ସୁଧହାର ବଢ଼ାଇଲା ଏସ୍‌ବିଆଇ : କାର, ଗୃହ ଋଣ ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ : ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଗ୍ରାହକଙ୍କ ପାଇଁ ଖରାପ ଖବର। କାରଣ ଦେଶର ଏହି ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଛି। ଏହାଫଳରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁମାନ ବର୍ତ୍ତମାନ ଋଣ ଉପରେ ବର୍ଦ୍ଧିତ ଇଏମ୍‌ଆଇ ଦେବାକୁ ପଡିବ। ଏଭଳି ପଦକ୍ଷେପ ନେଇ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି ଏସ୍‌ବିଆଇ। ଏସ୍‌ବିଆଇ ଏହାର ସମସ୍ତ ଅବଧିର ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ୍‌ ବେସ୍‌ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ବୃଦ୍ଧି ଘଟାଇଛି। […]

ନୂଆଦିଲ୍ଲୀ : ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଗ୍ରାହକଙ୍କ ପାଇଁ ଖରାପ ଖବର। କାରଣ ଦେଶର ଏହି ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଛି। ଏହାଫଳରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁମାନ ବର୍ତ୍ତମାନ ଋଣ ଉପରେ ବର୍ଦ୍ଧିତ ଇଏମ୍‌ଆଇ ଦେବାକୁ ପଡିବ। ଏଭଳି ପଦକ୍ଷେପ ନେଇ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି ଏସ୍‌ବିଆଇ। ଏସ୍‌ବିଆଇ ଏହାର ସମସ୍ତ ଅବଧିର ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ୍‌ ବେସ୍‌ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ବୃଦ୍ଧି ଘଟାଇଛି। ବ୍ୟାଙ୍କ ଏମ୍‌ସିଏଲ୍‌ଆର୍‌ରେ ୦.୧୫% ପ୍ରତିଶତ ବୃଦ୍ଧି କରିଛି। ଏହା ଗ୍ରାହକଙ୍କ ପାଇଁ ସମସ୍ତ ପ୍ରକାରର ଋଣକୁ ମହଙ୍ଗା କରିବ। ଏହି ବର୍ଦ୍ଧିତ ସୁଧ ହାର ୧୫ ନଭେମ୍ବର ଅର୍ଥାତ୍ ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେବ ତେଲ; ଲିଟର ପିଛା ପେଟ୍ରୋଲ ବଢ଼ିବ ୧୮ ଟଙ୍କା, ଡିଜେଲ ୩୫ ଟଙ୍କା

ଏମସିଏଲଆରରେ ବୃଦ୍ଧି ସହିତ  ଲୋନର ଇଏମଆଇ ବଢିବାର ସମ୍ଭାବନା ଅଧିକ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଅଧିକାଂଶ ଗ୍ରାହକଙ୍କୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଡିଂ ରେଟ୍ ଆଧାରରେ ଋଣ ଦେଇଥାଏ। ଏମସିଏଲଆର ବଢିବାରୁ ପର୍ସନାଲ ଲୋନ, ଓଟୋ ଏବଂ ହୋମ ଲୋନ ନେବା ମହଙ୍ଗା ହୋଇଯିବ। ଏସବିଆଇ ଅନୁଯାୟୀ, ବ୍ୟାଙ୍କ ଗୋଟିଏ ବର୍ଷର ଏମସିଏଲଆର ମାନଦଣ୍ଡରେ ୦.୧୦ ପ୍ରତିଶତ ବୃଦ୍ଧି କରି ୮.୦୫ ପ୍ରତିଶତରେ ପହଞ୍ଚାଇଛି।

ଆହୁରି ପଢ଼ନ୍ତୁ: ସରକାରୀ ଅନୁମତି ମିଳିବାରେ ବିଳମ୍ବ: ସୁନା ଓ ରୁପା ଆମଦାନୀ ଉପରେ ରୋକ୍ ଲଗାଇଲେ ଭାରତୀୟ ବ୍ୟାଙ୍କ

ଏ ପର୍ଯ୍ୟନ୍ତ ଏହା ୭.୯୫ ପ୍ରତିଶତ ରହିଥିଲା। ଦୁଇ ବର୍ଷ ଏବଂ ତିନି ବର୍ଷର ଏମସିଏଲଆରକୁ ୦.୧୦ ପ୍ରତିଶତ ବଢାଯାଇ କ୍ରମଶଃ ୮.୨୫ ପ୍ରତିଶତ ଏବଂ ୮.୩୫ ପ୍ରତିଶତ କରାଯାଇଛି। ଗୋଟିଏ ମାସ ଏବଂ ତିନି ମାସର ଏମସିଏଲଆରରେ ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୭.୭୫ ପ୍ରତିଶତରେ ପହଞ୍ଚାଯାଇଛି। ତେବେ ଛଅ ମାସର ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ ଏବଂ ଦିନିକିଆ ଏମସିଏଲଆର ଉପରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇ ୭.୬୦ ପ୍ରତିଶତ ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ଏମ୍‌ସିଏଲ୍‌ଆର୍‌ କ’ଣ

ସୂଚନାଯୋଗ୍ୟ ଯେ, ଏମସିଏଲଆର ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ୍ଵାରା ବିକଶିତ କରାଯାଇଥିବା ଏକ ପଦ୍ଧତି, ଯାହା ଆଧାରରେ ବ୍ୟାଙ୍କ ଋଣ ପାଇଁ ସୁଧ ହାର ନିର୍ଦ୍ଧାରିତ କରିଥାଏ। ଏହା ପୂର୍ବରୁ ସମସ୍ତ ବ୍ୟାଙ୍କ ବେସ୍ ରେଟ୍ ଆଧାରରେ ଗ୍ରାହକଙ୍କୁ ଋଣ ପ୍ରଦାନ କରୁଥିଲେ।

16 Nov 2022 By The Sakala

ସୁଧହାର ବଢ଼ାଇଲା ଏସ୍‌ବିଆଇ : କାର, ଗୃହ ଋଣ ମହଙ୍ଗା

ନୂଆଦିଲ୍ଲୀ : ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଗ୍ରାହକଙ୍କ ପାଇଁ ଖରାପ ଖବର। କାରଣ ଦେଶର ଏହି ବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଛି। ଏହାଫଳରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁମାନ ବର୍ତ୍ତମାନ ଋଣ ଉପରେ ବର୍ଦ୍ଧିତ ଇଏମ୍‌ଆଇ ଦେବାକୁ ପଡିବ। ଏଭଳି ପଦକ୍ଷେପ ନେଇ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି ଏସ୍‌ବିଆଇ। ଏସ୍‌ବିଆଇ ଏହାର ସମସ୍ତ ଅବଧିର ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ୍‌ ବେସ୍‌ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ବୃଦ୍ଧି ଘଟାଇଛି। ବ୍ୟାଙ୍କ ଏମ୍‌ସିଏଲ୍‌ଆର୍‌ରେ ୦.୧୫% ପ୍ରତିଶତ ବୃଦ୍ଧି କରିଛି। ଏହା ଗ୍ରାହକଙ୍କ ପାଇଁ ସମସ୍ତ ପ୍ରକାରର ଋଣକୁ ମହଙ୍ଗା କରିବ। ଏହି ବର୍ଦ୍ଧିତ ସୁଧ ହାର ୧୫ ନଭେମ୍ବର ଅର୍ଥାତ୍ ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି।

ଏମସିଏଲଆରରେ ବୃଦ୍ଧି ସହିତ  ଲୋନର ଇଏମଆଇ ବଢିବାର ସମ୍ଭାବନା ଅଧିକ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଅଧିକାଂଶ ଗ୍ରାହକଙ୍କୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଡିଂ ରେଟ୍ ଆଧାରରେ ଋଣ ଦେଇଥାଏ। ଏମସିଏଲଆର ବଢିବାରୁ ପର୍ସନାଲ ଲୋନ, ଓଟୋ ଏବଂ ହୋମ ଲୋନ ନେବା ମହଙ୍ଗା ହୋଇଯିବ। ଏସବିଆଇ ଅନୁଯାୟୀ, ବ୍ୟାଙ୍କ ଗୋଟିଏ ବର୍ଷର ଏମସିଏଲଆର ମାନଦଣ୍ଡରେ ୦.୧୦ ପ୍ରତିଶତ ବୃଦ୍ଧି କରି ୮.୦୫ ପ୍ରତିଶତରେ ପହଞ୍ଚାଇଛି।

ଏ ପର୍ଯ୍ୟନ୍ତ ଏହା ୭.୯୫ ପ୍ରତିଶତ ରହିଥିଲା। ଦୁଇ ବର୍ଷ ଏବଂ ତିନି ବର୍ଷର ଏମସିଏଲଆରକୁ ୦.୧୦ ପ୍ରତିଶତ ବଢାଯାଇ କ୍ରମଶଃ ୮.୨୫ ପ୍ରତିଶତ ଏବଂ ୮.୩୫ ପ୍ରତିଶତ କରାଯାଇଛି। ଗୋଟିଏ ମାସ ଏବଂ ତିନି ମାସର ଏମସିଏଲଆରରେ ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୭.୭୫ ପ୍ରତିଶତରେ ପହଞ୍ଚାଯାଇଛି। ତେବେ ଛଅ ମାସର ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ ଏବଂ ଦିନିକିଆ ଏମସିଏଲଆର ଉପରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇ ୭.୬୦ ପ୍ରତିଶତ ରେ ରଖାଯାଇଛି।

ଏମ୍‌ସିଏଲ୍‌ଆର୍‌ କ’ଣ

ସୂଚନାଯୋଗ୍ୟ ଯେ, ଏମସିଏଲଆର ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ୍ଵାରା ବିକଶିତ କରାଯାଇଥିବା ଏକ ପଦ୍ଧତି, ଯାହା ଆଧାରରେ ବ୍ୟାଙ୍କ ଋଣ ପାଇଁ ସୁଧ ହାର ନିର୍ଦ୍ଧାରିତ କରିଥାଏ। ଏହା ପୂର୍ବରୁ ସମସ୍ତ ବ୍ୟାଙ୍କ ବେସ୍ ରେଟ୍ ଆଧାରରେ ଗ୍ରାହକଙ୍କୁ ଋଣ ପ୍ରଦାନ କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp