ଚାଷୀଙ୍କ ପାଇଁ ନେଟାଫିମ୍ ଇଣ୍ଡିଆର ସିଞ୍ଚନ ପ୍ରଯୁକ୍ତି ‘ତୁଫାନ’
ମୁମ୍ବାଇ : ଅଗ୍ରଣୀ ସ୍ମାର୍ଟ ଜଳସେଚନ ସମାଧାନ ଯୋଗାଣକାରୀ ସଂସ୍ଥା ନେଟାଫିମ୍ ଇଣ୍ଡିଆ ଏହାର ସର୍ବୋତ୍ତମ ଉତ୍ପାଦ ’ତୁଫାନ୍’ର ପ୍ରଚଳନ ଆରମ୍ଭ କରିଛି। ଏକ ନବୋନ୍ମେଷୀ ଜଳସେଚନ ପ୍ରଯୁକ୍ତି ଭାବେ ଏହା ସମସ୍ତ ବର୍ଗର ଚାଷୀଙ୍କ ପାଇଁ କୃଷି କାର୍ଯ୍ୟରେ ଏକ ନୂତ୍ନ ରୂପାନ୍ତରଣ ଆଣିବାର ସୁଯୋଗ ସୃଷ୍ଟି କରିଛି।ଏହି ଉତ୍ପାଦ ଜରିଆରେ କମ୍ପାନୀ ଦୀର୍ଘସ୍ଥାୟୀ କୃଷିରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ୨୦୨୫ ସୁଦ୍ଧା ସମଗ୍ର ଭାରତରେ ୨୫, ୦୦୦ ହେକ୍ଟର ଜମିକୁ ପରିସରଭୁକ୍ତ କରିବା ଏବଂ […]
ମୁମ୍ବାଇ : ଅଗ୍ରଣୀ ସ୍ମାର୍ଟ ଜଳସେଚନ ସମାଧାନ ଯୋଗାଣକାରୀ ସଂସ୍ଥା ନେଟାଫିମ୍ ଇଣ୍ଡିଆ ଏହାର ସର୍ବୋତ୍ତମ ଉତ୍ପାଦ ’ତୁଫାନ୍’ର ପ୍ରଚଳନ ଆରମ୍ଭ କରିଛି। ଏକ ନବୋନ୍ମେଷୀ ଜଳସେଚନ ପ୍ରଯୁକ୍ତି ଭାବେ ଏହା ସମସ୍ତ ବର୍ଗର ଚାଷୀଙ୍କ ପାଇଁ କୃଷି କାର୍ଯ୍ୟରେ ଏକ ନୂତ୍ନ ରୂପାନ୍ତରଣ ଆଣିବାର ସୁଯୋଗ ସୃଷ୍ଟି କରିଛି।ଏହି ଉତ୍ପାଦ ଜରିଆରେ କମ୍ପାନୀ ଦୀର୍ଘସ୍ଥାୟୀ କୃଷିରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ୨୦୨୫ ସୁଦ୍ଧା ସମଗ୍ର ଭାରତରେ ୨୫, ୦୦୦ ହେକ୍ଟର ଜମିକୁ ପରିସରଭୁକ୍ତ କରିବା ଏବଂ ୩୫, ୦୦୦ ଚାଷୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖିଛି। ଏହି ବ୍ୟବସ୍ଥା ଜଳସେଚନ ଶ୍ରେଣୀରେ ସର୍ବୋତ୍ତମ ଅବରୋଧ ପ୍ରତିରୋଧୀ ପ୍ରଯୁକ୍ତି ଆଧାରିତ ଯାହାକି ଜଳ ଓ ପୋଷକର ସର୍ବାଧିକ ଉପଯୋଗକୁ ସୁନିଶ୍ଚିତ କରୁଛି।
ଏହାର ଡ୍ରିପ୍ ଲାଇନ୍ ସର୍ବାଧିକ ଟେନ୍ସାଇଲ୍ ସାମର୍ଥ୍ୟ ସହିତ ୪୦% ଅଧିକ ମଜଭୁତ ହୋଇଛି। ନେଟାଫିମ୍ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ’ତୁଫାନ୍’ ସମ୍ପ୍ରତି ଭାରତୀୟ ବଜାରରେ ପ୍ରଚଳିତ ଏବଂ ଉପଲବ୍ଧ ଥିନ୍ ୱାଲ, ନନ୍-ପ୍ରେସର କମ୍ପେନସେଟେଡ (ଏନ୍ପିସି) ଡ୍ରିପ୍ ଲାଇନ୍ଗୁଡିକ ମଧ୍ୟରେ ୨୦% ଅଧିକ ସୁଲଭ୍ୟ ହୋଇଛି।ନେଟାଫିମ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ତୁଫାନ୍ କେବଳ ଉତ୍ତମ ଜଳସେଚନ ବ୍ୟବସ୍ଥା ସହଜ କରୁନାହିଁ, ତାହାସହିତ ଏକ ସରଳିକୃତ କ୍ରୟ ପ୍ରକ୍ରିୟା ଯୋଗାଇ ଦେଉଛି ଯାହା ରିଆତି ସୀମାକୁ ଅତିକ୍ରମଣ କରୁଛି।
ଏହି ଖର୍ଚ୍ଚ ସଞ୍ଚୟକାରୀ ସିଞ୍ଚନ ପ୍ରଯୁକ୍ତି ସମ୍ପ୍ରତି ବୃହତ୍ରୁ ନେଇ କ୍ଷୁଦ୍ର ଜମି ମାଲିକାନା ଥିବା ସମସ୍ତ ବର୍ଗର କୃଷକଙ୍କ ନିମନ୍ତେ ରିଆତି ଯୋଗ୍ୟତା ନିର୍ବିଶେଷରେ ଉପଲବ୍ଧ ହେଉଛି। ସାବଲୀଳ ଭାବରେ ମୁତୟନ କରିବା ନିମନ୍ତେ ଏହି ଡ୍ରିପ୍ ଲାଇନ୍ ପ୍ରସ୍ତୁତ କରାଯାଇଛି, ଯାହା ଗୋଟିଏ ଦିନରେ ୧୦ ଏକର ପରିମିତ ଜମିକୁ ଜଳସେଚିତ କରିବା ନିମନ୍ତେ କୃଷକଙ୍କୁ ସୁଯୋଗ ଦେଉଛି। ଏହାର ଶୁଭାରମ୍ଭ ଅବସରରେ ନେଟାଫିମ୍ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ରଣଧୀର ଚୌହାନ କହିଛନ୍ତି ଯେ, ନେଟାଫିମ୍ ଇଣ୍ଡିଆ ଏକ ସୁଲଭ୍ୟ, ଉଚ୍ଚ ପ୍ରଦର୍ଶନକାରୀ ଅଣୁ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା ଲକ୍ଷ୍ୟ ରଖିଛି ଯାହା କେବଳ ନିରନ୍ତର ଏବଂ ସମାନ ଅମଳକୁ ସୁନିଶ୍ଚିତ କରାଉନାହିଁ, ତାହାସହିତ କୃଷକମାନଙ୍କର ପରିଚାଳନା ଖର୍ଚ୍ଚ ହ୍ରାସ କରିବାରେ ସହାୟତା କରୁଛି ବୋଲି ସେ କହିଛନ୍ତି।