ସାନ ଭାଇ ଠେଙ୍ଗା ମାଡ଼ରେ ବଡ଼ ଭାଇ ମୃତ୍ୟୁ

The Sakala Picture
Published On

ଚମ୍ପୁଆ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜମିବାଡ଼ି ବିବାଦକୁ ନେଇ ଜଣେ କକାପୁଅ ସାନଭାଇ ତାର ବଡ଼ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଖବର ମିଳିଛି। ସୂଚନା ଅନୁସାରେ ମଙ୍ଗଳପୁର ମୁଣ୍ଡା ସାହିରେ ରହୁଥିବା ଶମ୍ଭୁ ମୁଣ୍ଡା(୩୨) ଓ ତାଙ୍କ କକା ପୁଅ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ବିବାଦ ଲାଗି ରହିଥିଲା। ଶନିବାର ଏହା ଉଗ୍ର ରୂପ ଧାରଣ କରିଥିଲା। ଶମ୍ଭୁ ଏକ […]

ଚମ୍ପୁଆ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜମିବାଡ଼ି ବିବାଦକୁ ନେଇ ଜଣେ କକାପୁଅ ସାନଭାଇ ତାର ବଡ଼ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଖବର ମିଳିଛି। ସୂଚନା ଅନୁସାରେ ମଙ୍ଗଳପୁର ମୁଣ୍ଡା ସାହିରେ ରହୁଥିବା ଶମ୍ଭୁ ମୁଣ୍ଡା(୩୨) ଓ ତାଙ୍କ କକା ପୁଅ ଭାଇଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ବିବାଦ ଲାଗି ରହିଥିଲା। ଶନିବାର ଏହା ଉଗ୍ର ରୂପ ଧାରଣ କରିଥିଲା। ଶମ୍ଭୁ ଏକ ଠେଙ୍ଗାରେ ପ୍ରବଳ ମାଡ଼ ଦେବାରୁ ଘଟଣା ସ୍ଥଳରେ ହିଁ ତାର ବଡ଼ଭାଇ ଦାଣ୍ଡୁ ମୁଣ୍ଡା ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବରପାଇ ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀ ରାମରାଇ ମୁର୍ମୁ, ଆଇଆଇସି ଗଗନ ବିହାରି ନାଏକ, ସବ ଇନିସ୍ପେକ୍ଟର ସୁନୀଲ ସରେନ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଅଭିଯୁକ୍ତ ଶମ୍ଭୁକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା: ପ୍ରେମିକ ସହ ମିଶି ସ୍ତ୍ରୀ ରଚିଲା ଭୟାନକ ଷଡ଼ଯନ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର