ନୂଆ ଟେଲିକମ୍ ବିଧେୟକ ଗ୍ରାହକ ଓ କମ୍ପାନୀଙ୍କୁ କିଭଳି କରିବ ପ୍ରଭାବିତ, ଜାଣନ୍ତୁ ଏହାର ୧୦ଟି କାରଣ….

The Sakala Picture
Published On

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନରେ ନୂତନ ଟେଲିକମ୍ ବିଲ୍-୨୦୨୩କୁ ବହୁମତରେ ଅନୁମୋଦନ ମିଳିଛି। ଗତ ୧୮ ତାରିଖରେ ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରାଯାଇଥିଲା ବେଳେ ୨୧ ତାରିଖରେ ଏହା ପାରିତ ହୋଇଛି। ଏହି ଅଧିବେଶନରେ ଯେଉଁସବୁ ବିଲ୍ ପାରିତ ହୋଇଛି ସେଗୁଡିକ ମଧ୍ୟରୁ ଟେଲିକମ୍ ବିଲ୍ ବହୁ ଗୁରୁତ୍ବ ବହନ କରୁଛି। ପରିବର୍ତ୍ତିିତ ପରିସ୍ଥିତିରେ ଟେଲିକମ୍ କ୍ଷେତ୍ରର ସୁପରିଚାଳନା ସହ ଗ୍ରାହକମାନଙ୍କ ସ୍ବାର୍ଥରକ୍ଷା ଦିଗକୁ ଗୁରୁତ୍ବ ଦିଆଯାଇ ଏହି ନୂଆ ବିଧେୟକ ପ୍ରସ୍ତୁତ କରାଯାଇଛି। ଭାରତୀୟ […]

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନରେ ନୂତନ ଟେଲିକମ୍ ବିଲ୍-୨୦୨୩କୁ ବହୁମତରେ ଅନୁମୋଦନ ମିଳିଛି। ଗତ ୧୮ ତାରିଖରେ ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରାଯାଇଥିଲା ବେଳେ ୨୧ ତାରିଖରେ ଏହା ପାରିତ ହୋଇଛି। ଏହି ଅଧିବେଶନରେ ଯେଉଁସବୁ ବିଲ୍ ପାରିତ ହୋଇଛି ସେଗୁଡିକ ମଧ୍ୟରୁ ଟେଲିକମ୍ ବିଲ୍ ବହୁ ଗୁରୁତ୍ବ ବହନ କରୁଛି। ପରିବର୍ତ୍ତିିତ ପରିସ୍ଥିତିରେ ଟେଲିକମ୍ କ୍ଷେତ୍ରର ସୁପରିଚାଳନା ସହ ଗ୍ରାହକମାନଙ୍କ ସ୍ବାର୍ଥରକ୍ଷା ଦିଗକୁ ଗୁରୁତ୍ବ ଦିଆଯାଇ ଏହି ନୂଆ ବିଧେୟକ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଭାରତୀୟ ଟେଲିକମ୍ ଆଇନ ୧୮୮୫, ୧୯୩୩ ଏବଂ ୧୯୫୦ ଆଇନକୁ ଭିତ୍ତି କରି ଏହି ନୂଆ ବିଧେୟକ ପ୍ରସ୍ତୁତ ହୋଇଛି। ଉଭୟ ଗୃହରେ ଏହି ବିଲକୁ ମଞ୍ଜୁରୀ ମିଳିସାରିଥିବାରୁ ଏହା ଏବେ ଆଇନରେ ପରିଣତ ହେବ। ତେବେ ନୂଆ ଟେଲିକମ୍ ଆଇନରେ କି କି ପରିବର୍ତ୍ତନ ଅଣାଯାଇଛି ଏବଂ ଏହା ଗ୍ରାହକ ସମେତ ଟେଲିକମ୍ କମ୍ପାନୀଙ୍କ କ୍ଷେତ୍ରରେ କି ପ୍ରଭାବ ଆଣିବ ତାହା ସମସ୍ତଙ୍କ ପାଇଁ ଜାଣିବା ଜରୁରୀ ହୋଇପଡ଼ିଛି। ବିଶେଷକରି ମୋବାଇଲ ଗ୍ରାହକ ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ କ୍ଷେତ୍ରରେ ଅନେକ ସାବଧନତା ଅବଲମ୍ବନ କରାଯିବାର ପ୍ରାବଧାନ ରହିଥିବାରୁ ଏଥିପାଇଁ ସମସ୍ତେ ଅବଗତ ହେବା ଉଚିତ।

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

୧) ଯଦି କୌଣସି ମୋବାଇଲ ଗ୍ରାହକ ସିମ୍ ପାଇଁ ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଆଇଡି ବା ପରିଚୟ ବ୍ୟବହାର କରନ୍ତି ତେବେ ସଂପୃକ୍ତ ଗ୍ରାହକଙ୍କୁ ୩ ବର୍ଷ ଜେଲଦଣ୍ଡ , ୫୦ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏହି ବିଲ୍ରେ ପ୍ରାବଧାନ ରହିଛି।

ଆହୁରି ପଢ଼ନ୍ତୁ: ଶିଶୁ ଶୋଷଣ ମାମଲା: ମେଟା ଉପରେ ୩୭୫ ନିୟୁତ ଡଲାରର ଜୋରିମାନା ଲଗାଇଲେ ଆମେରିକା କୋର୍ଟ

୨) ଯଦି କୌଣସି ମୋବାଇଲ ଫୋନ ବ୍ୟବହାରକାରୀ ଗୋଟିଏ ଆଧାରକାର୍ଡରେ ୯ରୁ ଅଧିକ ସିମ୍ ବ୍ୟବହାର କରୁଥାଆନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଥମଥର ପାଇଁ ୫୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ। ଯଦି ଏହାପରେ ମଧ୍ୟ ସଂପୃକ୍ତ ଗ୍ରାହକ ସମାନ ଭୁଲ କରିଚାଲନ୍ତି ତେବେ ପରବର୍ତ୍ତୀ ସମୟରେ ଏହି ଜୋରିମାନା ୨ ଲକ୍ଷ ଟଙ୍କା ହେବ।

୩) ସେହିପରି ଯଦି କୌଣସି କମ୍ପାନୀ ବିନା ଅନୁମୋଦନରେ କିମ୍ବା ବେଆଇନ ଭାବେ ବୋମାଇଲ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାନ୍ତି ତେବେ ସଂପୃକ୍ତ କମ୍ପାନୀର ଅଧିକାରୀମାନଙ୍କୁ ୩ ବର୍ଷ ଜେଲଦଣ୍ଡ, ୨ କୋଟି ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ।

୪) କୌଣସି ଅପରାଧୀ ଚଞ୍ଚକତା କରି ଯଦି କଷ୍ଟମ ସିମ୍ ବକ୍ସ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ଟେଲିକମ୍ ଉପକରଣର ବ୍ୟହବାରରେ ବେଆଇନ ଆନ୍ତର୍ଜାତିକ କଲ୍ କରୁଥିବା ଜଣାପଡ଼େ ତେବେ ସଂପୃକ୍ତ ଅପରାଧୀ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହେବ।

୫) ଟେଲି ସେବା ଯୋଗାଇ ଦେଉଥିବା କମ୍ପାନୀମାନେ କେବଳ କେନ୍ଦ୍ର ସରକାରଙ୍କ ନିର୍ଭରଯୋଗ୍ୟ ଉତ୍ସରୁ ସେମାନଙ୍କ ଉପକରଣ ଏବଂ ସରଞ୍ଜାମ କ୍ରୟ କରିପାରିବେ।

୬) ଟେଲିକମ୍ ନେଟ୍ୱର୍କ ପରିସରରେ ସାଇବର ସୁରକ୍ଷା ପାଇଁ ନିୟମ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କ ଅଖଣ୍ଡ କ୍ଷମତା ରହିବ।

୭) ଟେଲିକମ୍ କ୍ଷେତ୍ରର ପରିଚାଳନା ପାଇଁ ରହିଥିବା ସର୍ବୋଚ୍ଚ ପ୍ରାଧିକରଣ ‘ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ)’ର ଅଧ୍ୟକ୍ଷଙ୍କ ଅଭିଜ୍ଞତା ୩୦ ବର୍ଷରୁ ଅଧିକ ରହିଥିବ ଏବଂ ଏହାର ସଦସ୍ୟମାନଙ୍କ ଅଭିଜ୍ଞତା ଟେଲିକମ୍ କ୍ଷେତ୍ରରେ ୨୫ ବର୍ଷ ହେବା ଜରୁରୀ।

୮) ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ମୋବାଇଲ ଫୋନକୁ ଆସୁଥିବା ବିଜ୍ଞାପନ ବ୍ୟବହାରକାରୀଙ୍କ ପାଇଁ ବିରକ୍ତିର କାରଣ ହୋଇଥିଲା ବେଳେ ଏହାର ସମାଧାନ ପାଇଁ ନୂଆ ବିଲ୍ରେ ବ୍ୟବସ୍ଥା ରହିଛି। ଏଣିକି କମ୍ପାନୀମାନେ ମୋବାଇଲରେ ବିଜ୍ଞାପନ ବାର୍ତ୍ତା ଦେବା ପୂର୍ବରୁ ଗ୍ରାହକମାନଙ୍କ ଅନୁମତି ନେବେ। ସେହିପରି ଟେଲିକମ୍ କମ୍ପାନୀ ‘ ଡୁ ନଟ୍ ଡିଷ୍ଟର୍ବ’ ନମ୍ବରଗୁଡିକର ଠିକଣା ଭାବେ ରେକର୍ଡ ରଖିବେ।

୯) ମୋବାଇଲ ଗ୍ରାହକମାନଙ୍କ ପରିଚୟ କେବଳ ବାୟୋମେଟ୍ରିକ୍ ଆଧାରିତ ଆଧାରକାର୍ଡ ମାଧ୍ୟମରେ ହିଁ ହେବ।

୧୦) ଜାତୀୟ ସୁରକ୍ଷା, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରରିଚାଳନା କ୍ଷେତ୍ରକୁ ବାଦ୍ ଦେଲେ ଦେଶରେ ସମସ୍ତ ସ୍ପେକ୍ଟ୍ରମ୍ ବଣ୍ଟନ ନିଲାମ ମାଧ୍ୟମରେ କରାଯିବ।

23 Dec 2023 By The Sakala

ନୂଆ ଟେଲିକମ୍ ବିଧେୟକ ଗ୍ରାହକ ଓ କମ୍ପାନୀଙ୍କୁ କିଭଳି କରିବ ପ୍ରଭାବିତ, ଜାଣନ୍ତୁ ଏହାର ୧୦ଟି କାରଣ….

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନରେ ନୂତନ ଟେଲିକମ୍ ବିଲ୍-୨୦୨୩କୁ ବହୁମତରେ ଅନୁମୋଦନ ମିଳିଛି। ଗତ ୧୮ ତାରିଖରେ ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରାଯାଇଥିଲା ବେଳେ ୨୧ ତାରିଖରେ ଏହା ପାରିତ ହୋଇଛି। ଏହି ଅଧିବେଶନରେ ଯେଉଁସବୁ ବିଲ୍ ପାରିତ ହୋଇଛି ସେଗୁଡିକ ମଧ୍ୟରୁ ଟେଲିକମ୍ ବିଲ୍ ବହୁ ଗୁରୁତ୍ବ ବହନ କରୁଛି। ପରିବର୍ତ୍ତିିତ ପରିସ୍ଥିତିରେ ଟେଲିକମ୍ କ୍ଷେତ୍ରର ସୁପରିଚାଳନା ସହ ଗ୍ରାହକମାନଙ୍କ ସ୍ବାର୍ଥରକ୍ଷା ଦିଗକୁ ଗୁରୁତ୍ବ ଦିଆଯାଇ ଏହି ନୂଆ ବିଧେୟକ ପ୍ରସ୍ତୁତ କରାଯାଇଛି।

ଭାରତୀୟ ଟେଲିକମ୍ ଆଇନ ୧୮୮୫, ୧୯୩୩ ଏବଂ ୧୯୫୦ ଆଇନକୁ ଭିତ୍ତି କରି ଏହି ନୂଆ ବିଧେୟକ ପ୍ରସ୍ତୁତ ହୋଇଛି। ଉଭୟ ଗୃହରେ ଏହି ବିଲକୁ ମଞ୍ଜୁରୀ ମିଳିସାରିଥିବାରୁ ଏହା ଏବେ ଆଇନରେ ପରିଣତ ହେବ। ତେବେ ନୂଆ ଟେଲିକମ୍ ଆଇନରେ କି କି ପରିବର୍ତ୍ତନ ଅଣାଯାଇଛି ଏବଂ ଏହା ଗ୍ରାହକ ସମେତ ଟେଲିକମ୍ କମ୍ପାନୀଙ୍କ କ୍ଷେତ୍ରରେ କି ପ୍ରଭାବ ଆଣିବ ତାହା ସମସ୍ତଙ୍କ ପାଇଁ ଜାଣିବା ଜରୁରୀ ହୋଇପଡ଼ିଛି। ବିଶେଷକରି ମୋବାଇଲ ଗ୍ରାହକ ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ କ୍ଷେତ୍ରରେ ଅନେକ ସାବଧନତା ଅବଲମ୍ବନ କରାଯିବାର ପ୍ରାବଧାନ ରହିଥିବାରୁ ଏଥିପାଇଁ ସମସ୍ତେ ଅବଗତ ହେବା ଉଚିତ।

୧) ଯଦି କୌଣସି ମୋବାଇଲ ଗ୍ରାହକ ସିମ୍ ପାଇଁ ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଆଇଡି ବା ପରିଚୟ ବ୍ୟବହାର କରନ୍ତି ତେବେ ସଂପୃକ୍ତ ଗ୍ରାହକଙ୍କୁ ୩ ବର୍ଷ ଜେଲଦଣ୍ଡ , ୫୦ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏହି ବିଲ୍ରେ ପ୍ରାବଧାନ ରହିଛି।

୨) ଯଦି କୌଣସି ମୋବାଇଲ ଫୋନ ବ୍ୟବହାରକାରୀ ଗୋଟିଏ ଆଧାରକାର୍ଡରେ ୯ରୁ ଅଧିକ ସିମ୍ ବ୍ୟବହାର କରୁଥାଆନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଥମଥର ପାଇଁ ୫୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ। ଯଦି ଏହାପରେ ମଧ୍ୟ ସଂପୃକ୍ତ ଗ୍ରାହକ ସମାନ ଭୁଲ କରିଚାଲନ୍ତି ତେବେ ପରବର୍ତ୍ତୀ ସମୟରେ ଏହି ଜୋରିମାନା ୨ ଲକ୍ଷ ଟଙ୍କା ହେବ।

୩) ସେହିପରି ଯଦି କୌଣସି କମ୍ପାନୀ ବିନା ଅନୁମୋଦନରେ କିମ୍ବା ବେଆଇନ ଭାବେ ବୋମାଇଲ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାନ୍ତି ତେବେ ସଂପୃକ୍ତ କମ୍ପାନୀର ଅଧିକାରୀମାନଙ୍କୁ ୩ ବର୍ଷ ଜେଲଦଣ୍ଡ, ୨ କୋଟି ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ।

୪) କୌଣସି ଅପରାଧୀ ଚଞ୍ଚକତା କରି ଯଦି କଷ୍ଟମ ସିମ୍ ବକ୍ସ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ଟେଲିକମ୍ ଉପକରଣର ବ୍ୟହବାରରେ ବେଆଇନ ଆନ୍ତର୍ଜାତିକ କଲ୍ କରୁଥିବା ଜଣାପଡ଼େ ତେବେ ସଂପୃକ୍ତ ଅପରାଧୀ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହେବ।

୫) ଟେଲି ସେବା ଯୋଗାଇ ଦେଉଥିବା କମ୍ପାନୀମାନେ କେବଳ କେନ୍ଦ୍ର ସରକାରଙ୍କ ନିର୍ଭରଯୋଗ୍ୟ ଉତ୍ସରୁ ସେମାନଙ୍କ ଉପକରଣ ଏବଂ ସରଞ୍ଜାମ କ୍ରୟ କରିପାରିବେ।

୬) ଟେଲିକମ୍ ନେଟ୍ୱର୍କ ପରିସରରେ ସାଇବର ସୁରକ୍ଷା ପାଇଁ ନିୟମ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କ ଅଖଣ୍ଡ କ୍ଷମତା ରହିବ।

୭) ଟେଲିକମ୍ କ୍ଷେତ୍ରର ପରିଚାଳନା ପାଇଁ ରହିଥିବା ସର୍ବୋଚ୍ଚ ପ୍ରାଧିକରଣ ‘ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ)’ର ଅଧ୍ୟକ୍ଷଙ୍କ ଅଭିଜ୍ଞତା ୩୦ ବର୍ଷରୁ ଅଧିକ ରହିଥିବ ଏବଂ ଏହାର ସଦସ୍ୟମାନଙ୍କ ଅଭିଜ୍ଞତା ଟେଲିକମ୍ କ୍ଷେତ୍ରରେ ୨୫ ବର୍ଷ ହେବା ଜରୁରୀ।

୮) ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ମୋବାଇଲ ଫୋନକୁ ଆସୁଥିବା ବିଜ୍ଞାପନ ବ୍ୟବହାରକାରୀଙ୍କ ପାଇଁ ବିରକ୍ତିର କାରଣ ହୋଇଥିଲା ବେଳେ ଏହାର ସମାଧାନ ପାଇଁ ନୂଆ ବିଲ୍ରେ ବ୍ୟବସ୍ଥା ରହିଛି। ଏଣିକି କମ୍ପାନୀମାନେ ମୋବାଇଲରେ ବିଜ୍ଞାପନ ବାର୍ତ୍ତା ଦେବା ପୂର୍ବରୁ ଗ୍ରାହକମାନଙ୍କ ଅନୁମତି ନେବେ। ସେହିପରି ଟେଲିକମ୍ କମ୍ପାନୀ ‘ ଡୁ ନଟ୍ ଡିଷ୍ଟର୍ବ’ ନମ୍ବରଗୁଡିକର ଠିକଣା ଭାବେ ରେକର୍ଡ ରଖିବେ।

୯) ମୋବାଇଲ ଗ୍ରାହକମାନଙ୍କ ପରିଚୟ କେବଳ ବାୟୋମେଟ୍ରିକ୍ ଆଧାରିତ ଆଧାରକାର୍ଡ ମାଧ୍ୟମରେ ହିଁ ହେବ।

୧୦) ଜାତୀୟ ସୁରକ୍ଷା, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରରିଚାଳନା କ୍ଷେତ୍ରକୁ ବାଦ୍ ଦେଲେ ଦେଶରେ ସମସ୍ତ ସ୍ପେକ୍ଟ୍ରମ୍ ବଣ୍ଟନ ନିଲାମ ମାଧ୍ୟମରେ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp