ୟୁ-ଟ୍ୟୁବ୍‌‌ରୁ ଟଙ୍କା ରୋଜଗାର ନିଶା: ଅପରାଧୀ ପାଲଟୁଛନ୍ତି ଯୁବପିଢ଼ି, ଟଙ୍କା ପାଇବା ବଦଳରେ ଯାଉଛନ୍ତି ଜେଲ

The Sakala Picture
Published On

ଭୁବନେଶ୍ୱର: ୟୁ-ଟ୍ୟୁବ୍‌‌ରୁ ଟଙ୍କା ରୋଜଗାର ନିଶା ଏବେ ଯୁବପିଢ଼ିଙ୍କୁ ଅପରାଧ ଆଡ଼କୁ ଟାଣି ନେଉଛି। ଖୁବ୍‌‌ଶୀଘ୍ର ନିଜର ୟୁଟ୍ୟୁବ୍‌‌ ଚ୍ୟାନେଲର ଭ୍ୟୁ ଏବଂ ସବ୍‌‌ସ୍କ୍ରାଇବ ବଢ଼଼ାଇବା ପାଇଁ ସେମାନେ ଯେକୌଣସି ପନ୍ଥାକୁ ଆପଣାଉଛନ୍ତି। ଶେଷରେ ଆଇଟି ଆକ୍ଟକୁ ଉଲ୍ଲଘଂନ କରି ଜେଲ୍‌‌ ଯାଉଛନ୍ତି। ଯୁବପିଢ଼ି କଠିନ ପରିଶ୍ରମ ନକରି ସହଜରେ ୟୁଟ୍ୟୁବ୍‌‌ରୁ ଟଙ୍କା ରୋଜଗାର କରିବା ସେମାନଙ୍କ ପାଇଁ କାଳ ହେଉଛି। ଯାହାକି ଗତ କିଛିଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲା ଠାରୁ ଆରମ୍ଭ କରି ଭୁବନେଶ୍ୱରରେ […]

ଭୁବନେଶ୍ୱର: ୟୁ-ଟ୍ୟୁବ୍‌‌ରୁ ଟଙ୍କା ରୋଜଗାର ନିଶା ଏବେ ଯୁବପିଢ଼ିଙ୍କୁ ଅପରାଧ ଆଡ଼କୁ ଟାଣି ନେଉଛି। ଖୁବ୍‌‌ଶୀଘ୍ର ନିଜର ୟୁଟ୍ୟୁବ୍‌‌ ଚ୍ୟାନେଲର ଭ୍ୟୁ ଏବଂ ସବ୍‌‌ସ୍କ୍ରାଇବ ବଢ଼଼ାଇବା ପାଇଁ ସେମାନେ ଯେକୌଣସି ପନ୍ଥାକୁ ଆପଣାଉଛନ୍ତି। ଶେଷରେ ଆଇଟି ଆକ୍ଟକୁ ଉଲ୍ଲଘଂନ କରି ଜେଲ୍‌‌ ଯାଉଛନ୍ତି। ଯୁବପିଢ଼ି କଠିନ ପରିଶ୍ରମ ନକରି ସହଜରେ ୟୁଟ୍ୟୁବ୍‌‌ରୁ ଟଙ୍କା ରୋଜଗାର କରିବା ସେମାନଙ୍କ ପାଇଁ କାଳ ହେଉଛି। ଯାହାକି ଗତ କିଛିଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲା ଠାରୁ ଆରମ୍ଭ କରି ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କିଏ ପଶୁପକ୍ଷୀଙ୍କ ସହ ଭିଡିଓ, ଫଟୋ ଉଠାଇ ୟୁଟ୍ୟୁବ୍‌‌ରେ ଛାଡ଼ି ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରୁଥିବା ବେଳେ ଆଉ କିଏ ପରୀକ୍ଷା ପଶ୍ନପତ୍ର ଭାଇରାଲ କରି ଗିରଫ ହେଉଛନ୍ତି। ଅନେକ ମଧ୍ୟ ବିପଦପୂର୍ଣ୍ଣ ଷ୍ଟଣ୍ଟ, ଖଣ୍ଡା, ବନ୍ଧୁକ ଚାଳନା କରି ଭିଡିଓ ୟୁଟ୍ୟୁବ୍‌‌ରେ ଅପ୍‌‌ଲୋଡ୍‌‌ କରି ଗିରଫ ହେଉଛନ୍ତି। ଅନେକ ମଧ୍ୟ ୟୁଟ୍ୟୁବ୍‌‌ରେ ଦେଶ ତଥା ରାଜ୍ୟର ସମ୍ବେଦନଶୀଳ ଘଟଣା ଉପରେ ଭୁଲ ତଥ୍ୟ ଦେଇ ରାତିଆରାତି ଫେମସ୍‌‌ ହେଇଯାଉଛନ୍ତି। କିନ୍ତୁ ପରବର୍ତ୍ତି ସମୟରେ ସେମାନେ ଆଇଟିଆକ୍ଟରେ ଗିରଫ ହେଉଛନ୍ତି। ଏଭଳି ଭାବେ ଆଇଟି ଆକ୍ଟକୁ ଉଲ୍ଲଘଂନ କରୁଥିବା ୨୬୦ ୟୁଟ୍ୟୁବ୍‌‌ ଚ୍ୟାନେଲ୍‌‌ ଏବେ ପୁଲିସ ନଜରରେ ରହିଛି। ସେମାନଙ୍କ ସମ୍ପର୍କରେ ତଥ୍ୟ ପୁଲିସ ୟୁଟ୍ୟୁବ୍‌‌ ଅଫିସ୍‌‌କୁ ମାଗିଛି।

ଆହୁରି ପଢ଼ନ୍ତୁ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି
ଏବେ କିଛି ୟୁଟ୍ୟୁବ୍‌‌ର ଶିକ୍ଷା ସମ୍ପର୍କରେ ତଥ୍ୟ ଏବଂ ସୂଚନା ଦେବାକୁ ୟୁଟ୍ୟୁବ୍‌‌ ଚ୍ୟାନେଲ ଖୋଲିଛନ୍ତି। କିନ୍ତୁ ସେମାନେ ଏହି ଚ୍ୟାନେଲକୁ ରାତାରାତି ଲୋକପ୍ରିୟ କରିବା ପାଇଁ ମିଛ ତଥ୍ୟ ଦେଉଛନ୍ତି। ଯାହାକି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ସହ ସମାନ। ଏହିଭଳି ଗତକାଲି ସାଇବର ଥାନା ପୁଲିସ ପ୍ରଶ୍ନ ପତ୍ର ଭାଇରାଲ ମାମଲାରେ ଯାଜପୁର ଟାଉନ୍‌‌ରେ ଗୋପୀନାଥଜିଉ ନୋଡାଲ୍‌‌ ଉପ୍ରା ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା।

ଖଣ୍ଡା, ବନ୍ଧୁକ ଚାଳନା ଭିଡିଓ ଭାଇରାଲ
ଅନେକ ବ୍ୟକ୍ତି ଏବଂ ଗ୍ୟାଙ୍ଗ୍‌‌ ରାତାରାତି ଭାଇରାଲ ହେବା ଲକ୍ଷ୍ୟରେ ଖଣ୍ଡା ବୁଲାଇ ଏବଂ ବନ୍ଧୁକ ଚାଳନା କରି ୟୁଟ୍ୟୁବ୍‌‌ରେ ଛାଡୁଛନ୍ତି। ଏହି ଭିଡିଓ କରିବା ସମୟରେ ସହରସାରା ଆତଙ୍କ କରୁଛନ୍ତି। ଏହି ଭିଡ଼ିଓ ଛାଡ଼ିବା ମାତ୍ରେ ଭାଇରାଲ ହୋଇଯାଉଛି। ଲୋକେ ଏହାକୁ ଦେଖି ଭୟଭିତ ହେଉଛନ୍ତି। ଶେଷରେ ଆଇଟି ଆକ୍ଟର ଉଲ୍ଲଂଘନ କରି ଗିରଫ ହେଉଛି। କେବଳ ଖଣ୍ଡା ନୁହେଁ ବିପଦପୂର୍ଣ୍ଣ ଭାବେ ବାଇକ୍‌‌ ଷ୍ଟଣ୍ଡ ଏବଂ ରେଳଲାଇନ୍‌‌ରେ ଭିଡ଼ିଓ କରି ବନ୍ଧା ହେଉଛନ୍ତି।

ରୋଷ୍ଟିଂ କରି ଚରିତ୍ର ସଂହାର
ଏବେ ୟୁଟ୍ୟୁବ୍‌‌ରେ ଏକାଧିକ ଯୁବକ ଏବଂ ମହିଳା ରୋଷ୍ଟିଂ କରୁଛନ୍ତି। ପରସ୍ପର ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଚରିତ୍ର ସଂହାର କରୁଛନ୍ତି। ଯେଉଁଥି ପାଇଁ ଏହା ପ୍ରଭାବ ଛୋଟ ଛୋଟ ପିଲାଙ୍କ ଉପରେ ପଡୁଛି। ତେଣୁ ଏନେଇ ମଧ୍ୟ ଭଦ୍ରକରେ ଜଣେ ରୋଷ୍ଟିଂ କରୁଥିବା ଯୁବକ ବନ୍ଧୁକ ଚାଳନା ମାମଲାରେ ଗିରଫ ହୋଇଥିଲେ।

ମାଙ୍କଡ଼ ଏବଂ ସାପ ସହ ଭିଡିଓ କରି ଗିରଫ

ଏହିଭଳି ଟଙ୍କା ରୋଜଗାର କରିବା ଓ ଭ୍ୟୁୟର୍ସ ବଢ଼଼ାଇବା ପାଇଁ କିଛି ଲୋକ ମାଙ୍କଡ଼ ଏବଂ ସାପ ସହ ଭିଡିଓ କରି ୟୁଟ୍ୟୁବ୍‌‌ରେ ଛାଡୁଛନ୍ତି। ଲୋକେ ଏହାକୁ ଦେଖି ମଜା ନେଉଥିବାରୁ ଚ୍ୟାନେଲର ଭ୍ୟୁୟର୍ସ ବଢ଼ୁଛି। ଯେଉଁଥି ପାଇଁ ଭିଡିଓ ଛାଡ଼ିଥିବା ବ୍ୟକ୍ତି ଟଙ୍କା ରୋଜଗାର କରୁଛି। ନିକଟରେ ସାପ ଧରାଳି ମିର୍ଜା ଆରିଫ ଭିଡିଓ ଛାଡ଼ି ଗିରଫ ହୋଇଥିବା ବେଳେ ଯାଜପୁରର ମୋନାଲିସା ଭଦ୍ରା ଏବଂ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ମାଡ଼ଙ୍କ ସହ ବିଭିନ୍ନ ଭିଡିଓ ୟୁଟ୍ୟୁବ୍‌‌ରେ ଛାଡ଼ି ଗିରଫ ହୋଇଥିଲେ। ଏହିଭଳି ଅନେକ ବ୍ୟକ୍ତିମଧ୍ୟ ପଶୁପକ୍ଷୀଙ୍କ ସହ କରି ଛାଡୁଛନ୍ତି। ସେମାନେ ଏବେ ବନ୍ୟବିଭାଗ ସ୍କାନର୍‌‌ରେ ଅଛନ୍ତି।

08 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର