ସାମ୍ବାଦିକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣା, ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ

The Sakala Picture
Published On

ଭୁବନେଶ୍ବର: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ.  । ଗତ ୨୩ ତାରିଖ ଦିନ […]

ଭୁବନେଶ୍ବର: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ.  ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଗତ ୨୩ ତାରିଖ ଦିନ ପୁଇଁତଳା ବ୍ଳକ କୁଲୁଥିପାଲି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଠିକାଦାର ଓ ଗୁଣ୍ଡାମାନେ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିଲେ । ଦୁର୍ନୀତିର ଗନ୍ଧ ବାରିବା ପରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ । ଏହି ସମୟରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ଠିକାଦାର  । ପାଖାପାଖି ୨ରୁ ୩ ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିବା ସହ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ । ଆଉ ଖବର ସଂଗ୍ରହ ନକରିବା ସହ ଆକ୍ରମଣ ବିଷୟରେ ଏତଲା ନଦେବାକୁ ନେଇ ଗାଁ ମନ୍ଦିରକୁ ନେଇ ଶପଥ କରାଇଥିଲେ  ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଜୀବନ ରକ୍ଷା ପାଇଁ ସେମାନେ ଯାହା ଶପଥ କରିବାକୁ କହିଲେ ଭୟରେ ତାହା କରିଥିଲେ ବିଜୟ  । ତାପରେ ମନ୍ଦିରରୁ ଟେକି ନେଇ ଗାଁ ବାହାରେ ରାସ୍ତା କଡରେ ତାଙ୍କୁ ଫୋଫାଡି ଚାଲିଯାଇଥିଲେ  । ସେଠାରେ ସେ ୨ ଘଣ୍ଟା ଧରି ଗୁରୁତର ଆହତ ଅବସ୍ଥାରେ ହାତ ବନ୍ଧା ହୋଇ ପଡ଼ିରହିଥିଲେ  । ଅପରାଧୀଙ୍କ ଭୟରେ ଲୋକେ ପାଖକୁ ଯାଇନଥିଲେ  । ପରିବାର ଲୋକେ ଖବର ପାଇ ପୁଇଁତଳା ପୋଲିସକୁ ଖବର ଦେଇଥିଲେ  । ପୋଲିସ ସହ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରି ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ  । ଖବର ବ୍ୟାପିବାପରେ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

26 May 2025 By The Sakala

ସାମ୍ବାଦିକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣା, ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ.  ।

ଗତ ୨୩ ତାରିଖ ଦିନ ପୁଇଁତଳା ବ୍ଳକ କୁଲୁଥିପାଲି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଠିକାଦାର ଓ ଗୁଣ୍ଡାମାନେ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିଲେ । ଦୁର୍ନୀତିର ଗନ୍ଧ ବାରିବା ପରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ । ଏହି ସମୟରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ଠିକାଦାର  । ପାଖାପାଖି ୨ରୁ ୩ ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିବା ସହ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ । ଆଉ ଖବର ସଂଗ୍ରହ ନକରିବା ସହ ଆକ୍ରମଣ ବିଷୟରେ ଏତଲା ନଦେବାକୁ ନେଇ ଗାଁ ମନ୍ଦିରକୁ ନେଇ ଶପଥ କରାଇଥିଲେ  ।

ଜୀବନ ରକ୍ଷା ପାଇଁ ସେମାନେ ଯାହା ଶପଥ କରିବାକୁ କହିଲେ ଭୟରେ ତାହା କରିଥିଲେ ବିଜୟ  । ତାପରେ ମନ୍ଦିରରୁ ଟେକି ନେଇ ଗାଁ ବାହାରେ ରାସ୍ତା କଡରେ ତାଙ୍କୁ ଫୋଫାଡି ଚାଲିଯାଇଥିଲେ  । ସେଠାରେ ସେ ୨ ଘଣ୍ଟା ଧରି ଗୁରୁତର ଆହତ ଅବସ୍ଥାରେ ହାତ ବନ୍ଧା ହୋଇ ପଡ଼ିରହିଥିଲେ  । ଅପରାଧୀଙ୍କ ଭୟରେ ଲୋକେ ପାଖକୁ ଯାଇନଥିଲେ  । ପରିବାର ଲୋକେ ଖବର ପାଇ ପୁଇଁତଳା ପୋଲିସକୁ ଖବର ଦେଇଥିଲେ  । ପୋଲିସ ସହ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରି ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ  । ଖବର ବ୍ୟାପିବାପରେ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର