ଦେଶରେ ବେକାରି ସ୍ଥିତି ସଙ୍ଗିନ୍‌ : ପୁରୁଷଙ୍କ ତୁଳନାରେ ମହିଳା ଅଧିକ ବେକାର

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ବେକାରି। କାରଣ ଏପ୍ରିଲ ତୁଳନାରେ ମେ’ ମାସରେ ଭାରତର ବେକାରି ହାର ବୃଦ୍ଧି ପାଇଛି। ପୁରୁଷଙ୍କ ତୁଳନାରେ ମହିଳା ଅଧିକ ବେରୋଜଗାର। କୃଷିରୁ ରୋଜଗାର କମିବାରେ ଲାଗିଛି, ଯାହା ଫଳରେ କାମ ନ ପାଇ ଅନେକ ଲୋକ ନିଯୁକ୍ତି ପାଇବା ଆଶାରେ ବିନିର୍ମାଣ ଏବଂ ସେବା କ୍ଷେତ୍ର ଆଡକୁ ମୁହାଁଉଛନ୍ତି। ସୋମବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, […]

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ବେକାରି। କାରଣ ଏପ୍ରିଲ ତୁଳନାରେ ମେ’ ମାସରେ ଭାରତର ବେକାରି ହାର ବୃଦ୍ଧି ପାଇଛି। ପୁରୁଷଙ୍କ ତୁଳନାରେ ମହିଳା ଅଧିକ ବେରୋଜଗାର। କୃଷିରୁ ରୋଜଗାର କମିବାରେ ଲାଗିଛି, ଯାହା ଫଳରେ କାମ ନ ପାଇ ଅନେକ ଲୋକ ନିଯୁକ୍ତି ପାଇବା ଆଶାରେ ବିନିର୍ମାଣ ଏବଂ ସେବା କ୍ଷେତ୍ର ଆଡକୁ ମୁହାଁଉଛନ୍ତି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ସଦ୍ୟତମ ମୂଲ୍ୟ ଏବଂ ବଜାର ସ୍ଥିତି...

ସୋମବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କୃଷି କ୍ଷେତ୍ରରେ ନିଯୁକ୍ତି ହ୍ରାସ ଯୋଗୁଁ ବେକାରି ହାର ବୃଦ୍ଧି ପାଇଛି। କହିଛି ଯେ ବେକାରି ହାର ଏପ୍ରିଲରେ ୫.୧%ରୁ ମେ ମାସରେ ୫.୬%କୁ ବୃଦ୍ଧି ପାଇଛି। ଯାହାର ଆଂଶିକ କାରଣ ଫସଲ ଋତୁ ଶେଷ ହେବା ପରେ କୃଷି କାର୍ଯ୍ୟକଳାପରେ ହ୍ରାସ। ଏକ ତଥ୍ୟରୁ ଜଣାପଡିଛି ଯେ ମେ’ ମାସରେ ମହିଳାମାନଙ୍କ କ୍ଷେତ୍ରରେ ବେକାରି ହାର ୫.୮ପ୍ରତିଶତ ଥିଲା, ଯେତେବେଳେ କି ପୁରୁଷମାନଙ୍କ କ୍ଷେତ୍ରରେ ଏହା ୫.୬ ପ୍ରତିଶତ। ସହରାଞ୍ଚଳରେ ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ବେକାରି ହାର ଏପ୍ରିଲରେ ୧୭.୨%ରୁ ମେ’ ମାସରେ ବୃଦ୍ଧି ପାଇ ୧୭.୧୯% ରହିଥିବାବେଳେ ଗ୍ରାମାଞ୍ଚଳରେ ଯୁବ ବେକାରି ହାର ସେହି ସମୟରେ ୧୨.୩%ରୁ ୧୩.୭% ରହିଛି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ଧରଣର ହ୍ରାସ: ୧.୮୦ ଲକ୍ଷରୁ ଖସି ୧.୨୫ ଲକ୍ଷ ତଳକୁ ଆସିଲା ୧୦ ଗ୍ରାମର ମୂଲ୍ୟ

ଅପରପକ୍ଷେ କୃଷି ପ୍ରଧାନ ଦେଶ ଭାରତର ଗ୍ରାମାଞ୍ଚଳରେ ନିଯୁକ୍ତି କୃଷିରୁ ଉତ୍ପାଦନ ଏବଂ ସେବାକୁ ସ୍ଥାନାନ୍ତରିତ ହୋଇଛି। କାରଣ କୃଷି କ୍ଷେତ୍ରରେ ଶ୍ରମିକଙ୍କ ଅଂଶ ଗ୍ରହଣ ହାର ଏପ୍ରିଲରେ ୪୫.୯%ରୁ ମେ’ ମାସରେ ୪୩.୫%କୁ ହ୍ରାସ ପାଇଛି। ମୁଖ୍ୟତଃ କୃଷି କାର୍ଯ୍ୟରେ ଅମଳରେ ହ୍ରାସ ଯୋଗୁ ଏହି ହ୍ରାସ ଦେଖିବାକୁ ମିଳିଛି। କୃଷି କାର୍ଯ୍ୟକଳାପରେ ହ୍ରାସ ଗ୍ରାମାଞ୍ଚଳରେ ମହିଳାମାନଙ୍କ ପାଇଁ କାର୍ଯ୍ୟ ସୁଯୋଗକୁ ମଧ୍ୟ ପ୍ରଭାବିତ କରିଛି, ତଥ୍ୟ ଦର୍ଶାଉଛି ଯେ ମହିଳାଙ୍କ ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ଏପ୍ରିଲରେ ୨୮.୮%ରୁ ମେ’ ମାସରେ ୨୭.୮%କୁ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ:  ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି ଭିଏଏମଏଲ କୋଇଲା ଖଣିର ପ୍ରକଳ୍ପ 'ଆରୋଗ୍ୟମ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp