ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

The Sakala Picture
Published On

କଟକ: ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ। ୨୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାକୁ ମହାରାଷ୍ଟ୍ରର ଅଭିଯୁକ୍ତ ଗୁଡୁ ନିଶାତ ପୀଡ଼ିତାର ନଗ୍ନ ଫଟୋ ଭାଇରାଲ କରି ଦେବାର ଧମକ ଦେଇ ବ୍ଲାକମେଲ କରି ତାକୁ ମୁମ୍ବାଇ […]

କଟକ: ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ। ୨୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାକୁ ମହାରାଷ୍ଟ୍ରର ଅଭିଯୁକ୍ତ ଗୁଡୁ ନିଶାତ ପୀଡ଼ିତାର ନଗ୍ନ ଫଟୋ ଭାଇରାଲ କରି ଦେବାର ଧମକ ଦେଇ ବ୍ଲାକମେଲ କରି ତାକୁ ମୁମ୍ବାଇ ଡାକି ଗୋଟିଏ ହୋଟେଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା।

୨୦୨୧ ମସିହାରେ ଏହି ଘଟଣା ଘଟିଥିଲା। ଏ ନେଇ ପୀଡ଼ିତାର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ରୁଜୁ କରି ମୁମ୍ବାଇ ଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଚାର୍ଜସିଟ୍ ଦାଖଲ ପରେ କୋର୍ଟରେ ଏ ନେଇ ମାମଲାର ବିଚାର ଚାଲିଲା। ଏହି ମାମଲାରେ ୧୮ ଜଣ ସାକ୍ଷୀ ଓ ୩୪ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଅଭିଯୁକ୍ତକୁ ଏହି ସଶ୍ରମ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

31 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର