ସହରୀ ଲୋକ ଡାଲି କମ୍‌ ଖାଉଛନ୍ତି : ଅଣ୍ଡା,ମାଛ, ମାଂସରେ ବୁଡ଼ି ରହିଛନ୍ତି….

The Sakala Picture
Published On

ନୂଆଦିଲ୍ଲୀ : ଗୋଟିଏ ପଟେ ସାରା ଦେଶରେ କେନ୍ଦ୍ର ସରକାର ମେଦ ବହୁଳତା ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସଦ୍ୟତମ ପାରିବାରିକ ଉପଯୋଗିତା ବ୍ୟୟ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଦେଶର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ସବୁଠି ଲୋକେ ପ୍ରଚୁର ପରିମାଣରେ ଚର୍ବି ଜାତୀୟ ଖାଦ୍ୟ ଖାଉଛନ୍ତି। ଏହି କାରଣରୁ ଦେଶର ଲୋକମାନେ ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରୋଟିନ୍ ଯୁକ୍ତ […]

ନୂଆଦିଲ୍ଲୀ : ଗୋଟିଏ ପଟେ ସାରା ଦେଶରେ କେନ୍ଦ୍ର ସରକାର ମେଦ ବହୁଳତା ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସଦ୍ୟତମ ପାରିବାରିକ ଉପଯୋଗିତା ବ୍ୟୟ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଦେଶର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ସବୁଠି ଲୋକେ ପ୍ରଚୁର ପରିମାଣରେ ଚର୍ବି ଜାତୀୟ ଖାଦ୍ୟ ଖାଉଛନ୍ତି। ଏହି କାରଣରୁ ଦେଶର ଲୋକମାନେ ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ମହଙ୍ଗାମାଡ: କ୍ଷୀର ମୂଲ୍ୟରେ ବୃଦ୍ଧି, ଲିଟର ପିଛା ବଢିପାରେ ୪ ଟଙ୍କା

ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, କିନ୍ତୁ ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚର୍ବିଜାତୀୟ ଖାଦ୍ୟ ଖାଉଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ୫ଟି ପ୍ରମୁଖ ଖାଦ୍ୟ ମଧ୍ୟରେ ଡାଲି ଏବେ ବି ପ୍ରୋଟିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ରହିଛି। ହେଲେ ଦେଶର ସହରଞ୍ଚଳରେ ବସବାସ କରୁଥିବା ଲୋକେ କମ୍‌ ଡାଲି ଖାଉଛନ୍ତି। ସେମାନେ ଅଣ୍ଡା,ମାଛ ଓ ମାଂସରେ ଧୂମ୍‌ ପଇସା ଖର୍ଚ୍ଚ କରୁଛନ୍ତି। ଆହୁରିମଧ୍ୟ ପରିବାରଗୁଡିକରେ କ୍ଷୀର, ଛେନା ଓ ପନିର ଭଳି ଚର୍ବି ଜାତୀୟ ଖାଦ୍ୟର ବ୍ୟବହାର ବହୁତ ବଢ଼ିଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ

ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଚର୍ବି ଜାତୀୟ ଖାଦ୍ୟର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗ୍ରାମୀଣ ହେଉ କି ସହରାଞ୍ଚଳ, ସବୁଠୁ ଲୋକେ ପ୍ରଚୁର ଚର୍ବିଯୁକ୍ତ ଖାଦ୍ୟ ଖାଇବାରେ ବ୍ୟସ୍ତ। ୨୦୨୨ରେ ଗ୍ରାମାଞ୍ଚଳରେ ଲୋକେ ଦୈନିକ ୫୯ ଗ୍ରାମର ଚର୍ବିଯୁକ୍ତ ବ୍ୟବହାର କରୁଥିବାବେଳେ, ୨୦୨୪ରେ ଏଥିରେ ବୃଦ୍ଧି ଘଟି ତାହା ୬୫ ଗ୍ରାମ ହୋଇଛି। ଅନ୍ୟପକ୍ଷରେ, ଯଦି ଆମେ ସହରାଞ୍ଚଳ ବିଷୟରେ କଥା ହେବା, ତେବେ ଗତ ୩ ବର୍ଷ ମଧ୍ୟରେ ଏଥିରେ ୭ ଗ୍ରାମ ବୃଦ୍ଧି େହାଇଛି। ୨୦୨୨ରେ ଏହା ୭୦.୫ ଗ୍ରାମ ଥିଲା, ଯାହା ୨୦୨୪ରେ ବୃଦ୍ଧି ଘଟି ୭୭.୦ ଗ୍ରାମରେ ପହଞ୍ଚିଛି। ପ୍ରୋଟିନ୍ ବିଷୟରେ କହିବାକୁ ଗଲେ, ଗ୍ରାମାଞ୍ଚଳର ଲୋକମାନେ ୨୦୨୨ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୬୨ ଗ୍ରାମ ପ୍ରୋଟିନ୍ ଖାଦ୍ୟ ନେଉଥିଲେ। ଯାହା ଏବେ ୬୬ ଗ୍ରାମରୁ ଅଧିକ ହୋଇଛି। ସହରାଞ୍ଚଳରେ ଏହା ପ୍ରାୟ ୭ ଗ୍ରାମ ବୃଦ୍ଧି ପାଇଛି। ୨୦୨୨ରେ ଏହା ୬୩.୨ ଗ୍ରାମ ଥିଲା, ଯେତେବେଳେ କି ୨୦୨୩-୨୪ରେ ଏହା ୬୯.୯ ଗ୍ରାମକୁ ବୃଦ୍ଧି ହୋଇଛି। ଭାରତୀୟମାନେ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିବାରେ ମଧ୍ୟ ପଛରେ ନାହାନ୍ତି। ୨୦୨୨-୨୩ ପର୍ଯ୍ୟନ୍ତ, ଭାରତୀୟମାନେ ଗ୍ରାମାଞ୍ଚଳରେ ପ୍ରତିଦିନ ୨୨୩୩ କିଲୋ କ୍ୟାଲୋରିର ଖାଦ୍ୟ ଗ୍ରହଣ କରୁଥିଲେ, ଯାହାର ଚାହିଦା ୨୦୨୩-୨୪ରେ ୨୪୭୨ କିଲୋ କ୍ୟାଲୋରିକୁ ବୃଦ୍ଧି ପାଇଛି। ଏହି ପରିମାଣ ପ୍ରାୟ ପ୍ରତିଦିନ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ଦ୍ୱାରା ପ୍ରକାଶିତ ତଥ୍ୟ ଦର୍ଶାଉଛି ଯେ ୨୦୦୯-୧୦ ପରଠାରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ ବୃଦ୍ଧି ପାଇଛି। ତଥାପି, ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଏବଂ ୟୁପିରେ ହାରାହାରି ପ୍ରୋଟିନ୍ ଗ୍ରହଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ସହରାଞ୍ଚଳରେ, ୨୦୦୯-୧୦ରେ ୫୮.୮ ଗ୍ରାମରୁ ୨୦୨୩-୨୪ରେ ପ୍ରତିଦିନ ପ୍ରତି ମୁଣ୍ଡପିଛା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ ହାର ୬୩.୪ ଗ୍ରାମକୁ ବୃଦ୍ଧି ପାଇଛି। ସାରା ଦେଶରେ ଲୋକେ ଅଣ୍ଡା, ମାଂସ ଏବଂ ମାଛକୁ ପ୍ରୋଟିନ୍ ପାଇବାର ସହଜ ଉପାୟ ବୋଲି ମାନିଥାନ୍ତି। ଏହି କାରଣରୁ ସହରାଞ୍ଚଳରେ ଡାଲିର ବ୍ୟବହାର ହ୍ରାସ ପାଇଛି। ସେହି ସମୟରେ, ଅଣ୍ଡା, ମାଂସ ଏବଂ ମାଛର ବ୍ୟବହାରରେ ସର୍ବାଧିକ ବୃଦ୍ଧି ଦେଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp