ମିଠାରେ ନିଶା ଖୁଆଇ ୩୫ ଲକ୍ଷର ସୁନା ଲୁଟି ନେଲେ ଭଡାଟିଆ

The Sakala Picture
Published On

ମାଲକାନଗିରି : ମିଠାରେ ନିଶା ମେଡ଼ିସିନ ଦେଇ ଘରେ କଳାକନା ବୁଲାଇଲେ ଦମ୍ପତି । ଏଭଳି ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାରେ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡା ସାହିର ସୁବାସ ପାଟିନଙ୍କ ଘରେ ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ । ସୂଚନା […]

ମାଲକାନଗିରି : ମିଠାରେ ନିଶା ମେଡ଼ିସିନ ଦେଇ ଘରେ କଳାକନା ବୁଲାଇଲେ ଦମ୍ପତି । ଏଭଳି ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାରେ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡା ସାହିର ସୁବାସ ପାଟିନଙ୍କ ଘରେ ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଗତ ୩ ମାସ ପୂର୍ବେ ଲୁଟେରାଜଣକ ଘର ଭଡ଼ା ନେଇ ରହିଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖି ଲୁଟର ଯୋଜନା ପ୍ରସ୍ତୁତ କଲେ।  ଏହାପରେ ଗତକାଲି ରାତି ୮ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଏହା ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ ଲୁଟି ନେଇଥିଲେ ସୁନା ଗହଣା। ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ। ଏବେ ବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର