ଜାଣନ୍ତୁ କିପରି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ‘ବିବନ’ ପାଖରେ ପହଞ୍ଚିଲା କମିସନରେଟ୍ ପୁଲିସ…….

The Sakala Picture
Published On

ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ  ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ […]

ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ  ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ ଏବଂ ଏହି ପୀଡିତାଙ୍କୁ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଗଣଦୁର୍ଷ୍କମ କରିଥିଲେ। ସେହିଦିନ ସେହି କାଳରାତିରେ ୩ ଜଣ ନରରୂପୀ ରାକ୍ଷସ ବଳପୁର୍ବକ ପୀଡିତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ପୀଡିତା ବଞ୍ଚି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏହାପର ଦିନ ଏହି ଘଟଣା ପ୍ରଘଟ ହେବାପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏପରିକି ଏହି ଦୁଃଖଦ ଘଟଣା ସେହି ସମୟରେ ସରକାରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ମଧ୍ୟ ଗାଦିଚ୍ୟୁତ କରିଦେଇଥିଲା। ଏହି ଘଟଣାରେ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାପରେ ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ସେହି ସମୟରେ ଏହି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର ଥିଲା। ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ର ଫେରାର ହୋଇ ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହ ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା । କିନ୍ତୁ କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏହି କ୍ରମରେ କମିସନରେଟ୍ ପୁଲିସ ମୁଖ୍ୟ ଅପରାଧୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରାଯିବା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କିପରି ତାକୁ ଗିରଫ କରାଗଲା ତାହା ଗଣାମଧ୍ୟକୁ ସୂଚନା ଦେଇଛନ୍ତି। ପୁଲିସ କମିସନରଙ୍କ ସୂଚନା ଅନୁସାରେ ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଏହି ବହୁ ଚର୍ଚ୍ଚିତ ଗଣଦୁର୍ଷମ ଘଟଣାର ଜଣେ  ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲେ କମିସନର। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କରିଥିଲେ । ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଥିଲା ପୁଲିସ। ବିକେର ଅର୍ଥଥିଲା ବାରଙ୍ଗ କିଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଥିଲା।

ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଜାଣିବା ସହ ତାକୁ ଧରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ  “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର ଆରମ୍ଭ କରାଗଲା। ମଝିରେ ଜଣାପଡିଲା ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲା ପୁଲିସ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥିଲା।

ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି ବିବନକୁ ଧରିବାକୁ କମିଶନରେଟ ପୁଲିସ୍‌ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍‌ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲା କମିସନରେଟ୍ ପୁଲିସ।  ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍‌କୁ ଦେଖି ସେ ଦୌଡ଼ିଥିଲା ।

ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା ପୁଲିସ । ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଆଜି ମଧ୍ୟ ବିବିନକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି।

22 Feb 2021 By The Sakala

ଜାଣନ୍ତୁ କିପରି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ‘ବିବନ’ ପାଖରେ ପହଞ୍ଚିଲା କମିସନରେଟ୍ ପୁଲିସ…….

ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ  ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ ଏବଂ ଏହି ପୀଡିତାଙ୍କୁ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଗଣଦୁର୍ଷ୍କମ କରିଥିଲେ। ସେହିଦିନ ସେହି କାଳରାତିରେ ୩ ଜଣ ନରରୂପୀ ରାକ୍ଷସ ବଳପୁର୍ବକ ପୀଡିତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ପୀଡିତା ବଞ୍ଚି ଯାଇଥିଲେ।

ଏହାପର ଦିନ ଏହି ଘଟଣା ପ୍ରଘଟ ହେବାପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏପରିକି ଏହି ଦୁଃଖଦ ଘଟଣା ସେହି ସମୟରେ ସରକାରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ମଧ୍ୟ ଗାଦିଚ୍ୟୁତ କରିଦେଇଥିଲା। ଏହି ଘଟଣାରେ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାପରେ ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ସେହି ସମୟରେ ଏହି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲେ।

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର ଥିଲା। ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ର ଫେରାର ହୋଇ ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହ ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା । କିନ୍ତୁ କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏହି କ୍ରମରେ କମିସନରେଟ୍ ପୁଲିସ ମୁଖ୍ୟ ଅପରାଧୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି।

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରାଯିବା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କିପରି ତାକୁ ଗିରଫ କରାଗଲା ତାହା ଗଣାମଧ୍ୟକୁ ସୂଚନା ଦେଇଛନ୍ତି। ପୁଲିସ କମିସନରଙ୍କ ସୂଚନା ଅନୁସାରେ ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଏହି ବହୁ ଚର୍ଚ୍ଚିତ ଗଣଦୁର୍ଷମ ଘଟଣାର ଜଣେ  ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲେ କମିସନର। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କରିଥିଲେ । ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଥିଲା ପୁଲିସ। ବିକେର ଅର୍ଥଥିଲା ବାରଙ୍ଗ କିଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଥିଲା।

ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଜାଣିବା ସହ ତାକୁ ଧରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ  “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର ଆରମ୍ଭ କରାଗଲା। ମଝିରେ ଜଣାପଡିଲା ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲା ପୁଲିସ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥିଲା।

ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି ବିବନକୁ ଧରିବାକୁ କମିଶନରେଟ ପୁଲିସ୍‌ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍‌ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲା କମିସନରେଟ୍ ପୁଲିସ।  ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍‌କୁ ଦେଖି ସେ ଦୌଡ଼ିଥିଲା ।

ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା ପୁଲିସ । ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଆଜି ମଧ୍ୟ ବିବିନକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି।

https://www.thesakala.in/crime/anjana-mishra-gang-rape-case-odisha-prime-accused-biban-biswal-arrested/article-182
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର