ଭିଜିଲାନ୍ସରେ ଜାଲରେ କୁବେର ଅଧିକାରୀ: ଚଢାଉ ବେଳେ ଫୋପାଡି ଦଲେ ୩୮ ଲକ୍ଷ ଟଙ୍କା, ରହିଛି ଅମାପ ସମ୍ପତ୍ତି ଓ ମାଳମାଳ ବିଲ୍ଡିଂ

The Sakala Picture
Published On

ଭଦ୍ରକ: ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ରହିଛି ଅମାପ ସମ୍ପତ୍ତି । ବିଭିନ୍ନ ଜାଗାରେ ମାଳମାଳ ବିଲ୍ଡିଂ । ସମ୍ପତ୍ତି ଏତେ ପରିମାଣର ଅଛି ଯେ ଭିଜିଲାନ୍ସକୁ ଦେଖି ବାହାରକୁ ଫୋପାଡ଼ି ଦେଇଛନ୍ତି ପୁଳା ପୁଳା ଟଙ୍କା। ଆଇଆରସି ଭିଲେଜର ୪୧୬ ନମ୍ବର ଘରେ ଚଢାଉ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ପ୍ରତାପ ପାଖ  ଏକ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ […]

ଭଦ୍ରକ: ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ରହିଛି ଅମାପ ସମ୍ପତ୍ତି । ବିଭିନ୍ନ ଜାଗାରେ ମାଳମାଳ ବିଲ୍ଡିଂ । ସମ୍ପତ୍ତି ଏତେ ପରିମାଣର ଅଛି ଯେ ଭିଜିଲାନ୍ସକୁ ଦେଖି ବାହାରକୁ ଫୋପାଡ଼ି ଦେଇଛନ୍ତି ପୁଳା ପୁଳା ଟଙ୍କା। ଆଇଆରସି ଭିଲେଜର ୪୧୬ ନମ୍ବର ଘରେ ଚଢାଉ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ପ୍ରତାପ ପାଖ  ଏକ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଆଜି ସକାଳୁ ପ୍ରତାପ ସାମଲଙ୍କ ବାସଭବନ ସମେତ ୧୨ଟା ସ୍ଥାନାରେ ଚାଲିଥିଲା ଚଢାଉ।  ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଛି। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ ଆଇଆରସି ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ସୂଚନା ଅନୁଯାୟୀ, ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା ସିଭିଲ ପଢ଼ିଥିଲେ । ୧୯୮୮ ମସିହାରେ ସିଭିଲ ଜୁନିଅର ଇଞ୍ଜିନିଅର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ। ୧୯୯୫ ପର୍ଯ୍ଯନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର, କଟକରେ କାମ କରିଛନ୍ତି। ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କଲେ।

ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ ବିଲ୍ଡିଂ କନଷ୍ଟ୍ରକସନ୍‌ କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ । ହେଲେ ସେ ଏତେ ଟଙ୍କା କିପରି ଠୁଳ କଲେ ସେ ନେଇ ଖୋଳତାଡ଼ ଚାଲିଛି।

09 Nov 2021 By The Sakala

ଭିଜିଲାନ୍ସରେ ଜାଲରେ କୁବେର ଅଧିକାରୀ: ଚଢାଉ ବେଳେ ଫୋପାଡି ଦଲେ ୩୮ ଲକ୍ଷ ଟଙ୍କା, ରହିଛି ଅମାପ ସମ୍ପତ୍ତି ଓ ମାଳମାଳ ବିଲ୍ଡିଂ

ଭଦ୍ରକ: ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ରହିଛି ଅମାପ ସମ୍ପତ୍ତି । ବିଭିନ୍ନ ଜାଗାରେ ମାଳମାଳ ବିଲ୍ଡିଂ । ସମ୍ପତ୍ତି ଏତେ ପରିମାଣର ଅଛି ଯେ ଭିଜିଲାନ୍ସକୁ ଦେଖି ବାହାରକୁ ଫୋପାଡ଼ି ଦେଇଛନ୍ତି ପୁଳା ପୁଳା ଟଙ୍କା। ଆଇଆରସି ଭିଲେଜର ୪୧୬ ନମ୍ବର ଘରେ ଚଢାଉ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ପ୍ରତାପ ପାଖ  ଏକ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଆଜି ସକାଳୁ ପ୍ରତାପ ସାମଲଙ୍କ ବାସଭବନ ସମେତ ୧୨ଟା ସ୍ଥାନାରେ ଚାଲିଥିଲା ଚଢାଉ।  ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରାଯାଇଛି ।

୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଛି। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ ଆଇଆରସି ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।

ସୂଚନା ଅନୁଯାୟୀ, ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା ସିଭିଲ ପଢ଼ିଥିଲେ । ୧୯୮୮ ମସିହାରେ ସିଭିଲ ଜୁନିଅର ଇଞ୍ଜିନିଅର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ। ୧୯୯୫ ପର୍ଯ୍ଯନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର, କଟକରେ କାମ କରିଛନ୍ତି। ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କଲେ।

ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ ବିଲ୍ଡିଂ କନଷ୍ଟ୍ରକସନ୍‌ କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ । ହେଲେ ସେ ଏତେ ଟଙ୍କା କିପରି ଠୁଳ କଲେ ସେ ନେଇ ଖୋଳତାଡ଼ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର