CBI ଜାଲରେ ଅଡିଟର୍‌, ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ସଞ୍ଜୟ ସ୍ୱାଇଁ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି। ତେବେ ସଞ୍ଜୟ ସ୍ୱାଇଁ ବିଲ୍ […]

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ସଞ୍ଜୟ ସ୍ୱାଇଁ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ତେବେ ସଞ୍ଜୟ ସ୍ୱାଇଁ ବିଲ୍ ପ୍ରୋସେସିଂରେ ବିଳମ୍ବ କରିବା ସହ ଏହାକୁ ପାସ୍ କରିବା ପାଇଁ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗକାରୀ ସିବିଆଇ ନିକଟରେ ଅଭିଯୋଗ କରିବାରୁ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଭୁବନେଶ୍ୱର ଆରଟିଓ ଅଫିସରେ ଅଭିଯୋଗକାରୀ ସଞ୍ଜୟ ସ୍ୱାଇଁଙ୍କୁ ଭେଟି ଲାଞ୍ଚ ପ୍ରଦାନ କରିଥିଲେ। ସଞ୍ଜୟ ସ୍ୱାଇଁ ଲାଞ୍ଚ ନେବା ମାତ୍ରେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଏବେ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

03 Nov 2023 By The Sakala

CBI ଜାଲରେ ଅଡିଟର୍‌, ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ସଞ୍ଜୟ ସ୍ୱାଇଁ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

ତେବେ ସଞ୍ଜୟ ସ୍ୱାଇଁ ବିଲ୍ ପ୍ରୋସେସିଂରେ ବିଳମ୍ବ କରିବା ସହ ଏହାକୁ ପାସ୍ କରିବା ପାଇଁ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗକାରୀ ସିବିଆଇ ନିକଟରେ ଅଭିଯୋଗ କରିବାରୁ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଭୁବନେଶ୍ୱର ଆରଟିଓ ଅଫିସରେ ଅଭିଯୋଗକାରୀ ସଞ୍ଜୟ ସ୍ୱାଇଁଙ୍କୁ ଭେଟି ଲାଞ୍ଚ ପ୍ରଦାନ କରିଥିଲେ। ସଞ୍ଜୟ ସ୍ୱାଇଁ ଲାଞ୍ଚ ନେବା ମାତ୍ରେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଏବେ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ରହିଛି।

https://www.thesakala.in/crime/cbi-arrests-auditor-of-ag-office-for-allegedly-taking-bribe/article-26959
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର