ସ୍ମାର୍ଟସିଟିରେ ବନ୍ଧୁକ ଦେଖାଇ ଲୁଟିଲେ ଜୋତା

The Sakala Picture
Published On

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ […]

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ଖବର ନେବାରୁ ଜଣାପଡ଼ିଛି ରବିବାର ଦିନ ସାଢ଼େ ଗୋଟାଏ ସମୟରେ ୨ଟି ବାଇକରେ ୩ଜଣ ଯୁବକ ଜୋତା କିଣିବା ଲାଗି ଫୁଟ୍‍ପାଥରେ ଥିବା ଜୋତା ଦୋକାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନରେ ପଡ଼ିଥିବା ଚେୟାରରେ ବସିଥିଲା ବେଳେ ୨ଜଣ ଜୋତା ଦେଖିଥିଲେ। ସେମାନେ ୩ ହଳ ଜୋତା ପସନ୍ଦ କରିଥିଲେ। ଏହାପରେ ସମସ୍ତେ ଜୋତାଗୁଡ଼ିକୁ ପିନ୍ଧି ଟ୍ରାଏଲ୍‍ ମଧ୍ୟ କରିଥିଲେ। ପରେ ଜୋତା ପିନ୍ଧା ଚାଲି ଯିବାକୁ ବସିଥିଲେ। ଦୋକାନୀ ଜୋତା ୩ ହଳ ବାବଦରେ ୧୨ ଶହ ଟଙ୍କା ମାଗିବାରୁ ଜଣେ ଲୁଟେରା ଅଣ୍ଟାରୁ ବନ୍ଧୁକ ବାହାର କରି ଦୋକାନୀଙ୍କୁ ମାଡ଼ ମାରିଥିଲେ। ଦୋକାନୀ ଜଣଙ୍କ ଜଣେ ଲୁଟେରା ହାତ ଧରି ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ୨୦ ମିନିଟ୍‍ କାଳ ମାର୍‍ପିଟ ହୋଇଥିଲା। ଏହାପରେ ଯୁବକ ୨ ଜଣ ୩ ହଳ ଜୋତା ନେଇ ଫେରାର୍‍ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ପାନ ଦୋକାନୀକୁ ବି ବାକି ମାଗିଲେ

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଜୋତା ଧରି ନିକଟରେ ରହିଥିବା ଏକ ପାନ ଦୋକାନକୁ ଯାଇଥିଲେ। ହାତରେ ଖାଲି ଜୋତା ଧରିଥିବାରୁ ସେ ଦୋକାନୀଠାରୁ ବ୍ୟାଗ୍‍ ଆଣୁନାହାନ୍ତି ବୋଲି କହିଥିଲେ। କାରଣ ସେ ଜାଣି ନ ଥିଲେ ବନ୍ଧୁକ ଦେଖାଇ ଜୋତା ଆଣିଛନ୍ତି। ଏହାପରେ ଉକ୍ତ ଦୋକାନୀଠାରୁ ସିଗାରେଟ୍‍ ଆଣି ଟାଣି ଥିଲେ। କିନ୍ତୁ ଟଙ୍କା ଦେଉ ନ ଥିଲେ। ଏହାପରେ ପାନଦୋକାନୀ ବାଧ୍ୟ କରିବାରୁ ଟଙ୍କା ଦେଇ ଜୋତା ଧରି ପଳାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର