ଜୁଲାଇ ୮ ପୂର୍ବରୁ ଆମେରିକା ସହିତ ବାଣିଜ୍ୟ ଚୁକ୍ତି
ନୂ୍ଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ୮ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଭାରତ ୧୦% ମୂଳ ଶୁଳ୍କ ସହିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାର ସର୍ତ୍ତ ରଖିଛି। ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୫ ଡଜନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଥିଲେ। ସେଥିରେ, ଭାରତ ଉପରେ ୨୬% ଶୁଳ୍କ ଲାଗୁ କରାଯାଇଥିଲା। ତଥାପି, ମାତ୍ର ଗୋଟିଏ ସପ୍ତାହ ପରେ […]
ନୂ୍ଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ୮ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଭାରତ ୧୦% ମୂଳ ଶୁଳ୍କ ସହିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାର ସର୍ତ୍ତ ରଖିଛି। ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୫ ଡଜନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଥିଲେ। ସେଥିରେ, ଭାରତ ଉପରେ ୨୬% ଶୁଳ୍କ ଲାଗୁ କରାଯାଇଥିଲା। ତଥାପି, ମାତ୍ର ଗୋଟିଏ ସପ୍ତାହ ପରେ ସେ ପାରସ୍ପରିକ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। ସେହି ଅବଧି ଜୁଲାଇ ୯ରେ ଶେଷ ହେବ। ସମସ୍ତ ଦେଶରୁ ଆମଦାନୀ ଉପରେ ୧୦% ମୂଳ ଶୁଳ୍କ ଲାଗୁ କରାଯାଇଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଭାରତ ଏହାର କିଛି ସମ୍ବେଦନଶୀଳ କ୍ଷେତ୍ରକୁ ସୁରକ୍ଷା ଦେବାକୁ ଚାହୁଁଛି। କୃଷି ଏବଂ ଦୁଗ୍ଧ ଭଳି କ୍ଷେତ୍ର ପାଇଁ ଆମଦାନୀ କୋଟା କିମ୍ବା ସର୍ବନିମ୍ନ ଆମଦାନୀ ମୂଲ୍ୟ (ଏମ୍ଆଇପି) ଲାଗୁ କରାଯାଇପାରେ।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସମ୍ପ୍ରତି ବାଣିଜ୍ୟ ଆଲୋଚନା (ଭାରତ-ଆମେରିକା ବାଣିଜ୍ୟ ଆଲୋଚନା) ପାଇଁ ୱାଶିଂଟନରେ ଅଛକ୍ତି। ସେଠାରେ ସେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧି (ୟୁଏସ୍ଟିଅାର୍) ଜାମିସନ ଗ୍ରୀୟରଙ୍କୁ ଭେଟିଥିଲେ। ଦୁଇ ଦେଶର ଆଲୋଚନାକାରୀଙ୍କ ମଧ୍ୟରେ ବୈଠକ ମେ’ ୨୨ ପର୍ଯ୍ୟନ୍ତ ଚାଲିବ। ଜଣେ ଅଧିକାରୀଙ୍କ ଅନୁଯାୟୀ, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (ବିଟିଏ) ଉପରେ ଆଲୋଚନା ସକାରାତ୍ମକ ଦିଗରେ ଚାଲିଛି। ଆମର ପ୍ରୟାସ ହେଉଛି ୮ ଜୁଲାଇ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି କରିବା। ଆମେ ଏହା ମଧ୍ୟ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛୁ ଯେ ଭାରତ ଉପରେ ୧୦% ମୂଳ ଶୁଳ୍କ ଏବଂ ୨୬% ଅତିରିକ୍ତ ଶୁଳ୍କ ଲାଗୁ ନ ହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା ଗସ୍ତରେ ଯାଇଥିବାବେଳେ ଉଭୟ ଦେଶ ମଧ୍ୟରେ ଚଳିତବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାଣିଜ୍ୟ ଚୁକ୍ତି (ଦ୍ୱିପାକ୍ଷିକ ସମ୍ପର୍କ) ଚୂଡ଼ାନ୍ତ କରିବା ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ନେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ଭାରତ ଶ୍ରମକେନ୍ଦ୍ରୀୟ କ୍ଷେତ୍ରଗୁଡ଼ିକ ପାଇଁ ଶୁଳ୍କ ଛାଡ଼ ଚାହୁଁଛି। ଏଥିରେ ବସ୍ତ୍ର ଏବଂ ପୋଷାକ, ମଣି ଏବଂ ଅଳଙ୍କାର, ଚମଡା ସାମଗ୍ରୀ, ପ୍ଲାଷ୍ଟିକ୍, ରାସାୟନିକ ପଦାର୍ଥ, ଚିଙ୍ଗୁଡ଼ି, ତୈଳବୀଜ, ଅଙ୍ଗୁର ଏବଂ କଦଳୀ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ଆମେରିକା କିଛି ଶିଳ୍ପ ସାମଗ୍ରୀ, ଅଟୋମୋବାଇଲ୍ (ବିଶେଷକରି ଇଭି), ମଦ, ପେଟ୍ରୋଲିୟମ୍ ଉତ୍ପାଦ, ଖାଦ୍ୟ ଏବଂ ଜିଏମ୍ ଉତ୍ପାଦ ଯେପରିକି କ୍ଷୀର, ସେଓ ଏବଂ ଶୁଖିଲା ଫଳ ପାଇଁ ଛାଡ଼ ଚାହୁଁଛି। ଭାରତରେ ଜିଏମ୍ ଖାଦ୍ୟ ଆମଦାନୀ ନିଷିଦ୍ଧ। ଆମେରିକା ଗତ ଚାରି ବର୍ଷ ଧରି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ରହିଆସିଛି। ୨୦୨୪-୨୫ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଣ ୧୩୧.୮୪ ବିଲିୟନ ଡଲାର ଥିଲା। ଭାରତ ଏହାର ରପ୍ତାନିର ୧୮% ଆମେରିକାକୁ ରପ୍ତାନି କରିଥାଏ, ଯେତେବେଳେ କି ଆମଦାନୀରେ ଏହାର ଅଂଶ ୬.୨୨%। ଭାରତ ଆମେରିକା ସହିତ ଏକ ବାଣିଜ୍ୟ ବଳକା ସ୍ଥିତିରେ ଅଛି।






