ଭାରତକୁ ମିଳିଲା ସ୍ବିସ୍‌ ବ୍ୟାଙ୍କର ୪ର୍ଥ ସେଟ୍‌ ଜମାକାରୀଙ୍କ ତାଲିକା; ତାଲିକାରେ ଅଛନ୍ତି ଅଧିକାଂଶ ବ୍ୟବସାୟୀ ଏବଂ ଏନ୍‌ଆର୍‌ଆଇ

The Sakala Picture
Published On

ନୂଆଦିଲ୍ଲୀ/ବର୍ନ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ଭାରତକୁ ମିଳିଛି ସ୍ୱିସ୍ ବ୍ୟାଙ୍କ ଜମାକାରୀଙ୍କ ୪ର୍ଥ ସେଟ୍‌ ତାଲିକା। ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ (ଏଇଓଆଇ) ଅଧୀନରେ ସ୍ୱିଜରଲ୍ୟାଣ୍ଡ ୧୦୧ ଟି ଦେଶ ସହିତ ପ୍ରାୟ ୩୪ ଲକ୍ଷ ଜମାକାରୀଙ୍କ ଆକାଉଣ୍ଟର ବିବରଣୀ ସେୟାର କରିଛି। ତେବେ ମିଳିଥିବା ଜମାକାରୀ ତାଲିକାରେ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ ଏବଂ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇ। ଏହି ତଥ୍ୟ ଭାରତ ସରକାରଙ୍କୁ ଟିକସ ଠକେଇ, ମନିଲଣ୍ଡରିଂ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ […]

ନୂଆଦିଲ୍ଲୀ/ବର୍ନ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ଭାରତକୁ ମିଳିଛି ସ୍ୱିସ୍ ବ୍ୟାଙ୍କ ଜମାକାରୀଙ୍କ ୪ର୍ଥ ସେଟ୍‌ ତାଲିକା। ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ (ଏଇଓଆଇ) ଅଧୀନରେ ସ୍ୱିଜରଲ୍ୟାଣ୍ଡ ୧୦୧ ଟି ଦେଶ ସହିତ ପ୍ରାୟ ୩୪ ଲକ୍ଷ ଜମାକାରୀଙ୍କ ଆକାଉଣ୍ଟର ବିବରଣୀ ସେୟାର କରିଛି। ତେବେ ମିଳିଥିବା ଜମାକାରୀ ତାଲିକାରେ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ ଏବଂ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇ। ଏହି ତଥ୍ୟ ଭାରତ ସରକାରଙ୍କୁ ଟିକସ ଠକେଇ, ମନିଲଣ୍ଡରିଂ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଭଳି ଘଟଣାର ତଦନ୍ତରେ ବିଶେଷ ସହାୟକ ହେବ। ଏଠରେ ସୂଚନାଯୋଗ୍ୟ ଯେ, ଭାରତକୁ ସ୍ବିସ୍‌ ବ୍ୟାଙ୍କରୁ ପ୍ରଥମ ସେଟ୍‌ ଜମାକାରୀ ତାଲିକା ୨୦୧୯ରେ ମିଳିଥିଲା। ସେତେବେଳେ ସ୍ବଜରଲ୍ୟାଣ୍ଡ୍‌ ସରକାର ଜମାକାରୀଙ୍କ ତଥ୍ୟ ୭୫ ଦେଶ ସହ ସେୟାର କରିଥିଲେ। ଏବେ ପରବର୍ତ୍ତୀ ସେଟ୍‌ ୨୦୨୩ରେ ମିଳିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

ଡାଟା ସୁରକ୍ଷା ଏବଂ ଗୋପନୀୟତା ଉପରେ ଭାରତରେ ଆବଶ୍ୟକ ଆଇନଗତ ଢାଞ୍ଚାର ସମୀକ୍ଷା ସହିତ ଏକ ଦୀର୍ଘ ପ୍ରକ୍ରିୟା ପରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସହିତ ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ ପାଇଁ ରାଜି ହୋଇଥିଲେ। ଭାରତ ସହିତ ଅଂଶୀଦାର ହୋଇଥିବା ତଥ୍ୟଗୁଡିକ ଏକାଧିକ ଆକାଉଣ୍ଟ ସହ ଜଡିତ ଯେଉଁଗୁଡିକ ସହିତ ସଂଯୁକ୍ତ। ଏହି ତଥ୍ୟକୁ ଟିକସ ଫାଙ୍କି, ମନି ଲଣ୍ଡରିଂ ଏବଂ ଆତଙ୍କବାଦ ପାଣ୍ଠି ଭଳି ଘଟଣାର ଅନୁସନ୍ଧାନ ପାଇଁ ବ୍ୟବହାର କରାଯିବ। ମିଳିଥିବା ଜମାକାରୀଙ୍କ ତଥ୍ୟଗୁଡିକ ନାମ, ଠିକଣା, ବାସସ୍ଥାନ ଏବଂ ଟିକସ ପରିଚୟ ନମ୍ବର ସହିତ ଆକାଉଣ୍ଟ ବାଲାନ୍ସ ଏବଂ ପୁଞ୍ଜି ଆୟ ସହିତ ଜଡିତ ସୂଚନା ଅନ୍ତର୍ଭୁକ୍ତ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଯେଉଁମାନଙ୍କର ଆୟବର୍ହିିଭୂତ ସମ୍ପତ୍ତି ରହିଛି ସେମାନଙ୍କ ବିରୋଧରେ ଏକ କଠୋର ମାମଲା ରୁଜୁ କରିବାରେ ଭାରତ ପାଇଥିବା ଏହି କରିଥିବା ଏଇଓଆଇ ତଥ୍ୟ ଅତ୍ୟନ୍ତ ଉପଯୋଗୀ। ଏହି ତଥ୍ୟରେ ଆକାଉଣ୍ଟରେ ଅର୍ଥ ଜମା ଏବଂ ସ୍ଥାନାନ୍ତର ସହିତ ଜମାକାରୀଙ୍କ ସମସ୍ତ ଆୟ ଉପରେ ସମ୍ପୂର୍ଣ୍ଣ ସୂଚନା ରହିଛି। ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ ବାବଦ ତଥ୍ୟ ମଧ୍ୟ ଏଥିରେ ଅଛି।

ଆହୁରି ପଢ଼ନ୍ତୁ: ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

ନିଜ ନାମ ଗୋପନ ରଖିବା ସର୍ତ୍ତରେ ସ୍ବିସ୍‌ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ ବିବରଣୀ ବ୍ୟବସାୟୀଙ୍କ ସହ ଜଡିତ। ଏଥିରେ କେତେକ ଏନ୍‌ଆର୍‌ଆଇଙ୍କ ସମ୍ପର୍କରେ ତତ୍ୟ ମଧ୍ୟ ରହିଛି, ଯେଉଁମାନେ ବର୍ତ୍ତମାନ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଆମେରିକା, ବ୍ରିଟେନ ଏବଂ ଏପରିକି କେତେକ ଆଫ୍ରିକୀୟ ଏବଂ ଦକ୍ଷିଣ ଆମେରିକୀୟ ଦେଶରେ ବସବାସ କରୁଛନ୍ତି। ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଆର) କହିଛି ଯେ ଚଳିତ ବର୍ଷ ପାଞ୍ଚଟି ନୂଆ ଦେଶକୁ ସୂଚନା ଆଦାନ ପ୍ରଦାନ ତାଲିକାରେ ଯୋଡି ହୋଇଛି। ସେଗୁଡିକ ହେଉଛି ଆଲବାନିଆ, ବ୍ରୁନେଇ ଦାରୁସଲାମ, ନାଇଜେରିଆ, ପେରୁ ଏବଂ ତୁର୍କୀ। ଆକାଉଣ୍ଟଧାରୀଙ୍କ ସଂଖ୍ୟାରେ ପ୍ରାୟ ଏକ ଲକ୍ଷ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ୍ ଆକ୍ଟ ୨୦୨୬: ₹୨୦୦୦ ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ କାରବାର ଉପରେ କୌଣସି ଶୁଳ୍କ ନାହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର