ତେଲ ଦର ବୃଦ୍ଧି: ଏବେ ରୋଷେଇ ଘରେ ଲାଗିବ ନିଆଁ
ନୂଆଦିଲ୍ଲୀ: ପ୍ରାୟ ଚାରି ବର୍ଷର ବ୍ୟବଧାନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ହୋଇଥିବା ବୃଦ୍ଧି କେବଳ ଗାଡ଼ି ଚାଳକଙ୍କୁ ନୁହେଁ, ବରଂ ସାଧାରଣ ଖାଉଟିଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଶୁକ୍ରବାର ଠାରୁ ଲିଟର ପିଛା ୩ ଟଙ୍କା ବଢ଼଼ିବା ପରେ ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ପ୍ରଭାବ ଖୁବଶୀଘ୍ର ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିବାକୁ ଯାଉଛି। ଡିଜେଲ ଦର ବଢ଼଼ିବା ଯୋଗୁଁଁ ବସ୍, ଟ୍ରକ୍ ଏବଂ ଅଟୋ ଭଡ଼ା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମାଲ୍ ପରିବହନ ଖର୍ଚ୍ଚ ବଢ଼଼ିଲେ ବଜାରରେ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ। ପରିବା, ଫଳ, କ୍ଷୀର ଏବଂ ଶସ୍ୟ ଆଦି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ପରିବହନ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଅମୁଲ୍ ଏବଂ ମଦର ଡାଏରୀ ପରି ସଂସ୍ଥାଗୁଡ଼ିକ ପୂର୍ବରୁ ଲିଟର ପିଛା ୨ ଟଙ୍କା ବଢ଼଼ାଇ ସାରିଛନ୍ତି।
ଡେଲିଭରି ଆପ୍ ଏବଂ ଇ-କମର୍ସ ସଂସ୍ଥାଗୁଡ଼ିକ ସେମାନଙ୍କର ସେବା ଶୁଳ୍କ ବଢ଼଼ାଇ ପାରନ୍ତି କିମ୍ବା ରିହାତି କମାଇ ଦେଇପାରନ୍ତି। ଗ୍ରାମାଞ୍ଚଳରେ ଚାଷୀମାନେ ଟ୍ରାକ୍ଟର ଏବଂ ପମ୍ପ ସେଟ୍ ପାଇଁ ଡିଜେଲ ବ୍ୟବହାର କରନ୍ତି। ତେଲ ଦର ବଢ଼଼ିଲେ ଚାଷ ଖର୍ଚ୍ଚ ବଢ଼଼ିବ, ଯାହା ଶେଷରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବଢ଼଼ାଇବ। ଅର୍ଥନୀତି ବିଶେଷଜ୍ଞ ରାହୁଲ ଆହଲୁୱାଲିଆଙ୍କ କହିବା ଅନୁସାରେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଯୋଗାଣ ଅନିଶ୍ଚିତ ହୋଇପଡ଼ିଥିବାରୁ ଏହି ଦର ବୃଦ୍ଧି ଆବଶ୍ୟକ ଥିଲା। ଯଦି ବଜାର ଦର ଅନୁସାରେ ତେଲ ମୂଲ୍ୟ ସ୍ଥିର ନହୁଏ, ତେବେ ଭବିଷ୍ୟତରେ ଏହା ଆହୁରି ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ। ଭାରତରେ ପରିବହନ ଖର୍ଚ୍ଚ ପ୍ରତ୍ୟେକ କ୍ଷେତ୍ର ସହିତ ଜଡ଼ିତ। ତେଣୁ ତେଲ ଦର ବୃଦ୍ଧି ହେଲେ ଦୁର୍ବଳ ଶ୍ରେଣୀର ପରିବାର ଓ ଗ୍ରାମୀଣ ଅର୍ଥନୀତି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଆଗାମୀ ଦିନରେ ଯଦି ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କମେ ନାହିଁ, ତେବେ ମହଙ୍ଗା ମାଡ଼ରୁ ରକ୍ଷା ପାଇବା ଜନସାଧାରଣଙ୍କ ପାଇଁ କଷ୍ଟକର ହେବ।