ଶୁଳ୍କ ଯୁଦ୍ଧ ପାଇଁ ବିଶ୍ବରେ ଲାଗି ରହିଛି ଅନିଶ୍ଚିତତା, ଭାରତର ସୁନା ଆମଦାନୀ ୧୯୨ % ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ବ ଅନିଶ୍ଚିତତା ଦେଇ ଗତି କରୁଛି। ସେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲଗାଇ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ଆମେରିକା ଏବଂ ଚୀନ୍‌ ମଧ୍ୟରେ ଶୁଳ୍କ ଯୁଦ୍ଧ ଜାରି ରହିଛି। ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ ଶୁଳ୍କ ହାର ବଢ଼ାଇ ଚାଲିଛନ୍ତି। ଏହାକୁ ନେଇ ଦୁନିଆର ଅର୍ଥନୀତି ପ୍ରଭାବିତ ହୋଇଛି। ବିଭିନ୍ନ ଦେଶର ସେୟାର ବଜାରରେ ହ୍ରାସବୃଦ୍ଧି ଜାରି ରହିଛି। ଏଥିଯୋଗୁଁ ନିବେଶକମାନେ ସୁରକ୍ଷିତ ନିବେଶ ଦେଖୁଛନ୍ତି। ଟ୍ରମ୍ଫଙ୍କ […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ବ ଅନିଶ୍ଚିତତା ଦେଇ ଗତି କରୁଛି। ସେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲଗାଇ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ଆମେରିକା ଏବଂ ଚୀନ୍‌ ମଧ୍ୟରେ ଶୁଳ୍କ ଯୁଦ୍ଧ ଜାରି ରହିଛି। ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ ଶୁଳ୍କ ହାର ବଢ଼ାଇ ଚାଲିଛନ୍ତି। ଏହାକୁ ନେଇ ଦୁନିଆର ଅର୍ଥନୀତି ପ୍ରଭାବିତ ହୋଇଛି। ବିଭିନ୍ନ ଦେଶର ସେୟାର ବଜାରରେ ହ୍ରାସବୃଦ୍ଧି ଜାରି ରହିଛି। ଏଥିଯୋଗୁଁ ନିବେଶକମାନେ ସୁରକ୍ଷିତ ନିବେଶ ଦେଖୁଛନ୍ତି। ଟ୍ରମ୍ଫଙ୍କ ଶୁଳ୍କ ଘୋଷଣା ପରେ ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ପରେ ପରେ ଏହି କ୍ଷତି ଭରଣା ହୋଇଯାଇଥିଲା। ଏହା ସତ୍ତ୍ବେ ନିବେଶକମାନେ ବିପଦ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସୁନାରେ ନିବେଶ ବୃଦ୍ଧି କରିଛନ୍ତି। ଶୁଳ୍କ ଯୁଦ୍ଧ ଯୋଗୁଁ ଅନିଶ୍ଚିତତା ଲାଗି ରହିଥିବାବେଳେ ଗତ ମାର୍ଚ୍ଚରେ ଭାରତର ସୁନା ଆମଦାନୀରେ ବଡ଼ ବୃଦ୍ଧି ଦେଖା ଦେଇଛି। ଏହା ୧୯୨.୧୩ ପ୍ରତିଶତ ବୃଦ୍ଧି ପାଇ ୪.୪୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଏହା ପୂର୍ବରୁ ଚଳନ୍ତି ଖାତା ହ୍ରାସ ଉପରେ ପ୍ରଭାବ ପକାଉଥିବା ସୁନା ଆମଦାନୀ ଗତ ଫେବୃଆରୀରେ ୬୨ ପ୍ରତିଶତ ହ୍ରାସ ପାଇଥିଲା। ତେବେ ଜାନୁଆରୀରେ ଏହା ୪୦.୮ ପ୍ରତିଶତ ଏବଂ ଡିସେମ୍ବରରେ ୫୫.୩୯ ପ୍ରତିଶତ ବୃଦ୍ଧି ପାଇଥିଲା। କିନ୍ତୁ ମାର୍ଚ୍ଚରେ ରୁପା ଆମଦାନୀ ୮୫.୪ ପ୍ରତିଶତ ହ୍ରାସ ପାଇଛି। ଏହା ୧୧.୯୩ କୋଟି ଡଲାରରେ ପହଞ୍ଚି ଯାଇଛି।

ଆହୁରି ପଢ଼ନ୍ତୁ: ଜୁଲାଇରୁ ଆସିବ ନୂଆ ନିୟମ: ଆଧାରଠାରୁ ପାସପୋର୍ଟ ଯାଏ ସବୁ ବଦଳିବ

ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ସୁନା ଆମଦାନୀ ୨୭.୨୭ ପ୍ରତିଶତ ବଢ଼ି ୫୮ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଏହା ୨୦୨୪-୨୪ରେ ୪୫.୫୪ ବିଲିୟନ ଡଲାର ଥିଲା। ଦେଶର ମୋଟ ଆମଦାନୀରେ ସୁନାର ଅଂଶ ୮ ପ୍ରତିଶତ ଥିଲା। ସେହିପରି ଗତ ଆର୍ଥିକ ବର୍ଷରେ ରୁପା ଆମଦାନୀ ୧୧.୨୪ ପ୍ରତିଶତ ହ୍ରାସ ପାଇ ୪.୮୨ ବିଲିୟନ ଡଲାର ରହିଥିଲା। ସୁନା ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହି ବହୁମୂଲ୍ୟ ଧାତୁର ଆମଦାନୀ ବୃଦ୍ଧି ପାଇ ଚାଲିଛି। ସୁନା ଉପରେ ନିବେଶକଙ୍କ ଭରସା ମଝବୁତ ହୋଇଛି ବୋଲି ଏହା ଦର୍ଶାଉଛି। କାରଣ ଏହା ନିବେଶକର ଏକ ସୁରକ୍ଷିତ ମାଧ୍ୟମ। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ବିଶ୍ବରେ ଲାଗି ରହିଥିବା ଅନିଶ୍ଚିତତା, ଅନେକ ଦେଶର ଉତ୍ତେଜନା ମଧ୍ୟରେ ସମସ୍ତଙ୍କର ଲକ୍ଷ୍ୟ ସୁନା ଉପରେ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ସୁନାର ଚାହିଦା ବଢୁଥିବାରୁ ଏହାର ମୂଲ୍ୟ ସହିତ ଚାହିଦା ବୃଦ୍ଧି ପାଉଛି। ଭାରତ ସର୍ବାଧିକ ସୁନା ସ୍ବିଜରଲାଣ୍ଡରୁ ଆଣୁଛି। ଏହି ଦେଶରୁ ପ୍ରାୟ ୪୦ ପ୍ରତିଶତ ସୁନା ମଗାଉଛି। ଏହା ୟୁଏଇରୁ ୧୬ ପ୍ରତିଶତ ଏବଂ ଦକ୍ଷିଣ ଆଫ୍ରିକାରୁ ୧୦ ପ୍ରତିଶତ ସୁନା ଆମଦାନୀ କରାଯାଉଛି। ସୁନା ଆମଦାନୀ ବୃଦ୍ଧି ଦ୍ବାରା ଦେଶର ବାଣିଜ୍ୟ କ୍ଷତି (ନିଅଣ୍ଟ) ମାର୍ଚ୍ଚରେ ବୃଦ୍ଧି ପାଇଛି। ଏହା ୨୧.୫୪ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଗତ ଆର୍ଥିକ ବର୍ଷରେ ଏହା ୨୦୨୪-୨୫ରେ ଏହା ସର୍ବକାଳୀନ ସ୍ତର (୨୮୨.୮୨ ବିଲିୟନ ଡଲାର)ରେ ପହଞ୍ଚି ଯାଇଥିଲା।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା ଶସ୍ତା; ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଲା ଏହି ତୈଳ କମ୍ପାନୀ...

20 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp