତାରିଖରେ ପ୍ରି-ଆକ୍ଟିଭେଟେଡ୍‍ ସିମ୍‍ ଘଟଣାରେ ୭ଜଣ ସାଇବର ଠକଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧୬ହଜାର ସିମ୍‍, ୧୧୦ଟି ମୋବାଇଲ ଫୋନ୍‍ ଜବତ କରିଥିଲା। ସେମାନଙ୍କ ମଧ୍ୟରେ ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇଥିଲା।

ମିଳିଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନେଇ ଖୁବ୍‍ଶୀଘ୍ର କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‍ ହରିୟାଣା ଯିବ। ସେଠାରେ ସ୍ଥାନୀୟ ପୁଲିସ ସହାୟତାରେ ମାଷ୍ଟରମାଇଣ୍ଡ୍‍ ଡେଭିଲ୍‍ ବିଷୟରେ ଖୋଳତାଡ କରିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର