ପୁଣି ମହଙ୍ଗା ହେଲା ସୁନା : ଏହି ମାସରେ ଛୁଇଁପାରେ ଲକ୍ଷେ ଟଙ୍କା
ନୂଆଦିଲ୍ଲୀ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର। ଘରୋଇ ବଜାରରେ ସୁନା ଓ ରୁପା ଦର ଏବେ ଆଉ ଏକ ନୂଆ ଇତିହାସ ରଚିଛି। ବୁଧବାର ଭୁବନେଶ୍ବରରେ ବଜାରରେଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବୃଦ୍ଧି ହୋଇ ଦର ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢ଼ି […]
ନୂଆଦିଲ୍ଲୀ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର। ଘରୋଇ ବଜାରରେ ସୁନା ଓ ରୁପା ଦର ଏବେ ଆଉ ଏକ ନୂଆ ଇତିହାସ ରଚିଛି। ବୁଧବାର ଭୁବନେଶ୍ବରରେ ବଜାରରେଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବୃଦ୍ଧି ହୋଇ ଦର ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢ଼ି ୮୮ ହଜାର ୧୫୦ ଟଙ୍କା ହୋଇଛି। ଗତ ଦୁଇ ଦିନ ହେଲା ୧୦ ଗ୍ରାମ ପିଛା ୫୦୦ ଟଙ୍କା ଖସିଥିଲା ସୁନାର ମୂଲ୍ୟ। ଆଜି ପୁଣି ବଢ଼ି ଥିବାରୁ ଲକ୍ଷେ ଟଙ୍କା ଛୁଇଁବା ଆଉ ବେଶି ଦୂର ନୁହେଁ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।
ସେହିପରି ବିଶ୍ୱ ସ୍ତରରେ ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୩.୬୭ ଡଲାର କିମ୍ବା ୦.୪୩ ପ୍ରତିଶତ ବୃଦ୍ଧି ହୋଇ ଆଉନ୍ସ ପିଛା ୩,୨୨୪.୬୦ ଡଲାରରେ ପହଞ୍ଚିଛି। ଆମ୍ବାନ୍ସ ଫାଇନାନ୍ସିଆଲ୍ ସର୍ଭିସେସର ସିଇଓ ଚିନ୍ତନ ମେହେଟ୍ଟାଙ୍କ କହିବାନୁଯାୟୀ, ଆମେରିକୀୟ ଡଲାର ଦୁର୍ବଳ ହେବା ଏବଂ ବାଣିଜ୍ୟ ନୀତି ସହ ଜଡିତ ଅନିଶ୍ଚିତତା ଜାରି ରହିବା ଯୋଗୁଁ ସୁନା ମୂଲ୍ୟ ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ମେହେଟ୍ଟା କହିଛନ୍ତି ଯେ ଆମେରିକାର ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମି ପାୱେଲଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିବ, ଯେଉଁଠାରେ ନିବେଶକମାନେ ଜାଣିବାକୁ ଚାହିଁବେ ଯେ ଯଦି ବାଣିଜ୍ୟ ଉତ୍ତେଜନା ବୃଦ୍ଧି ପାଏ କିମ୍ବା ଆର୍ଥିକ ପରିସ୍ଥିତି ଦୁର୍ବଳ ହୁଏ ତେବେ କେନ୍ଦ୍ରୀୟ ବ୍ୟାଙ୍କ କିପରି ପ୍ରତିକ୍ରିୟା ଦେବ। ଏସୀୟ ସ୍ପଟ୍ ବଜାରରେ ରୁପା ମୂଲ୍ୟ ଆଉନ୍ସ ପିଛା ସାମାନ୍ୟ ହ୍ରାସ ପାଇ ୩୨.୩୨ ଡଲାରରେ ପହଞ୍ଚିଛି।