ମାଡ ଅସହ୍ୟ ହେବାରୁ ପୁଅକୁ ହାଣିଦେଲେ ବାପା-ମାଆ

The Sakala Picture
Published On

ନୟାଗଡ଼/ଦଶପଲ୍ଲା: ନୟାଗଡ଼଼ ଜିଲ୍ଲା ଦଶପଲ୍ଲାରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମାନସିକ ବିକାରଗ୍ରସ୍ତ ଏବଂ ନିଶାଡ଼ି ପୁଅର ଅତ୍ୟାଚାର ସହି ନ ପାରି ଉଭୟ ବୃଦ୍ଧ ବାପାମାଆ ପୁଅକୁ ହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେଇଥିବା ବାପାମାଆ ହେଉଛନ୍ତି, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ନାହାକପଡ଼ା ଗ୍ରାମର ପଞ୍ଚୁ ବେହେରା ଏବଂ ତାଙ୍କ ସ୍ତ୍ରୀ ସର ବେହେରା। ସବୁଦିନ ମଦ ପିଇ ଆସିକି ଆମକୁ ପିଟୁଥିଲା, ତେଣୁ ହାଣିଦେଲୁ ବୋଲି ଉଭୟ ବାପାମାଆ ପୁଲିସକୁ […]

ନୟାଗଡ଼/ଦଶପଲ୍ଲା: ନୟାଗଡ଼଼ ଜିଲ୍ଲା ଦଶପଲ୍ଲାରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମାନସିକ ବିକାରଗ୍ରସ୍ତ ଏବଂ ନିଶାଡ଼ି ପୁଅର ଅତ୍ୟାଚାର ସହି ନ ପାରି ଉଭୟ ବୃଦ୍ଧ ବାପାମାଆ ପୁଅକୁ ହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେଇଥିବା ବାପାମାଆ ହେଉଛନ୍ତି, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ନାହାକପଡ଼ା ଗ୍ରାମର ପଞ୍ଚୁ ବେହେରା ଏବଂ ତାଙ୍କ ସ୍ତ୍ରୀ ସର ବେହେରା। ସବୁଦିନ ମଦ ପିଇ ଆସିକି ଆମକୁ ପିଟୁଥିଲା, ତେଣୁ ହାଣିଦେଲୁ ବୋଲି ଉଭୟ ବାପାମାଆ ପୁଲିସକୁ ସୂଚନା ଦେଇଛନ୍ତି। ସୂଚନାନୁସାରେ, ସର ଓ ପଞ୍ଚୁଙ୍କ ପୁଅ ବସନ୍ତ ବେହେରା(୪୦) ଦୀର୍ଘଦିନ ହେବ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ଘୂରି ବୁଲୁଥିଲେ। ସେ ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଏଭଳି ଅବସ୍ଥା ପାଇଁ ସ୍ତ୍ରୀ ଛାଡ଼ି ଚାଲିଯାଇଛନ୍ତି। ସେ ବହୁ ସମୟ ବାହାରେ ବୁଲି ଏଠୁସେଠୁ ମାଗିଯାଚି ଖାଇବା ସହ ପ୍ରବଳ ମାତ୍ରାରେ ନିଶା ସେବନ କରୁଥିବା ସୂଚନା ମିଳିଛି।

ନିଶା କବଳରେ ପଡ଼ି ସେ ବିଭିନ୍ନ ସମୟରେ ଘରକୁ ଯାଇ ବୃଦ୍ଧ ବାପାମାଆଙ୍କୁ ବାଡ଼ାପିଟା କରୁଥିଲେ। ବାରମ୍ବାର ପୁଅଠାରୁ ମାଡ଼ ଖାଇ ବାପାମାଆ ଅତିଷ୍ଠ ହୋଇ ପଡ଼ିଥିଲେ। ସୋମବାର ରାତିରେ ବସନ୍ତ ଘରକୁ ନିଶାଶକ୍ତ ଅବସ୍ଥାରେ ଯାଇ ମାଆବାପାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଭୟରେ ବାପାମାଆ ଘର କବାଟ ବନ୍ଦ କରି ଶୋଇଥିଲେ। ମଙ୍ଗଳବାର ସକାଳୁ ସେମାନେ ଉଠିବା ବେଳକୁ ପୁଅ ବସନ୍ତ ଦାଣ୍ଡ ବାରଣ୍ଡାରେ ଶୋଇଥିବା ଦେଖି ମାଆ ଘରୁ ଏକ ଧାରୁଆ ଅସ୍ତ୍ର ଆଣି ପୁଅକୁ ଦଶ ବାର ଚୋଟ ହାଣି ପକାଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ବାପା ମଧ୍ୟ ସହାୟତା କରିଥିବା ପୁଲିସ ସୂଚନା ଦେଇଛି। ହତ୍ୟାକାଣ୍ଡ ସମ୍ପର୍କରେ ଖବରପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବସନ୍ତଙ୍କ ପେଟ ଓ ମୁଣ୍ଡରେ ହଣା ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି। ଉଭୟ ବାପାମାଆଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର