ନିର୍ବାଚନ ପୂର୍ବରୁ ଜେଲ୍ ଯିବେ ଅପରାଧୀ, ଥାନା ଅଧିକାରୀ ଡିସିପିଙ୍କୁ ଦେଲେ ହାର୍ଡକୋରଙ୍କ ତାଲିକା
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜଧାନୀରେ ଯେପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହେବ ତାହା ଉପରେ ପୁଲିସ ଗୁରୁତ୍ୱ ଦେଉଛି। ଆଇନ ଶୃଙ୍ଖଳା ଯେମିତି ଭଙ୍ଗ ନହୁଏ, ସେଥିପ୍ରତି ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେଣୁ ନିବାଚନ ପୂର୍ବରୁ ରାଜଧାନୀରେ ଥିବା ସବୁ ହାର୍ଡକୋର ଅପରାଧୀଙ୍କୁ ଗିରଫ କରାଯିବ। କାରଣ ଅନେକ ରାଜନେତା ଆସନ୍ତା ସାଧାରଣ ନିର୍ବାଚନରେ ଏହି ଅପରାଧୀଙ୍କୁ ବ୍ୟବହାର କରିବାର ଅଧିକ ସମ୍ଭାବନା ରହିଛି। କିଛି ନେତା ଏମାନଙ୍କୁ ଭୋଟ ହାତେଇବା […]
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜଧାନୀରେ ଯେପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହେବ ତାହା ଉପରେ ପୁଲିସ ଗୁରୁତ୍ୱ ଦେଉଛି। ଆଇନ ଶୃଙ୍ଖଳା ଯେମିତି ଭଙ୍ଗ ନହୁଏ, ସେଥିପ୍ରତି ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେଣୁ ନିବାଚନ ପୂର୍ବରୁ ରାଜଧାନୀରେ ଥିବା ସବୁ ହାର୍ଡକୋର ଅପରାଧୀଙ୍କୁ ଗିରଫ କରାଯିବ। କାରଣ ଅନେକ ରାଜନେତା ଆସନ୍ତା ସାଧାରଣ ନିର୍ବାଚନରେ ଏହି ଅପରାଧୀଙ୍କୁ ବ୍ୟବହାର କରିବାର ଅଧିକ ସମ୍ଭାବନା ରହିଛି। କିଛି ନେତା ଏମାନଙ୍କୁ ଭୋଟ ହାତେଇବା ପାଇଁ ବ୍ୟବହାର କରିବା ସହ ବୋମା ମାଡ଼, ଗୁଳିମାଡ଼ ଆଦି କାର୍ଯ୍ୟରେ ନିୟୋଜିତ କରିପାରନ୍ତି। ତେଣୁ ପୁଲିସ ରାଜଧାନୀରେ ଥିବା ହାର୍ଡକୋର ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଡିସିପି ପ୍ରତୀକ ସିଂ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ୧୫ ଦିନ ପୂର୍ବରୁ ଅପରାଧୀଙ୍କ ତାଲିକା ଦେବାକୁ କହିଥିଲେ। ସମସ୍ତ ଥାନାର ଅଧିକାରୀ ନିଜ ନିଜ ଅଞ୍ଚଳରେ ଥିବା ହାର୍ଡକୋର ଅପରାଧୀଙ୍କ ତାଲିକା କରି ଡିସିପିଙ୍କୁ ଦେଇଛନ୍ତି। ତେଣୁ ତାଲିକା ଆଧାରରେ ନିର୍ବାଚନ ପୂର୍ବରୁ ପୁଲିସ ସେମାନଙ୍କୁ ଗିରଫ କରି ଝାରପଡ଼ା ଜେଲ୍ର ଚାରି କାନ୍ଥ ଦେଖାଇବ। ଏଥର ତାଲିକାରେ ଯେଉଁମାନଙ୍କ ନାମରେ ୧୩ରୁ ଊର୍ଦ୍ଧ୍ବ ମାମଲା ରହିଛି, ସେମାନଙ୍କୁ ସାମିଲ୍ କରାଯାଇଛି। ତେଣୁ ପୁଲିସ ଏବେଠୁ ସହରରୁ ଅପରାଧୀ କ୍ଲିନ୍ କରିବା ପାଇଁ ଯୋଜନା କରିଛି।
କେଉଁ ଥାନା ଅଞ୍ଚଳରେ କେତେ ଅପରାଧୀ
ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରେ ୨୨୦ରୁ ଊର୍ଦ୍ଧ୍ବ ପେସାଦାର ଅପରାଧୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ଜଣ ଜେଲ୍ ଭିତରେ ଥିବାବେଳେ ୧୪୦ଜଣ ବାହାରେ ଥିବା ଜଣାପଡ଼ିଛି। ନୂଆପଲ୍ଲୀରେ ସର୍ବାଧିକ ୨୫ଜଣ ଅପରାଧୀ ଥିବାବେଳେ ଖଣ୍ଡଗିରିରେ ୨୦ଜଣ ଅଛନ୍ତି। ସେହିପରି ପାହାଳ ୮ଜଣ, ବାଲିପାଟଣା ୧୮, ବାଲିଅନ୍ତା ୭ଜଣ, ଇନ୍ଫୋସିସି ୪ଜଣ, ତମାଣ୍ଡୋ ୧୨, ସହିଦନଗର ୧୭ଜଣ ଅଛନ୍ତି। ସେହିପରି ମଞ୍ଚେଶ୍ୱର ୧୩ଜଣ, ଲକ୍ଷ୍ମୀସାଗର ଥାନା ୧୫ ଜଣ, ବଡ଼ଗଡ଼ ୮, କ୍ୟାପିଟାଲ ୧୫ ଜଣ ଅଛନ୍ତି। ଏୟାରପୋର୍ଟ ଥାନା ୫ଜଣ, ଏୟାରଫିଲ୍ଡ ୧୧, ଧଉଳି ୧୦ଜଣ, ଚନ୍ଦ୍ରଶେଖରପୁର ୯ଜଣ, ଇନ୍ଫୋସିଟି ୮ଜଣ, ନନ୍ଦନକାନନ ୫ଜଣ ଏବଂ ଭରତପୁର ଥାନା ଅଞ୍ଚଳରେ ୧୦ଜଣ ହାର୍ଡକୋର ଅପରାଧୀ ଅଛନ୍ତି।
ଜେଲ୍ରୁ ନବାହାରିବା ପାଇଁ ୧୦୭, ୧୧୦
ଏହି ହାର୍ଡକୋର ଅପରାଧୀ ଯେପରି ଜେଲ୍ରୁ ବାହାରି ନପାରିବେ ସେଥିଲାଗି ପୁଲିସ ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୧୦ ଏବଂ ୧୦୭ ଲଗାଇ ଜେଲ୍ ପଠାଉଛନ୍ତି। ଯେଉଁଥି ପାଇଁ ସେମାନେ ଜେଲ୍ରୁ ବାହାରିବାକୁ ୬ରୁ ୮ ମାସ ଲାଗୁଛି। ସେମାନେ ପୁଣି ଜେଲ୍ରୁ ବେଲ୍ ପାଇଲେ, ପୁଲିସ ଆଉ ଏକ ନୂଆ ମାମଲା ଲଗାଉଛି। ଯେଉଁଥି ପାଇଁ ଏହି ଅପରାଧଐ ଏବେ ଜେଲ୍ରେ ସଢି ସଢି ସାବାଡ଼ ହେବେ।
ଭୟରେ ଏକାଧିକ ଅପରାଧୀ ଛାନିଆ
ନିର୍ବାଚନ ଆସୁଥିବାରୁ ପୁଲିସ ଅପରାଧିଙ୍କ ତାଲିକା ମାଗିଥିବା ହାର୍ଡକୋର ଅପରାଧି ଖବର ପାଇଛନ୍ତି। ତେଣୁ ସେମାନଙ୍କ ନାମ ତାଲିକାରେ ଅଛକି ନାହିଁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ନଜର ସମ୍ପର୍କୀୟ ପୁଲିସ ହୁଅନ୍ତୁ କିମ୍ବା ଅନ୍ୟମାନଙ୍କ ଦ୍ୱାରା ତାଲିକା ସମ୍ପର୍କରେ ପଚାରୁଛନ୍ତି। ତେଣୁ ଏବେ ଅନେକ ଅପରାଧି ଭୟରେ ସହର ଛାଡ଼ି ଦେଇଥିବା ଜଣାପଡ଼ିଛି। ପୂର୍ବପାର୍ବଣ, ନୂଆବର୍ଷ ଏବଂ ନିର୍ବାଚନ ପୂର୍ବରୁ ଏହି ହାର୍ଡକୋର ସହର ଛାଡ଼ି ପଳାଉଛନ୍ତି। ଏହି ସବୁ ସମୟ ଗଢି ଯିବା ପରେ ପୁଣି ଆସୁଛନ୍ତି। ତେଣୁ ପୁଲିସ ଏବେ ଅପରାଧି ଫେରାର ହେଲେ ମଧ୍ୟ ତାଲିକାରେ ନାଁ ଥିଲେ ଯେଉଁଠି ବି ଲୁଚିଲେ ପୁଲିସ ଚଢଉ କରି ଗିରଫ କରିବ।
ରାତିଅଧିଆ ଚଢ଼ଉକୁ ଗୁରୁତ୍ୱ
ଫେରାର ଥିବା ହାର୍ଡକୋର ଅପରାଧୀଙ୍କୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନାରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ରାତି ଅଧିଆ ଅପରାଧୀଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବ। ଯଦି ସେମାନେ ଫେରାର ରହିଥିବେ ତେବେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇ ଗିରଫ କରିବା ପାଇଁ ଉଦ୍ୟମ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ଟିମ୍ରେ ପିଓପିଡି ଟିମ୍ର ଅଧିକାରୀମାନେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏଭଳି ହେବା ଦ୍ୱାରା ଅପରାଧୀ କ୍ଲିନ୍ ରାଜଧାନୀ ହେବ ବୋଲି ପୁଲିସ ଆଶା ରଖିଛି।